ମାଟ୍ରିକ ପରୀକ୍ଷା ପୂର୍ବରୁ ଅଘଟଣ,୧ ମୃତ ୧୨ ଆହତ
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ବୋର୍ଡ ପକ୍ଷରୁ ୩ ହଜାର ୧୩୩ ଟି ପରୀକ୍ଷା କେନ୍ଦ୍ର ଓ ୩୧୪ ଟି ନୋଡାଲ ସେଣ୍ଟରରେ ପରୀକ୍ଷା ଦେବେ ମୋଟ ୫ ଲକ୍ଷ, ୨୨ ହଜାର ୩୩୬ ପରୀକ୍ଷାର୍ଥୀ। ପ୍ରତି ସିଟିଂରେ ସକାଳ ୯ ଟାରୁ ପରୀକ୍ଷା ଆରମ୍ଭ ହେବ। ସାଢେ ୭ଟାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ଏହାପୂର୍ବରୁ ଘଟିଯାଇଛି ୨ ଟି […]

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ବୋର୍ଡ ପକ୍ଷରୁ ୩ ହଜାର ୧୩୩ ଟି ପରୀକ୍ଷା କେନ୍ଦ୍ର ଓ ୩୧୪ ଟି ନୋଡାଲ ସେଣ୍ଟରରେ ପରୀକ୍ଷା ଦେବେ ମୋଟ ୫ ଲକ୍ଷ, ୨୨ ହଜାର ୩୩୬ ପରୀକ୍ଷାର୍ଥୀ। ପ୍ରତି ସିଟିଂରେ ସକାଳ ୯ ଟାରୁ ପରୀକ୍ଷା ଆରମ୍ଭ ହେବ। ସାଢେ ୭ଟାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ।
ଏହାପୂର୍ବରୁ ଘଟିଯାଇଛି ୨ ଟି ବଡ଼ ଅଘଟଣ । ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର । ଏଭଳି ଦୁଃଖଦ ଘଟଣା ଆସିଛି ବାହାନଗା ବ୍ଲକ ବରିପଦା ଗ୍ରାମରୁ। ମୃତ ଛାତ୍ର ହେଉଛନ୍ତି ଏହି ଗ୍ରାମର କୈଳାସ ମାଝୀଙ୍କ ପୁଅ ଚନ୍ଦ୍ରଶେଖର। ସେ ସ୍ଥାନୀୟ ଉଦୟ ନାରାୟଣ ହାଇସ୍କୁଲରେ ପାଠ ପାଢୁଥିଲେ। ସେ ୩ ଦିନ ତଳେ ଭୋଜିରେ ଖାଇ ଅସୁସ୍ଥ ହୋଇଥିଲେ। ଗତକାଲି ଡାକ୍ତର ଦେଖାଇ ଔଷଧ ଖାଇଥିଲା ଚନ୍ଦ୍ରଶେଖର । ଚନ୍ଦ୍ରଶେଖର ୫ କିଲୋମିଟର ଦୂର କଲ୍ୟାଣୀ ନୂଆପୁର ହାଇସ୍କୁଲ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ ହେଉଥିଲା । ଆଜି ସକାଳେ ଗାଧୁଆ ପରେ ଚନ୍ଦ୍ରଶେଖରଙ୍କ ପେଟ ଯନ୍ତ୍ରଣା ବଢିଥିଲା। ସେ ତଳେ ପଡିଯିବାରୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସୋର ମେଡିକାଲରେ ଛାତ୍ରକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ସେହିପରି କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ପରୀକ୍ଷା ପୂର୍ବରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ନାଳକୁ ଓଲଟି ଗଲା ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ । ରାଜନଗର ବିବେକାନନ୍ଦ ହାଇସ୍କୁଲ ବାଘମାରିର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଏକ ବୋଲେରୋରେ ଯିବା ସମୟରେ ଏପରି ଦୁର୍ଘଟଣା ଘଟିଛି । ଗାଡ଼ିରେ ୧୨ ଜଣ ଛାତ୍ରଛାତ୍ରୀ ଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ତାଳଚୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଗୁରୁତର ଥିବା ଛାତ୍ରଛାତ୍ରୀଙ୍କୁ ଡାଙ୍ଗମାଳ ମେଡିକାଲରେ ଚିକିତ୍ସିତ କରାଯାଉଛି । ତେବେ ଏହି ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି ।