୨୦୨୫ ପାଲଟିବ ଉତ୍ତପ୍ତ ବର୍ଷ, ଚେତାଇଲା ବିଶ୍ୱ ପାଣିପାଗ ସଂଗଠନ

ନୂଆଦିଲ୍ଲୀ ୩୧/୧୨: ୨୦୨୪ ଥିଲା ଉତ୍ତପ୍ତ ବର୍ଷ । ଦୀର୍ଘ ବର୍ଷର ଭାଙ୍ଗିଥିଲା ରେକର୍ଡ । ସବୁ ରେକର୍ଡ କାଟିଥିଲା ତାପମାତ୍ରା । ତେବେ ୨୦୨୪ କୁ କାଟିବ ୨୦୨୫ ଉତ୍ତାପ । ବିପଦ ଡାକିଆଣୁଛି ଜଳବାୟୁ ପରିବର୍ତ୍ତନ । ଚିନ୍ତା ବଢାଇଲା  ବିଶ୍ୱ ପାଣିପାଗ ସଂଗଠନ ବା WMOର ରିପୋର୍ଟ । ଡବ୍ଲୁଏମଓ କହିଛି ଯେ ଗ୍ରୀନ୍ ହାଉସ୍ ଗ୍ୟାସର ସ୍ତର ଆହୁରି ବଢିବ । ଫଳରେ ଆଗାମୀ ଦିନରେ ଅଧିକ ଉତ୍ତାପର ସାମ୍ନା କରିବେ ବିଶ୍ୱବାସୀ । ଏମିତିକି ୨୦୨୪ ତୁଳନାରେ ୨୦୨୫ ହୋଇପାରେ ଗରମର ବର୍ଷ । ଯାହାର ପ୍ରଭାବ ଭୋଗିବେ ସାରା ବିଶ୍ୱବାସୀ । ଆକାଶରୁ ବର୍ଷିବ ନିଆଁ ଝୁଲ । ଦଶନ୍ଧି ରେକର୍ଡ ଭାଙ୍ଗିବ ତାପମାତ୍ରା । ଚେତାଇଲେ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ।  ଆଣ୍ଟୋନିଓ ଗୁଟେରସ୍‌ଙ୍କ କହିବା କଥା ନିକଟରେ ଆମେ ଭୟଙ୍କର ଉତ୍ତାପ ଦେଖିଥିଲେ । ତେବେ ୨୦୨୫ରେ ବଡ ଜଳବାୟୁ ପରିବର୍ତ୍ତନ ସୂଚନା ମିଳୁଛି । ଆହୁରି ବି ବାସ୍ତବ ସମୟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବି ଦର୍ଶାଉଛି । ଗୁଟେରସ୍ ଏକ ଚେତାବନୀ ଜାରି କରି କହିଛନ୍ତି ଯେ ଭବିଷ୍ୟତରେ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ। ୨୦୨୫ ମସିହାରେ ଅନେକ ଦେଶ ନିର୍ଗମନକୁ ହ୍ରାସ କରିବା ସହ ଏକ ସୁରକ୍ଷିତ ପଥ ଅନୁସରଣ କରିବାକୁ ପଡିବ। ନଚେତ୍ ଭୟାବହ ହେବ ସ୍ଥିତି । ଗୁଟେରସ୍ କହିବା କଥା ଆମକୁ ଏକ ନବୀକରଣଯୋଗ୍ୟ ଭବିଷ୍ୟତକୁ ସମର୍ଥନ କରିବାକୁ ପଡିବ । ଯାହା ଦ୍ୱାରା ଆମେ ଶକ

୨୦୨୫ ପାଲଟିବ ଉତ୍ତପ୍ତ ବର୍ଷ, ଚେତାଇଲା ବିଶ୍ୱ ପାଣିପାଗ ସଂଗଠନ

ନୂଆଦିଲ୍ଲୀ ୩୧/୧୨: ୨୦୨୪ ଥିଲା ଉତ୍ତପ୍ତ ବର୍ଷ । ଦୀର୍ଘ ବର୍ଷର ଭାଙ୍ଗିଥିଲା ରେକର୍ଡ । ସବୁ ରେକର୍ଡ କାଟିଥିଲା ତାପମାତ୍ରା । ତେବେ ୨୦୨୪ କୁ କାଟିବ ୨୦୨୫ ଉତ୍ତାପ । ବିପଦ ଡାକିଆଣୁଛି ଜଳବାୟୁ ପରିବର୍ତ୍ତନ । ଚିନ୍ତା ବଢାଇଲା  ବିଶ୍ୱ ପାଣିପାଗ ସଂଗଠନ ବା WMOର ରିପୋର୍ଟ । ଡବ୍ଲୁଏମଓ କହିଛି ଯେ ଗ୍ରୀନ୍ ହାଉସ୍ ଗ୍ୟାସର ସ୍ତର ଆହୁରି ବଢିବ । ଫଳରେ ଆଗାମୀ ଦିନରେ ଅଧିକ ଉତ୍ତାପର ସାମ୍ନା କରିବେ ବିଶ୍ୱବାସୀ । 

