ବିଏମସି ଆକ୍ରମଣ,କାର୍ଯ୍ୟ ବନ୍ଦ କଲେ ଓଏଏସ ଅଫିସର

ଭୁବନେଶ୍ୱର:କାର୍ଯ୍ୟାଳୟରେ ପଶି ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ପ୍ରତିବାଦ କରି ସାମୁହିକ ଛୁଟିରେ ଗଲେ ଓଏଏସ ଅଫିସର । ରାଜ୍ୟର ବିଭିନ୍ନ ସ୍ଥାନରେ ଓଏଏସ ସଂଘ କଲମ ଛାଡ଼ କରି ପ୍ରତିବାଦ ଜାରି ରଖିଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଓଏଏସ ସଂଘ । ଫଳରେ ବିଭିନ୍ନ ସ୍ଥାନରେ ଅଫିସ୍‍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଘଟଣା ପଛରେ ଥିବା ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ […]

ବିଏମସି ଆକ୍ରମଣ,କାର୍ଯ୍ୟ ବନ୍ଦ କଲେ ଓଏଏସ ଅଫିସର

ଭୁବନେଶ୍ୱର:କାର୍ଯ୍ୟାଳୟରେ ପଶି ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ପ୍ରତିବାଦ କରି ସାମୁହିକ ଛୁଟିରେ ଗଲେ ଓଏଏସ ଅଫିସର । ରାଜ୍ୟର ବିଭିନ୍ନ ସ୍ଥାନରେ ଓଏଏସ ସଂଘ କଲମ ଛାଡ଼ କରି ପ୍ରତିବାଦ ଜାରି ରଖିଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଓଏଏସ ସଂଘ । ଫଳରେ ବିଭିନ୍ନ ସ୍ଥାନରେ ଅଫିସ୍‍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଘଟଣା ପଛରେ ଥିବା ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ । ଶୀଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ନନେଲେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ସଂଘ କହିଛି । ସେପଟେ ଆଜି ପୁଣି ବୈଠକ କରିଛନ୍ତି ବିଏମସି ମେୟର । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ତର୍ଜମା କରାଯାଉଛି।

ସେପଟେ ବାଲେଶ୍ୱର, ସମ୍ବଲପୁର ଓ କେନ୍ଦ୍ରାପେଡ଼ାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଓଏଏସ୍ ଅଫିସରମାନେ କାର୍ଯ୍ୟାଳୟକୁ ଆସି ନ ଥିବାବେଳେ ସେମାନଙ୍କ ଚାମ୍ବର ଖାଲି ପଡ଼ିଛି । ଅନ୍ୟ କର୍ମଚାରୀମାନେ ଅଫିସରେ ଥିବାବେଳେ ଅଫିସରଙ୍କ ଚୌକି ଖାଲି ପଡ଼ିଛି ।

ସେହିପରି ଏହି ଘଟଣାରେ ବରଗଡ଼ ଜିଲ୍ଲା ଓଏଏସ ସଂଘ ତଥା ଜିଲାରେ କାର୍ଯ୍ୟରତ ୪୨ ଜଣ ଓଏଏସ୍‌ ଅଧିକାରୀ ଏବଂ ୨୨ ଜଣ ଓଆର୍‌ଏସ୍‌ ଅଧିକାରୀଙ୍କୁ ମିଶାଇ ସମୁଦାୟ ୬୫ ଜଣ ଅଧିକାରୀ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବା ପାଇଁ ଜିଲାପାଳଙ୍କୁ ଏକ ଆବେଦନପତ୍ର ପ୍ରଦାନ କରିଛନ୍ତି।

ଓଏଏସ୍ ଅଫିସରଙ୍କ ସମୂହ ଛୁଟି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ବଡ଼ ବୈଠକ ବସିଛି । ମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରି ନାହିଁ ।