ବୋର୍ଡିଂ ସ୍କୁଲର ହଷ୍ଟେଲରେ ଅଗ୍ନିକାଣ୍ଡ,୧୩ ମୃତ

ବେଜିଂ,୨୦।୧: ଚାଇନାର ହେନାନ ପ୍ରଦେଶର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲର ଛାତ୍ରାବାସରେ ଅଗ୍ନିକାଣ୍ଡରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଚାଇନା ରାଜ୍ୟ ଗଣମାଧ୍ୟମ ଅନୁଯାୟୀ, ଜାନଶାନପୁ ଗାଁର ସ୍ଥାନୀୟ ଲୋକମାନେ ଶୁକ୍ରବାର ରାତି ୧୧ଟା ସମୟରେ ୟିଙ୍ଗକାଇ ସ୍କୁଲରେ ନିଆଁ ଲାଗିଥିବାର ସୂଚନା ଦେଇଥିଲେ। ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାତି ୧୧:୩୮ରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ କେତେ ଛାତ୍ର ଅଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। […] The post ବୋର୍ଡିଂ ସ୍କୁଲର ହଷ୍ଟେଲରେ ଅଗ୍ନିକାଣ୍ଡ,୧୩ ମୃତ appeared first on Dharitri Odia News.

ବୋର୍ଡିଂ ସ୍କୁଲର ହଷ୍ଟେଲରେ ଅଗ୍ନିକାଣ୍ଡ,୧୩ ମୃତ

ବେଜିଂ,୨୦।୧: ଚାଇନାର ହେନାନ ପ୍ରଦେଶର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲର ଛାତ୍ରାବାସରେ ଅଗ୍ନିକାଣ୍ଡରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଚାଇନା ରାଜ୍ୟ ଗଣମାଧ୍ୟମ ଅନୁଯାୟୀ, ଜାନଶାନପୁ ଗାଁର ସ୍ଥାନୀୟ ଲୋକମାନେ ଶୁକ୍ରବାର ରାତି ୧୧ଟା ସମୟରେ ୟିଙ୍ଗକାଇ ସ୍କୁଲରେ ନିଆଁ ଲାଗିଥିବାର ସୂଚନା ଦେଇଥିଲେ। ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାତି ୧୧:୩୮ରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ କେତେ ଛାତ୍ର ଅଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇ ବର୍ତ୍ତମାନ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ସ୍କୁଲ ମାଲିକଙ୍କୁ ପୋଲିସ ଗିରଫ କରିଛି।

 

The post ବୋର୍ଡିଂ ସ୍କୁଲର ହଷ୍ଟେଲରେ ଅଗ୍ନିକାଣ୍ଡ,୧୩ ମୃତ appeared first on Dharitri Odia News.