ଏଥର ଆଗୁଆ ମୌସୁମୀ
ଭୁବନେଶ୍ୱର : ଏଥର ରାଜ୍ୟକୁ ଛୁଇଁବା ଆଗୁଆ ମୌସୁମୀ । ଆସନ୍ତା ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବା ଅନୁମାନ କରାଯାଉଛି । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ନେଇ ଅନୁକୂଳ ରହିଛି ପାଗ । ଦକ୍ଷିଣ ଆଣ୍ଡାମାନ, ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦ୍ବୀପପୁଞ୍ଜର କିଛି ଅଞ୍ଚଳକୁ ଛୁଇଁବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିଥିବାରୁ ସପ୍ତାହେ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା । ପାଣିପାଗ ବିଭାଗ […]

ଭୁବନେଶ୍ୱର : ଏଥର ରାଜ୍ୟକୁ ଛୁଇଁବା ଆଗୁଆ ମୌସୁମୀ । ଆସନ୍ତା ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବା ଅନୁମାନ କରାଯାଉଛି । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ନେଇ ଅନୁକୂଳ ରହିଛି ପାଗ । ଦକ୍ଷିଣ ଆଣ୍ଡାମାନ, ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦ୍ବୀପପୁଞ୍ଜର କିଛି ଅଞ୍ଚଳକୁ ଛୁଇଁବା ଅନୁମାନ କରାଯାଉଛି ।
ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିଥିବାରୁ ସପ୍ତାହେ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା । ପାଣିପାଗ ବିଭାଗ ଆକଳନ ଅନୁସାରେ ୭ ରୁ ୯ ତାରିଖ ବେଳକୁ ଖରାର ପ୍ରକୋପ ବଢ଼ିବ। ଏହି ସମୟରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ତବେ ବର୍ତ୍ତମାନ ପାଣିପାଗ ବିଭାଗ ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ । ଏହାର ପ୍ରଭାବରେ ମେ’ ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।