ଏମିତିକି ୨୦୨୪ ତୁଳନାରେ ୨୦୨୫ ହୋଇପାରେ ଗରମର ବର୍ଷ । ଯାହାର ପ୍ରଭାବ ଭୋଗିବେ ସାରା ବିଶ୍ୱବାସୀ । ଆକାଶରୁ ବର୍ଷିବ ନିଆଁ ଝୁଲ । ଦଶନ୍ଧି ରେକର୍ଡ ଭାଙ୍ଗିବ ତାପମାତ୍ରା । ଚେତାଇଲେ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ।  ଆଣ୍ଟୋନିଓ ଗୁଟେରସ୍‌ଙ୍କ କହିବା କଥା ନିକଟରେ ଆମେ ଭୟଙ୍କର ଉତ୍ତାପ ଦେଖିଥିଲେ । ତେବେ ୨୦୨୫ରେ ବଡ ଜଳବାୟୁ ପରିବର୍ତ୍ତନ ସୂଚନା ମିଳୁଛି । ଆହୁରି ବି ବାସ୍ତବ ସମୟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବି ଦର୍ଶାଉଛି । 

ଗୁଟେରସ୍ ଏକ ଚେତାବନୀ ଜାରି କରି କହିଛନ୍ତି ଯେ ଭବିଷ୍ୟତରେ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ। ୨୦୨୫ ମସିହାରେ ଅନେକ ଦେଶ ନିର୍ଗମନକୁ ହ୍ରାସ କରିବା ସହ ଏକ ସୁରକ୍ଷିତ ପଥ ଅନୁସରଣ କରିବାକୁ ପଡିବ। ନଚେତ୍ ଭୟାବହ ହେବ ସ୍ଥିତି । ଗୁଟେରସ୍ କହିବା କଥା ଆମକୁ ଏକ ନବୀକରଣଯୋଗ୍ୟ ଭବିଷ୍ୟତକୁ ସମର୍ଥନ କରିବାକୁ ପଡିବ । ଯାହା ଦ୍ୱାରା ଆମେ ଶକ୍ତି ସଙ୍କଟର ମୁକାବିଲା କରିପାରିବା । ଏମିତିକି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବି ହ୍ରାସ କରିପାରିବା । ସେହପରି WMO ସେକ୍ରେଟେରୀ ଜେନେରାଲ ସେଲଷ୍ଟେ ସାଉଲୋ କହିଛନ୍ତି ଯେ, ପ୍ରଥମ ବର୍ଷରେ ଜଳବାୟୁ ପରିବର୍ତ୍ତନକୁ ନେଇ କ୍ରମାଗତ ରେଡ୍ ଆଲର୍ଟ ଜାରି କରାଯାଇଛି । 

୨୦୨୫ WMO ର ୭୫ ତମ ବାର୍ଷିକୀ ହେବ । ଏହି ଅବସରରେ ବାର୍ତ୍ତା ଦିଆଯିବ ଯେ ଯଦି ଆମେ ଏକ ସୁରକ୍ଷିତ ଗ୍ରହ ଚାହୁଁ, ତେବେ ତୁରନ୍ତ ପଦକ୍ଷେପ ନେବାକୁ ପଡିବ । ସେଲଷ୍ଟେ ସାଉଲୋ ଆହୁରି ବି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଉପରେ ପଦକ୍ଷେପ ନେବା କେବଳ ଗୋଟିଏ ଦେଶର ଦାୟିତ୍ୱ ନୁହେଁ ବରଂ ଏହା ସାରା ବିଶ୍ୱର । ଜଳବାୟୁ ସଙ୍କଟର ମୁକାବିଲା ପାଇଁ ପ୍ରତ୍ୟେକ ବ୍ୟକ୍ତି ଏବଂ ପ୍ରତ୍ୟେକ ଦେଶକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ।