ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ
ହାଇଦ୍ରାବାଦ,୪।୧: ‘ପୁଷ୍ପା ୨: ଦି ରୁଲ୍’ର ପ୍ରିମିୟର ଶୋ’ ଗତ ମାସରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଚାଲିଥିବାବେଳେ ଏହାର ଅଭିନେତା ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚତ୍ୟିବାରୁ ତାଙ୍କୁ ଦେଖିବା ପାଇଁ ପ୍ରଶଂସକ ଓ ଦର୍ଶକଙ୍କ ମଧ୍ୟରେ ଠେଲାପେଲାରୁ ଦଳାଚକଟା ହୋଇଥିଲା। ଏଥିରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ୮ ବର୍ଷର ପୁଅ ଗୁରୁତର ହୋଇଥିଲେ। ଏହି ମାମଲାରେ ଅଭିନେତାଙ୍କୁ ଡିସେମ୍ବର ୧୩ରେ ଗିରଫ କରାଯାଇଥିବାବେଳେ ତେଲଙ୍ଗାନା ହାଇକୋର୍ଟ ୪ ସପ୍ତାହ ପାଇଁ […] The post ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ appeared first on Dharitri Odia News.
ହାଇଦ୍ରାବାଦ,୪।୧: ‘ପୁଷ୍ପା ୨: ଦି ରୁଲ୍’ର ପ୍ରିମିୟର ଶୋ’ ଗତ ମାସରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଚାଲିଥିବାବେଳେ ଏହାର ଅଭିନେତା ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚତ୍ୟିବାରୁ ତାଙ୍କୁ ଦେଖିବା ପାଇଁ ପ୍ରଶଂସକ ଓ ଦର୍ଶକଙ୍କ ମଧ୍ୟରେ ଠେଲାପେଲାରୁ ଦଳାଚକଟା ହୋଇଥିଲା। ଏଥିରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ୮ ବର୍ଷର ପୁଅ ଗୁରୁତର ହୋଇଥିଲେ। ଏହି ମାମଲାରେ ଅଭିନେତାଙ୍କୁ ଡିସେମ୍ବର ୧୩ରେ ଗିରଫ କରାଯାଇଥିବାବେଳେ ତେଲଙ୍ଗାନା ହାଇକୋର୍ଟ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏହାର ସମୟସୀମା ଜାନୁଆରୀ ୧୦ରେ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ଶୁକ୍ରବାର ହାଇଦ୍ରାବାଦର ନମ୍ପାଲି କୋର୍ଟ ଅଲ୍ଲୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ୫୦,୦୦୦ ଟଙ୍କା ଲେଖାଏ ଦୁଇଟି ସିଓରିଟି ବଣ୍ଡ ଦାଖଲ କରିବାକୁ ଅଲ୍ଲୁଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ତାଙ୍କୁ ତଦନ୍ତକାରୀ ଅଫିସରଙ୍କ ନିକଟରେ ହାଜର ହେବାକୁ ଦ୍ୱିତୀୟ ଅତିରିକ୍ତ ମେଟ୍ରୋପଲିଟାନ ସେସନ୍ସ ଜଜ୍ କହିଛନ୍ତି।
The post ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ appeared first on Dharitri Odia News.