ସଞ୍ଜୟ ସିଂହଙ୍କ ଜାମିନ ପାଇଁ କୋର୍ଟ ରଖିଲେ ସର୍ତ୍ତ, NCR ଛାଡିଲେ EDକୁ ସେୟାର କରିବେ ଲୋକେସନ
ନୂଆଦିଲ୍ଲୀ ୦୩/୦୪: ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଆମ୍ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହା ପରେ ବୁଧବାର, ନିମ୍ନ ଅଦାଲତ ତାଙ୍କ ଜାମିନର ସର୍ତ୍ତ ସ୍ଥିର କରିଛନ୍ତି । ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି । ସଞ୍ଜୟ ସିଂହ ଓକିଲ କହିଛନ୍ତି ଯେ ସଞ୍ଜୟ ସିଂହଙ୍କ ପତ୍ନୀ ଏଠାରେ ଜାମିନଦାର ଅଛନ୍ତି । ସେ ବେଲ ବଣ୍ଡ ବି ଦାଖଲ କରିଛନ୍ତି । ତେବେ ଆହୁରି ବି କୋର୍ଟ କହିଛନ୍ତି ଯେ ସଞ୍ଜୟ ସିଂହଙ୍କୁ ତାଙ୍କ ପାସପୋର୍ଟ ଜମା କରିବାକୁ ପଡ଼ିବ । ଏହା ସହିତ ତଦନ୍ତରେ ବି ସହଯୋଗ କରିବାକୁ ପଡ଼ିବ । ତେବେ ଆଶ୍ୱସ୍ତିକର କଥା ହେଉଛି, କୋର୍ଟ ତାଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ବାରଣ କରିନାହିଁ । ଜାମିନ ପାଇଁ ସର୍ତ୍ତଗୁଡିକ ହେଲା: ୧-ତଦନ୍ତକାରୀ ଅଧିକାରୀଙ୍କୁ ମୋବାଇଲ୍ ନମ୍ବର ଦେବାକୁ ପଡିବ, ଏବଂ ତଦନ୍ତରେ ମଧ୍ୟ ସହଯୋଗ କରିବାକୁ ପଡିବ । ୨-ସୁପ୍ରିମକୋର୍ଟ କହିବା ମୁତାବକ, ମଦ ମାମଲାରେ କୌଣସି ପ୍ରକାର ଟିପ୍ପଣୀ ଦେବେ ନାହିଁ । ୩-ଯଦି ସଞ୍ଜୟ ସିଂ ଏନସିଆର ଛାଡନ୍ତି, ତେବେ ସେ ତାଙ୍କର ଯାତ୍ରାର ସବିଶେଷ ବିବରଣୀ ED ଓ IOକୁ ଦେବାକୁ ପଡିବ । ଏମିତିକି ଲୋକେସନ ବି ୟେୟାର କରିବେ । ସୂଚନା ଥାଉକି, ମଙ୍ଗଳବାର ସୁପ୍ରିମକୋର୍ଟ ସଞ୍ଜୟ ସିଂହଙ୍କୁ ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲା ସହ ଜଡିତ
ନୂଆଦିଲ୍ଲୀ ୦୩/୦୪: ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଆମ୍ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହା ପରେ ବୁଧବାର, ନିମ୍ନ ଅଦାଲତ ତାଙ୍କ ଜାମିନର ସର୍ତ୍ତ ସ୍ଥିର କରିଛନ୍ତି । ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି ।
ସଞ୍ଜୟ ସିଂହ ଓକିଲ କହିଛନ୍ତି ଯେ ସଞ୍ଜୟ ସିଂହଙ୍କ ପତ୍ନୀ ଏଠାରେ ଜାମିନଦାର ଅଛନ୍ତି । ସେ ବେଲ ବଣ୍ଡ ବି ଦାଖଲ କରିଛନ୍ତି । ତେବେ ଆହୁରି ବି କୋର୍ଟ କହିଛନ୍ତି ଯେ ସଞ୍ଜୟ ସିଂହଙ୍କୁ ତାଙ୍କ ପାସପୋର୍ଟ ଜମା କରିବାକୁ ପଡ଼ିବ । ଏହା ସହିତ ତଦନ୍ତରେ ବି ସହଯୋଗ କରିବାକୁ ପଡ଼ିବ । ତେବେ ଆଶ୍ୱସ୍ତିକର କଥା ହେଉଛି, କୋର୍ଟ ତାଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ବାରଣ କରିନାହିଁ ।
ଜାମିନ ପାଇଁ ସର୍ତ୍ତଗୁଡିକ ହେଲା: ୧-ତଦନ୍ତକାରୀ ଅଧିକାରୀଙ୍କୁ ମୋବାଇଲ୍ ନମ୍ବର ଦେବାକୁ ପଡିବ, ଏବଂ ତଦନ୍ତରେ ମଧ୍ୟ ସହଯୋଗ କରିବାକୁ ପଡିବ । ୨-ସୁପ୍ରିମକୋର୍ଟ କହିବା ମୁତାବକ, ମଦ ମାମଲାରେ କୌଣସି ପ୍ରକାର ଟିପ୍ପଣୀ ଦେବେ ନାହିଁ । ୩-ଯଦି ସଞ୍ଜୟ ସିଂ ଏନସିଆର ଛାଡନ୍ତି, ତେବେ ସେ ତାଙ୍କର ଯାତ୍ରାର ସବିଶେଷ ବିବରଣୀ ED ଓ IOକୁ ଦେବାକୁ ପଡିବ । ଏମିତିକି ଲୋକେସନ ବି ୟେୟାର କରିବେ ।
ସୂଚନା ଥାଉକି, ମଙ୍ଗଳବାର ସୁପ୍ରିମକୋର୍ଟ ସଞ୍ଜୟ ସିଂହଙ୍କୁ ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜାମିନ ପ୍ରଦାନ କରିଛନ୍ତି । ଏହାପୂର୍ବରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କହିଥିଲା ଯେ ଯଦି ଏହି ମାମଲାରେ ସିଂଙ୍କୁ ଜାମିନ ଦିଆଯାଏ ତେବେ ଏଥିରେ କୌଣସି ଆପତ୍ତି ନାହିଁ । ସଞ୍ଜୟ ସିଂଙ୍କୁ ଗତ ବର୍ଷ ଅକ୍ଟୋବର ୪ରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ଗିରଫ କରିଥିଲା । ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ତିହାର ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି ।