ବଢୁଛି ଶୀତ: ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ
ଦାରିଙ୍ଗବାଡି,୧୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଅସହ୍ୟ ଶୀତ ହେଉଛି। ଗତ ୩ ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ଶନିବାର ସର୍ବନିମ୍ନ ୮ ଡିଗ୍ରୀ ତାପମାତ୍ରା ରହିଛି। କିଛି ସ୍ଥାନରେ ଅଧିକା ଜାଡ଼ ରହିବା ସହ ହାଲକା ତୁଷାରପାତ ହୋଇଛି। ଶୀତର ମଜା ନେବା ପାଇଁ ପହଞ୍ଚିଥିବା ପର୍ଯ୍ୟଟକ ଏହି ଅସହ୍ୟ ଶୀତରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲି ମଜା ନେଉଛନ୍ତି। ତେବେ ସୂର୍ଯ୍ୟକିରଣ ପ୍ରଖର ହେବା ପରେ ଶୀତ କମୁଛି ପୁଣି […] The post ବଢୁଛି ଶୀତ: ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ appeared first on Dharitri Odia News.
ଦାରିଙ୍ଗବାଡି,୧୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଅସହ୍ୟ ଶୀତ ହେଉଛି। ଗତ ୩ ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ଶନିବାର ସର୍ବନିମ୍ନ ୮ ଡିଗ୍ରୀ ତାପମାତ୍ରା ରହିଛି। କିଛି ସ୍ଥାନରେ ଅଧିକା ଜାଡ଼ ରହିବା ସହ ହାଲକା ତୁଷାରପାତ ହୋଇଛି। ଶୀତର ମଜା ନେବା ପାଇଁ ପହଞ୍ଚିଥିବା ପର୍ଯ୍ୟଟକ ଏହି ଅସହ୍ୟ ଶୀତରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲି ମଜା ନେଉଛନ୍ତି। ତେବେ ସୂର୍ଯ୍ୟକିରଣ ପ୍ରଖର ହେବା ପରେ ଶୀତ କମୁଛି ପୁଣି ସୂର୍ଯ୍ୟାସ୍ତ ପରେ ଶୀତ ବଢୁଛି। ଶୀତ ଯୋଗୁ ଅନେକ ଲୋକ ସରକାରୀ ଓ ବେସରକାରୀ କାର୍ଯ୍ୟରେ ଯିବା ବିଳମ୍ବ ହେଉଥିବାବେଳେ ଚାଷୀ ଜମିରେ ପହଞ୍ଚି ଜାଡରେ କାର୍ଯ୍ୟକରିବା ମୁସ୍କିଲ ହେଉଛି।
ସୂଚନାଯୋଗ୍ୟ ଯେ, ବୁଧବାର ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବାବେଳେ ଗୁରୁବାରଠାରୁ କ୍ରମଶଃ ତାପମାତ୍ରା ତଳମୁହାଁ ହୋଇଛି।
The post ବଢୁଛି ଶୀତ: ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ appeared first on Dharitri Odia News.