ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ କିଙ୍ଗ୍‌ ଚାଲର୍‌ସଙ୍କୁ ସିନେଟରଙ୍କ ଦୁର୍ବ୍ୟବହାର

ମେଲ୍‌ବୋର୍ନ,୨୨ା୧୦ : ବ୍ରିଟେନ ରାଜା ଚାଲର୍‌ସ ଅଷ୍ଟ୍ରେଲିଆ ପାର୍ଲାମେଣ୍ଟକୁ ଯାଇଥିବାବେଳେ ସେଠାରେ ଲିଡିଆ ଥୋର୍ପେ ନାମ୍ନୀ ଜଣେ ସ୍ବାଧୀନ ସିନେଟର ତାଙ୍କୁ ଅପମାନିତ କରିଛନ୍ତି। କିଙ୍ଗ ଚାଲର୍‌ସ ଓ ତାଙ୍କ ସ୍ତ୍ରୀ କାମିଲା କାନ୍‌ବେରାସ୍ଥିତ ଅଷ୍ଟ୍ରେଲିଆ ପାର୍ଲାମେଣ୍ଟର ଗ୍ରେଟ୍‌ ହଲ୍‌ରେ ଉପସ୍ଥିତ ଥିବାବେଳେ ରାଜତନ୍ତ୍ର ଶାସନର ଘୋର ବିରୋଧୀ ଭାବେ ଜଣାଶୁଣା ଥୋର୍ପେ ଉପନିବେଶ ବିରୋଧୀ ସ୍ଲୋଗାନ ଦେବା ସହ ‘ଆପଣ ମୋ ରାଜା ନୁହନ୍ତି’ ବୋଲି କହିଥିଲେ। କିଙ୍ଗ୍‌ ଚାଲର୍‌ସ ଅଷ୍ଟ୍ରେଲିଆକୁ ଦଖଲ କରିଥିବା ସେ […] The post ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ କିଙ୍ଗ୍‌ ଚାଲର୍‌ସଙ୍କୁ ସିନେଟରଙ୍କ ଦୁର୍ବ୍ୟବହାର appeared first on Dharitri Odia News.

ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ କିଙ୍ଗ୍‌ ଚାଲର୍‌ସଙ୍କୁ ସିନେଟରଙ୍କ ଦୁର୍ବ୍ୟବହାର

ମେଲ୍‌ବୋର୍ନ,୨୨ା୧୦ : ବ୍ରିଟେନ ରାଜା ଚାଲର୍‌ସ ଅଷ୍ଟ୍ରେଲିଆ ପାର୍ଲାମେଣ୍ଟକୁ ଯାଇଥିବାବେଳେ ସେଠାରେ ଲିଡିଆ ଥୋର୍ପେ ନାମ୍ନୀ ଜଣେ ସ୍ବାଧୀନ ସିନେଟର ତାଙ୍କୁ ଅପମାନିତ କରିଛନ୍ତି। କିଙ୍ଗ ଚାଲର୍‌ସ ଓ ତାଙ୍କ ସ୍ତ୍ରୀ କାମିଲା କାନ୍‌ବେରାସ୍ଥିତ ଅଷ୍ଟ୍ରେଲିଆ ପାର୍ଲାମେଣ୍ଟର ଗ୍ରେଟ୍‌ ହଲ୍‌ରେ ଉପସ୍ଥିତ ଥିବାବେଳେ ରାଜତନ୍ତ୍ର ଶାସନର ଘୋର ବିରୋଧୀ ଭାବେ ଜଣାଶୁଣା ଥୋର୍ପେ ଉପନିବେଶ ବିରୋଧୀ ସ୍ଲୋଗାନ ଦେବା ସହ ‘ଆପଣ ମୋ ରାଜା ନୁହନ୍ତି’ ବୋଲି କହିଥିଲେ। କିଙ୍ଗ୍‌ ଚାଲର୍‌ସ ଅଷ୍ଟ୍ରେଲିଆକୁ ଦଖଲ କରିଥିବା ସେ ଅଭିଯୋଗ କରିଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଘେରିଯାଇ ବାହାରକୁ ନେଇଯାଇଥିଲେ।

The post ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ କିଙ୍ଗ୍‌ ଚାଲର୍‌ସଙ୍କୁ ସିନେଟରଙ୍କ ଦୁର୍ବ୍ୟବହାର appeared first on Dharitri Odia News.