କ’ଣ ଥିଲା ଉତ୍ତମଙ୍କ ଶେଷ ଇଚ୍ଛା? ପରିବାର ଲୋକ କହିଲେ…

ଭୁବନେଶ୍ୱର,୨୮।୨: ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଅଭିନେତାଙ୍କ ଦେହାନ୍ତରେ କେବଳ ଓଲିଉଡ ନୁହେଁ, ଓଡ଼ିଶା ତଥା ଦେଶର ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ଏତିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିଛନ୍ତି। ସାଢ଼େ ୧୧ଟା ସୁଦ୍ଧା ବିମାନବନ୍ଦରରେ ପହଞ୍ଚିବ ଉତ୍ତମଙ୍କ ପାର୍ଥିବ ଶରୀର। ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ହେବ ଶେଷ ଦର୍ଶନ । […] The post କ’ଣ ଥିଲା ଉତ୍ତମଙ୍କ ଶେଷ ଇଚ୍ଛା? ପରିବାର ଲୋକ କହିଲେ… appeared first on Dharitri Odia News.

କ’ଣ ଥିଲା ଉତ୍ତମଙ୍କ ଶେଷ ଇଚ୍ଛା? ପରିବାର ଲୋକ କହିଲେ…

ଭୁବନେଶ୍ୱର,୨୮।୨: ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଅଭିନେତାଙ୍କ ଦେହାନ୍ତରେ କେବଳ ଓଲିଉଡ ନୁହେଁ, ଓଡ଼ିଶା ତଥା ଦେଶର ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ଏତିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିଛନ୍ତି।

ସାଢ଼େ ୧୧ଟା ସୁଦ୍ଧା ବିମାନବନ୍ଦରରେ ପହଞ୍ଚିବ ଉତ୍ତମଙ୍କ ପାର୍ଥିବ ଶରୀର। ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ହେବ ଶେଷ ଦର୍ଶନ । ଏହାପରେ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ହେବ। ନିଜ ଜନ୍ମ ମାଟିକୁ ଭୁଲି ପାରୁ ନ ଥିଲେ ଉତ୍ତମ ମହାନ୍ତି। ନିଜ ଶେଷ ସମୟରେ ବି ବାରିପଦାବାସୀଙ୍କ କାନ୍ଧରେ ଯିବେ ବୋଲି ସେ କହିଥିବା ପରିବାର ଲୋକ କହିଛନ୍ତି।

୧୩୫ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ସେ ଅଭିନୟ କରିଥିବା ଏକମାତ୍ର ହିନ୍ଦୀ ସିନେମା ହେଉଛି ‘ନୟା ଜହର’, ଯାହା ୧୯୯୧ରେ ରିଲିଜ ହୋଇଥିଲା।

ନୟା ଜହର ହେଉଛି ଜ୍ୟୋତି ସରୁପଙ୍କ ନିର୍ଦ୍ଦେଶିତ ୧୯୯୧ ମସିହାରେ ର୍ନିମିତ ଏକ ବଲିଉଡ ହିନ୍ଦୀ ଡ୍ରାମା ଥ୍ରୀଲର୍‌ ଚଳଚ୍ଚିତ୍ର। ଏହା HIV/AIDS ଉପରେ ଆଧାରିତ ଭାରତର ପ୍ରଥମ ହିନ୍ଦୀ ଫିଚର ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ଏକ ପ୍ରାପ୍ତ ବୟସ୍କ ଥ୍ରୀଲରର ମୋଡ ଦିଆଯାଇଛି, ଯେଉଁଠାରେ ଚଳଚ୍ଚିତ୍ରର ମୁଖ୍ୟ ଖଳନାୟକ ଜଣେ ବ୍ୟକ୍ତି ନୁହେଁ, ବରଂ ରୋଗ, AIDS।

ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ପାଇଁ ସେ ୪ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ‘ଫୁଲ ଚନ୍ଦନ’ ଚଳଚ୍ଚିତ୍ର ପାଇଁ ୧୯୮୨ରେ ତାଙ୍କୁ ପ୍ରଥମଥର ଲାଗି ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏହାପରେ ‘ଝିଅଟି ସୀତା ପରି’,‘ଦଣ୍ଡାବାଳୁଙ୍ଗା’, ‘ସୁନା ଚଢ଼େଇ’ ଲାଗି ଶ୍ରେଷ୍ଠ ଅଭିନେତା ଏବଂ ୧୯୯୧ରେ ‘ତୋ ବିନୁ ଅନ୍ୟଗତି ନାହିଁ’ ଚଳଚ୍ଚିତ୍ରରେ ଶ୍ରେଷ୍ଠ ସହ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ସେହିପରି ୨୦୦୮ରେ ‘ଫିଟ୍‌ଫାଟ ବାଇସ୍କୋପ ପୁରସ୍କାର’, ୨୦୧୨ରେ ‘ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର’, ୨୦୦୬ରେ ‘ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର’ ଏବଂ ୧୯୯୯ରେ ତାଙ୍କୁ ମିଳିଥିଲା‘ଜୟଦେବ ପୁରସ୍କାର’। ଏଥିସହିତ ଚିତ୍ରପୁରୀ ପୁରସ୍କାରରେ ମଧ୍ୟ ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର।

The post କ’ଣ ଥିଲା ଉତ୍ତମଙ୍କ ଶେଷ ଇଚ୍ଛା? ପରିବାର ଲୋକ କହିଲେ… appeared first on Dharitri Odia News.