ବାଂଲାଦେଶ ସୁପ୍ରିମକୋର୍ଟ ଘେରିଗଲେ ଦଙ୍ଗାକାରୀ, ଇସ୍ତଫା ଦେଲେ ପ୍ରଧାନ ବିଚାରପତି

ଢାକା: ବାଂଲାଦେଶରେ ହସିନା ସରକାରର ପତନ ଏବଂ ନୂଆ ଅନ୍ତରୀଣ ସରକାର ଗଠନ ହେବାପରେ ବାଂଲାଦେଶ ପ୍ରଧାନ ବିଚାରପତି ଓବେଦୁଲ ହସନ ଇସ୍ତଫା ଦେଇଛନ୍ତି। ଦଙ୍ଗାକାରୀଙ୍କ ପ୍ରବଳ ଚାପରେ ଓବେଦୁଲ ଇସ୍ତଫା ଦେବାପାଇଁ ବାଧ୍ୟ ହୋଇଛନ୍ତି। ୬୫ ବର୍ଷୀୟ ବିଚାରପତି ଓବେଦୁଲ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନଙ୍କୁ ତାଙ୍କ ଇସ୍ତଫ‌ାପତ୍ର ପଠାଇଛନ୍ତି। ପ୍ରଧାନ ବିଚାରପତିଙ୍କ ଇସ୍ତଫା ପତ୍ର ଆଇନ ମନ୍ତ୍ରାଳୟରେ ପହଞ୍ଚି ସାରିଛି ବୋଲି ଦେଶର ସଂସଦୀୟ ବ୍ୟାପାର ପରାମର୍ଶଦାତା ଅସିଫ ନଜରୁଲ୍‌ ଏକ ଭିଡିଓ ବାର୍ତ୍ତା ଦେଇ […]

ବାଂଲାଦେଶ ସୁପ୍ରିମକୋର୍ଟ ଘେରିଗଲେ ଦଙ୍ଗାକାରୀ, ଇସ୍ତଫା ଦେଲେ ପ୍ରଧାନ ବିଚାରପତି

ଢାକା: ବାଂଲାଦେଶରେ ହସିନା ସରକାରର ପତନ ଏବଂ ନୂଆ ଅନ୍ତରୀଣ ସରକାର ଗଠନ ହେବାପରେ ବାଂଲାଦେଶ ପ୍ରଧାନ ବିଚାରପତି ଓବେଦୁଲ ହସନ ଇସ୍ତଫା ଦେଇଛନ୍ତି। ଦଙ୍ଗାକାରୀଙ୍କ ପ୍ରବଳ ଚାପରେ ଓବେଦୁଲ ଇସ୍ତଫା ଦେବାପାଇଁ ବାଧ୍ୟ ହୋଇଛନ୍ତି। ୬୫ ବର୍ଷୀୟ ବିଚାରପତି ଓବେଦୁଲ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନଙ୍କୁ ତାଙ୍କ ଇସ୍ତଫ‌ାପତ୍ର ପଠାଇଛନ୍ତି। ପ୍ରଧାନ ବିଚାରପତିଙ୍କ ଇସ୍ତଫା ପତ୍ର ଆଇନ ମନ୍ତ୍ରାଳୟରେ ପହଞ୍ଚି ସାରିଛି ବୋଲି ଦେଶର ସଂସଦୀୟ ବ୍ୟାପାର ପରାମର୍ଶଦାତା ଅସିଫ ନଜରୁଲ୍‌ ଏକ ଭିଡିଓ ବାର୍ତ୍ତା ଦେଇ ସ୍ପଷ୍ଟ କରିଛନ୍ତି। ଦଙ୍ଗାକାରୀମାନେ ସୁପ୍ରିମ‌କୋର୍ଟକୁ ଘେରିଯିବା ସହ ପ୍ରଧାନ ବିଚାରପତିଙ୍କୁ ଚରମ ଚେତାବନୀ ଦେଇ କହିଥିଲେ ଯଦି ସେ ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତି ଇସ୍ତଫା ନଦିଅନ୍ତି ତେବେ ସେମାନେ ସେମାନଙ୍କ ଘରେ ଭଙ୍ଗାରୁଜା କରିବେ। ଦଙ୍ଗାକାରୀଙ୍କୁ ସୁପ୍ରିମକୋର୍ଟ ପରିସରରୁ ବାହାର କରିବା ଦିଗରେ ପୁଲିସ କୌଣସି ପଦକ୍ଷେପ ନନେବା ମଧ୍ୟ ବିସ୍ମୟ ସୃଷ୍ଟି କରିଛି। ପରିସ୍ଥିତି ଅଧିକ ବିଗିଡ଼ି ଯିବ‌ାରୁ ପ୍ରଧାନ ବିଚାରପତି ଗଣମାଧ୍ୟମରେ କହିଛନ୍ତି ଯେ ସେ ସୁ୍ପ୍ରିମ‌କୋର୍ଟର ବିଚାରପତି ଏବଂ ଦେଶବ୍ୟାପୀ ଅନ୍ୟ ନିମ୍ନ ଅଦାଲତର ବିଚାରପତିଙ୍କ ସୁରକ୍ଷା ଦୃଷ୍ଟିରୁ ସେ ଇସ୍ତଫା ଦେଉଛନ୍ତି।