ଲୋକଙ୍କୁ ପାଗଳ କରିଛି ଘିବଲି ଇମେଜ୍, କମ୍ପାନୀ ସିଇଓ କହିଲେ-ଆମ ଟିମ୍‌କୁ ଶୋଇବାକୁ ଦିଅ…

ନୂଆଦିଲ୍ଲୀ ୦୧।୦୪; ଓପନ AIର ChatGPT ଏକ ନୂଆ ଟୁଲ ଲଞ୍ଚ କରି ଇଣ୍ଟରନେଟ ଝଡ଼ ସୃଷ୍ଟି କରିଛି। ଯାହା ଏବେ କମ୍ପାନୀର ରାତିର ନିଦ ହଜାଇ ଦେଇଛି। ଏହା ହେଉଛି ଘିବଲି ଷ୍ଟୁଡିଓ ବା ଘିବଲି ଇମେଜ୍ । ଏହି ଫଟୋ ଏବେ ଲୋକମାନଙ୍କୁ ପାଗଳ କରିଦେଇଛି। ଏହାକୁ ବ୍ୟବହାର କରୁଥିବା ଲୋକଙ୍କର ସଂଖ୍ୟା ଏତେ ବଢ଼ି ଯାଇଛି ଯେ Open AIର ସର୍ଭରରେ ଲୋଡ ବହୁତ ବଢ଼ିଯାଇଛି। ଏପରି ପରିସ୍ଥିତିରେ, କମ୍ପାନୀ, OpenAI ସିଇଓ ସାମ ଅଲ୍ଟମାନ ନିଜେ ଲୋକମାନଙ୍କୁ ଏକ ବଡ ଅନୁରୋଧ କରିଥିଲେ ।can yall please chill on generating images this is insane our team needs sleep— Sam Altman (@sama) March 30, 2025ChatGPTର ନୂଆ ଇମେଜ୍ ଜେନେରେସନ୍ ଫିଚର୍ ଦ୍ୱାରା ଲୋକଙ୍କ ଏହି ସ୍ୱପ୍ନ ଏବେ ସତ ହୋଇଛି। ଏହା ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ, ଘିବଲି ଷ୍ଟାଇଲର ଫଟୋଗୁଡ଼ିକ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ସେ ଯେକୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉ ଘିବଲି ଫଟେ ଗୁଡିକ ଏବେ ସବୁଠି ସେୟାର କରାଯାଉଛି । ସେଲିବ୍ରିଟି ହୁଅନ୍ତୁ କିମ୍ବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର, ସମସ୍ତେ ନିଜର ଘିବଲି ଫଟୋ କରୁଛନ୍ତି । ଏହାର କ୍ରେଜ୍‌ ଏତେ ବଢିଯାଇଛି ଯେ ଟିମ ଉପରେ ବହୁତ ଚାପ ପଡୁଛି। କମ୍ପାନୀର ସିଇଓ ସାମ୍ ଅଲ୍ଟମ୍ୟାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଅପିଲ୍ କରିଛନ୍ତି, ‘ଆପଣମାନେ ଦୟାକରି ଟିକିଏ ଅପେକ୍ଷା କରିପାରିବେ, ଆମ ଦଳ

ଲୋକଙ୍କୁ ପାଗଳ କରିଛି ଘିବଲି ଇମେଜ୍, କମ୍ପାନୀ ସିଇଓ କହିଲେ-ଆମ ଟିମ୍‌କୁ ଶୋଇବାକୁ ଦିଅ…

ନୂଆଦିଲ୍ଲୀ ୦୧।୦୪; ଓପନ AIର ChatGPT ଏକ ନୂଆ ଟୁଲ ଲଞ୍ଚ କରି ଇଣ୍ଟରନେଟ ଝଡ଼ ସୃଷ୍ଟି କରିଛି। ଯାହା ଏବେ କମ୍ପାନୀର ରାତିର ନିଦ ହଜାଇ ଦେଇଛି। ଏହା ହେଉଛି ଘିବଲି ଷ୍ଟୁଡିଓ ବା ଘିବଲି ଇମେଜ୍ । ଏହି ଫଟୋ ଏବେ ଲୋକମାନଙ୍କୁ ପାଗଳ କରିଦେଇଛି। ଏହାକୁ ବ୍ୟବହାର କରୁଥିବା ଲୋକଙ୍କର ସଂଖ୍ୟା ଏତେ ବଢ଼ି ଯାଇଛି ଯେ Open AIର ସର୍ଭରରେ ଲୋଡ ବହୁତ ବଢ଼ିଯାଇଛି। ଏପରି ପରିସ୍ଥିତିରେ, କମ୍ପାନୀ, OpenAI ସିଇଓ ସାମ ଅଲ୍ଟମାନ ନିଜେ ଲୋକମାନଙ୍କୁ ଏକ ବଡ ଅନୁରୋଧ କରିଥିଲେ ।

ChatGPTର ନୂଆ ଇମେଜ୍ ଜେନେରେସନ୍ ଫିଚର୍ ଦ୍ୱାରା ଲୋକଙ୍କ ଏହି ସ୍ୱପ୍ନ ଏବେ ସତ ହୋଇଛି। ଏହା ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ, ଘିବଲି ଷ୍ଟାଇଲର ଫଟୋଗୁଡ଼ିକ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ସେ ଯେକୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉ ଘିବଲି ଫଟେ ଗୁଡିକ ଏବେ ସବୁଠି ସେୟାର କରାଯାଉଛି । 

ସେଲିବ୍ରିଟି ହୁଅନ୍ତୁ କିମ୍ବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର, ସମସ୍ତେ ନିଜର ଘିବଲି ଫଟୋ କରୁଛନ୍ତି । ଏହାର କ୍ରେଜ୍‌ ଏତେ ବଢିଯାଇଛି ଯେ ଟିମ ଉପରେ ବହୁତ ଚାପ ପଡୁଛି। କମ୍ପାନୀର ସିଇଓ ସାମ୍ ଅଲ୍ଟମ୍ୟାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଅପିଲ୍ କରିଛନ୍ତି, ‘ଆପଣମାନେ ଦୟାକରି ଟିକିଏ ଅପେକ୍ଷା କରିପାରିବେ, ଆମ ଦଳର ସଦସ୍ୟମାନେ ଶୋଇବାକୁ ଚାହୁଁଛନ୍ତି। ଦୟାକରି ଆମ ଟିମକୁ ଆରାମ କରିବାକୁ ଦିଅନ୍ତୁ।