ରାଜଧାନୀର ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା । ୮୭ କିଲୋ ସୁନା ଓ ୧ କୁଇଣ୍ଟାଲ ରୂପାର ଚାଲିଛି ଖୋଳତାଡ
କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନାକୁ ନେଇ ଜାରି ରହିଛି ସସପେନ୍ସ। ମହାପ୍ରଭୁଙ୍କ ଭଣ୍ଡାରରେ କେତେ ସୁନା ରହିଛି ତାର ଗଣତି ମଣତି ଏବେ ବି ହୋଇପାରିନି। କାଳିଆ ସାଆନ୍ତଙ୍କ ଭଣ୍ଡାରର ସୁନା ଆଗରୁ ଭୁବନେଶ୍ୱରରେ ରତ୍ନଭଣ୍ଡାରକୁ ନେଇ ଚାରିଆଡେ ଚର୍ଚ୍ଚା। ସିଟି-ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ୧୦ଟି ଜିଆଇ ଟ୍ରଙ୍କ ଭର୍ତ୍ତି ସୁନା ଏବଂ ୨୪ ଟ୍ରଙ୍କ ରୁପା ଧରି ଛାନଭିନ ଆରମ୍ଭ କରିଛି। ସୁନା ୮୭ କିଲୋ ସହ ରୁପା ୧ କୁଇଣ୍ଟାଲ ବୋଲି ଜଣାପଡିଛି ରାଜଧାନୀର ୨୦ଟି ବଡ଼ ଦୋକାନ ପାଇଁ ଏହି ସୁନା ଆସିଥିଲା ଏସବୁର ସମ୍ପୂର୍ଣ୍ଣ କାଗଜପତ୍ର ଏବେ ବି ଦେଖାଇ ପାରିନି ବିଭିସି କୋରିଅର ସଂସ୍ଥା ସୁନାଗୁଡ଼ିକ ୧୮ କ୍ୟାରେଟର ହୋଇଥିବା ବେଳେ, ଏଥିରେ ହୀରା ଖଚିତ ହୋଇଛି ଏହାର କ୍ରେତା, ବିକ୍ରେତା ଏବଂ କୋରିୟର ସଂସ୍ଥାର ଜିଏସଟି ରେଜିଷ୍ଟ୍ରେସନ ହୋଇଛି କି ନାହିଁ। ଏମାନେ ସିଜିଏସଟି ଓ ଏସଜିଏସଟି ବାବଦକୁ ୩ ପ୍ରତିଶତ ଦେଇଛନ୍ତି କି ନାହିଁ ସେନେଇ ଖୋଳତାଡ ହେଉଛି। ବିଶେଷକରି ସୁନା ଦୋକାନର କର୍ମଚାରୀମାନେ ହାଜର ହୋଇ ସେମାନଙ୍କ ଟ୍ରଙ୍କ ଚିହ୍ନଟ କରିଛନ୍ତି। ସୁନା ଦୋକାନ କର୍ମଚାରୀ ଓ ବିଭିସି କୋରିୟର ସଂସ୍ଥାର ଇଷ୍ଟର୍ଣ୍ଣ ଜୋନ ମୁଖ୍ୟଙ୍କ ସମ୍ମୁଖରେ ଏହି ସୁନା ଟ୍ରଙ୍କ ଖୋଲାଯାଇଛି। ଏହାପରେ ସୁନା ଅଳଙ୍କାରର ଓଜନ କରାଯାଇଛି। ଅନ୍ୟପଟେ ମୁମ୍ୱାଇ ଓ ଅହମଦବାଦରୁ ସୁନା ଆସିଥିବା ବେଳେ, ଦିଲ୍ଲୀରୁ ରୁପା ଆସିଥିଲା। ଜବତ ହୋଇଥିବା ୧ କ୍
କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନାକୁ ନେଇ ଜାରି ରହିଛି ସସପେନ୍ସ। ମହାପ୍ରଭୁଙ୍କ ଭଣ୍ଡାରରେ କେତେ ସୁନା ରହିଛି ତାର ଗଣତି ମଣତି ଏବେ ବି ହୋଇପାରିନି। କାଳିଆ ସାଆନ୍ତଙ୍କ ଭଣ୍ଡାରର ସୁନା ଆଗରୁ ଭୁବନେଶ୍ୱରରେ ରତ୍ନଭଣ୍ଡାରକୁ ନେଇ ଚାରିଆଡେ ଚର୍ଚ୍ଚା। ସିଟି-ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ୧୦ଟି ଜିଆଇ ଟ୍ରଙ୍କ ଭର୍ତ୍ତି ସୁନା ଏବଂ ୨୪ ଟ୍ରଙ୍କ ରୁପା ଧରି ଛାନଭିନ ଆରମ୍ଭ କରିଛି।
- ସୁନା ୮୭ କିଲୋ ସହ ରୁପା ୧ କୁଇଣ୍ଟାଲ ବୋଲି ଜଣାପଡିଛି
- ରାଜଧାନୀର ୨୦ଟି ବଡ଼ ଦୋକାନ ପାଇଁ ଏହି ସୁନା ଆସିଥିଲା
- ଏସବୁର ସମ୍ପୂର୍ଣ୍ଣ କାଗଜପତ୍ର ଏବେ ବି ଦେଖାଇ ପାରିନି ବିଭିସି କୋରିଅର ସଂସ୍ଥା
- ସୁନାଗୁଡ଼ିକ ୧୮ କ୍ୟାରେଟର ହୋଇଥିବା ବେଳେ, ଏଥିରେ ହୀରା ଖଚିତ ହୋଇଛି
ଏହାର କ୍ରେତା, ବିକ୍ରେତା ଏବଂ କୋରିୟର ସଂସ୍ଥାର ଜିଏସଟି ରେଜିଷ୍ଟ୍ରେସନ ହୋଇଛି କି ନାହିଁ। ଏମାନେ ସିଜିଏସଟି ଓ ଏସଜିଏସଟି ବାବଦକୁ ୩ ପ୍ରତିଶତ ଦେଇଛନ୍ତି କି ନାହିଁ ସେନେଇ ଖୋଳତାଡ ହେଉଛି। ବିଶେଷକରି ସୁନା ଦୋକାନର କର୍ମଚାରୀମାନେ ହାଜର ହୋଇ ସେମାନଙ୍କ ଟ୍ରଙ୍କ ଚିହ୍ନଟ କରିଛନ୍ତି। ସୁନା ଦୋକାନ କର୍ମଚାରୀ ଓ ବିଭିସି କୋରିୟର ସଂସ୍ଥାର ଇଷ୍ଟର୍ଣ୍ଣ ଜୋନ ମୁଖ୍ୟଙ୍କ ସମ୍ମୁଖରେ ଏହି ସୁନା ଟ୍ରଙ୍କ ଖୋଲାଯାଇଛି। ଏହାପରେ ସୁନା ଅଳଙ୍କାରର ଓଜନ କରାଯାଇଛି।
ଅନ୍ୟପଟେ ମୁମ୍ୱାଇ ଓ ଅହମଦବାଦରୁ ସୁନା ଆସିଥିବା ବେଳେ, ଦିଲ୍ଲୀରୁ ରୁପା ଆସିଥିଲା। ଜବତ ହୋଇଥିବା ୧ କ୍ୱିଂଟାଲ ରୁପା କଏନର କାଗଜପତ୍ର ଦେଇ ପାରୁନି ବିଭିସି ସଂସ୍ଥା। ଟ୍ୟାକ୍ସ ଇନଭଏସରେ କଣ କଣ ଉଲ୍ଲେଖ ରହିଥିଲା ଆଉ ଏବେ ଓଜନରେ କେତେ ଆସୁଛି ସେନେଇ ଛାନଭିନ ଆରମ୍ଭ ହୋଇଛି।
ଏଠାରେ ପ୍ରଶ୍ନ ଉଠୁଛି ...
- ସୁନା କାରବାର କରୁଥିବା ମାଲିକଙ୍କ ଉଦ୍ଦେଶ୍ୟ କ’ଣ ଥିଲା?
- ସୁନାର ଟିକସ ଦେବାରେ ଅନିୟମିତତା କରିଥିଲେ ଦୋକାନ ମାଲିକ?
- ଟିକସ ଫାଙ୍କିବାକୁ ସୁନା ଯାଗାରେ ରୁପା ଦର୍ଶାଇ ଚାଲାଣ ହେଉଥିଲା କି?
- କୋରିଅର ସଂସ୍ଥା ଉପରେ ଦୋଷ ଲଦି ଖସିଯିବାକୁ ହେଉଛି କି ଷଡ଼ଯନ୍ତ୍ର?