ଦୀପିକାଙ୍କୁ ମିଳିଛି କମ ସମୟ
ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ କଲକୀର ଟ୍ରେଲର । କଲକୀ ଫିଲ୍ମକୁ ନେଇ ଖୁବ ଦିନରୁ ଚର୍ଚ୍ଚା ହେଉଛି । ଏଥିରେ ଦର୍ଶକ ବଲିଉଡ କୁଇନ୍ ଦୀପିକା ଓ ସାଉଥ ସୁପରଷ୍ଟାର ପ୍ରଭାସଙ୍କୁ ଏକାଠି ଦେଖିବାକୁ ପାଇବେ । ହେଲେ ଏହାର ଟ୍ରେଲରରେ ଦୀପିକାଙ୍କର ଖୁବ କମ ସମୟ ପାଇଁ ସିନ୍ ରହିଥିବା ଦେଖିବାକୁ ମିଳିଛି । ଟ୍ରେଲରରେ ଦୀପିକା ଜଣେ ଗର୍ଭବତୀ ମହିଳା ଚରିତ୍ରରେ ନଜର ଆସିଛନ୍ତି । ଏହି ଫିଲ୍ମରେ ଖୁବ ଅଧିକ […]

ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ କଲକୀର ଟ୍ରେଲର । କଲକୀ ଫିଲ୍ମକୁ ନେଇ ଖୁବ ଦିନରୁ ଚର୍ଚ୍ଚା ହେଉଛି । ଏଥିରେ ଦର୍ଶକ ବଲିଉଡ କୁଇନ୍ ଦୀପିକା ଓ ସାଉଥ ସୁପରଷ୍ଟାର ପ୍ରଭାସଙ୍କୁ ଏକାଠି ଦେଖିବାକୁ ପାଇବେ । ହେଲେ ଏହାର ଟ୍ରେଲରରେ ଦୀପିକାଙ୍କର ଖୁବ କମ ସମୟ ପାଇଁ ସିନ୍ ରହିଥିବା ଦେଖିବାକୁ ମିଳିଛି । ଟ୍ରେଲରରେ ଦୀପିକା ଜଣେ ଗର୍ଭବତୀ ମହିଳା ଚରିତ୍ରରେ ନଜର ଆସିଛନ୍ତି । ଏହି ଫିଲ୍ମରେ ଖୁବ ଅଧିକ ମାତ୍ରାରେ ଭିଏଫ୍ଏକ୍ସକୁ ବ୍ୟବହାର କରାଯାଇଛି । ତେବେ ଟ୍ରେଲରରେ ପ୍ରଭାସଙ୍କୁ ଖୁବ ଦମଦାର ପ୍ରଦର୍ଶନ କରାଯାଇଛି । ତେବେ ଦୀପିକାଙ୍କର ଅଧିକ ସିନ୍ ନଥିବାରୁ ତାଙ୍କ ଫ୍ୟାନମାନେ ନିରାଶ ହେବା ସହ ଏହାର ବିରୋଧ ମଧ୍ୟ କରିଛନ୍ତି । ସେହିଭଳି ଏଥିରେ କମଲ ହସନଙ୍କ ଲୁକ୍କୁ ରିଭିଲ୍ କରାଯାଇନାହିଁ,ଏହାକୁ ସସ୍ପେନ୍ସ ଭିତରେ ରଖାଯାଇଛି । ଏହା ଏକ ଆକସନ୍ରେ ପୂର୍ଣ୍ଣ ଫିଲ୍ମ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ନାଗ ଅଶ୍ୱିନ୍ ଦେଇଛନ୍ତି । ଟ୍ରେଲରକୁ ଲୋକମାନେ ଭଲ ରେସପନ୍ସ ଦେଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଫିଲ୍ମଟି ଆସନ୍ତା ଜୁନ୍ ୨୭ରେ ପରଦାକୁ ଆସିବ । ଫିଲ୍ମଟିକୁ ନେଇ ଫ୍ୟାନ୍ମାନେ ଉତ୍ସୁକ ଅଛନ୍ତି ।