୨୦ ଲକ୍ଷ ଟଙ୍କାର କୋଇଲା ଜବତ, ଚୋରା ଚାଲାଣବେଳେ ଧରିଲା ପୋଲିସ

ସୋର: ବାଲେଶ୍ଵର ସିମୁଳିଆ ଥାନା ଅନ୍ତର୍ଗତ ବମତିଆ ସଂସ୍କୃତ ବିଦ୍ୟାଳୟ ସମ୍ମୁଖରେ ୨୦ ଲକ୍ଷ ଟଙ୍କାରୁ ଅଧିକ ବେଆଇନ କୋଇଲା ଜବତ କରିଛି ସିମୁଳିଆ ପୋଲିସ । ସୂଚନା ଅନୁଯାୟୀ ସିମୁଳିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବମତିଆ ସଂସ୍କୃତ ବିଦ୍ୟାଳୟ ନିକଟରେ ଚଢ଼ାଉ କରିଥିଲେ । ଏଥିରେ ବାରିପଦା ଷ୍ଟିଲ ଏବଂ ମାଇନିଙ୍ଗ ଅଧିକାରୀମାନେ ପହଞ୍ଚିଛନ୍ତି।  ୩ ହଜାରରୁ ଅଧିକ ଚୋରା କୋଇଲା ବସ୍ତା ପୋଲିସ ଜବତ କରିଛନ୍ତି । ସିମୁଳିଆ ଅଞ୍ଚଳରେ ଦିନକୁ ଦିନ ଚୋରା କୋଇଲା ମାଫିଆମାନେ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିବାବେଳେ। ଏହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି।