ବୁଧବାର ବସିବ କଳାଧନ ସଂପର୍କିତ SIT ବୈଠକ, ଯୋଗଦେବେ ବିଭିନ୍ନ ବିଭାଗ ବରିଷ୍ଠ ଅଧିକାରୀ
କଟକ ୨୮।୦୮ : ବୁଧବାର କଟକରେ ବସିବ ଏସ୍ଆଇଟି ବୈଠକ । ଜଷ୍ଟିସ୍ ଅରିଜିତ ପଶାୟକଙ୍କ ଅଧ୍ୟକ୍ଷତାରେ ବସିବ କଳାଧନ ଠାବ ସଂପର୍କିତ ଏସ୍ଆଇଟି ବୈଠକ । ଏହି ବୈଠକରେ ଇଡି, ସିବିଆଇ ସମେତ ବହୁ ତଦନ୍ତକାରୀ ସଂସ୍ଥାର ଉଚ୍ଚ ଅଧିକାରୀମାନେ ଯୋଗଦେବେ । ଏହାସହିତ ଇଡିର ନିର୍ଦ୍ଦେଶକ ରାହୁଲ ନବୀନ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ । ତେବେ ନଜରରେ ରହିବ ରାଜ୍ୟ ଭିଜିଲାନ୍ସ ବିଭାଗ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ପଶାୟତଙ୍କ ନିକଟରେ କେଉଁ ତଥ୍ୟ ଉପସ୍ଥାପନ କରୁଛି । କାରଣ ଗତ ୧୯ ତାରିଖରେ ଭିଜିଲାନ୍ସ ଠାରୁ ରିପୋର୍ଟ ତଲବ କରିଛନ୍ତି ଜଷ୍ଟିସ ପଶାୟତ। ଏହା ଭିତରେ କେତେଜଣ ଦୁର୍ନୀତିଗ୍ରସ୍ତଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେମାନଙ୍କ ନିକଟରୁ କେତେ କଳାଧନ ଜବତ ହୋଇଛି ଏବଂ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା କେତେ ? ରାଜ୍ୟ ଭିଜିଲାନ୍ସ ବିଭାଗ ଠାରୁ ଏହିଭଳି କିଛି ତଥ୍ୟ ଲୋଡିଛନ୍ତି ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ସେହିପରି ଏହି ବୈଠକ ଆଉ କିଛି କାରଣରୁ ମଧ୍ୟ ଗୁରୁତ୍ୱପୂର୍ଣ। କାରଣ ଦେଶରେ ନିଶା କାରବାର ବଢିବା ନେଇ ଗତ ବୈଠକରେ ଉଦବେଗ ପ୍ରକାଶ କରିଥିଲେ ଜଷ୍ଟିସ ପଶାୟତ। ନିଶା କାରବାରରେ କଳାଧନ ବିନିଯୋଗ ହେଉଥିବା ନେଇ ପୂର୍ବରୁ ଯେଉଁ ରିପୋର୍ଟ ମିଳିଛି, ହୁଏତ ତା ଉପରେ ଆକ୍ସନ ଟେକେନ ରିପୋର୍ଟ ଆଜିର ବୈଠକରେ ଲୋଡିପାରନ୍ତି ଏସଆଇଟି ଉପାଧ୍ୟକ୍ଷ ।
କଟକ ୨୮।୦୮ : ବୁଧବାର କଟକରେ ବସିବ ଏସ୍ଆଇଟି ବୈଠକ । ଜଷ୍ଟିସ୍ ଅରିଜିତ ପଶାୟକଙ୍କ ଅଧ୍ୟକ୍ଷତାରେ ବସିବ କଳାଧନ ଠାବ ସଂପର୍କିତ ଏସ୍ଆଇଟି ବୈଠକ । ଏହି ବୈଠକରେ ଇଡି, ସିବିଆଇ ସମେତ ବହୁ ତଦନ୍ତକାରୀ ସଂସ୍ଥାର ଉଚ୍ଚ ଅଧିକାରୀମାନେ ଯୋଗଦେବେ । ଏହାସହିତ ଇଡିର ନିର୍ଦ୍ଦେଶକ ରାହୁଲ ନବୀନ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ ।
ତେବେ ନଜରରେ ରହିବ ରାଜ୍ୟ ଭିଜିଲାନ୍ସ ବିଭାଗ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ପଶାୟତଙ୍କ ନିକଟରେ କେଉଁ ତଥ୍ୟ ଉପସ୍ଥାପନ କରୁଛି । କାରଣ ଗତ ୧୯ ତାରିଖରେ ଭିଜିଲାନ୍ସ ଠାରୁ ରିପୋର୍ଟ ତଲବ କରିଛନ୍ତି ଜଷ୍ଟିସ ପଶାୟତ। ଏହା ଭିତରେ କେତେଜଣ ଦୁର୍ନୀତିଗ୍ରସ୍ତଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେମାନଙ୍କ ନିକଟରୁ କେତେ କଳାଧନ ଜବତ ହୋଇଛି ଏବଂ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା କେତେ ? ରାଜ୍ୟ ଭିଜିଲାନ୍ସ ବିଭାଗ ଠାରୁ ଏହିଭଳି କିଛି ତଥ୍ୟ ଲୋଡିଛନ୍ତି ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।
ସେହିପରି ଏହି ବୈଠକ ଆଉ କିଛି କାରଣରୁ ମଧ୍ୟ ଗୁରୁତ୍ୱପୂର୍ଣ। କାରଣ ଦେଶରେ ନିଶା କାରବାର ବଢିବା ନେଇ ଗତ ବୈଠକରେ ଉଦବେଗ ପ୍ରକାଶ କରିଥିଲେ ଜଷ୍ଟିସ ପଶାୟତ। ନିଶା କାରବାରରେ କଳାଧନ ବିନିଯୋଗ ହେଉଥିବା ନେଇ ପୂର୍ବରୁ ଯେଉଁ ରିପୋର୍ଟ ମିଳିଛି, ହୁଏତ ତା ଉପରେ ଆକ୍ସନ ଟେକେନ ରିପୋର୍ଟ ଆଜିର ବୈଠକରେ ଲୋଡିପାରନ୍ତି ଏସଆଇଟି ଉପାଧ୍ୟକ୍ଷ ।