ଖାର୍ଗେଙ୍କ ଉପରେ ରାଗିଲେ ଶାହା! କହିଲେ ଏମିତି କଥା
ନୂଆଦିଲ୍ଲୀ,୩୦।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବୃତ୍ତିକୁ ଟାର୍ଗେଟ କରି କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନାବଶ୍ୟକ ଭାବେ ଟାଣି ନେଇଛନ୍ତି। ସୋମବାର ଅମିତ ଶାହା ଟୁଇଟରରେ ଲେଖିଛନ୍ତି ଯେ ଖାର୍ଗେଙ୍କ ମନ୍ତବ୍ୟରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କଂଗ୍ରେସ କେତେ ଘୃଣା ଓ ଭୟ କରୁଛି, ସେମାନେ ତାଙ୍କ ବିଷୟରେ ନିରନ୍ତର ଚିନ୍ତା କରୁଛନ୍ତି। ସେପ୍ଟେମ୍ବର ୨୯ରେ […] The post ଖାର୍ଗେଙ୍କ ଉପରେ ରାଗିଲେ ଶାହା! କହିଲେ ଏମିତି କଥା appeared first on Dharitri Odia News.
ନୂଆଦିଲ୍ଲୀ,୩୦।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବୃତ୍ତିକୁ ଟାର୍ଗେଟ କରି କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନାବଶ୍ୟକ ଭାବେ ଟାଣି ନେଇଛନ୍ତି। ସୋମବାର ଅମିତ ଶାହା ଟୁଇଟରରେ ଲେଖିଛନ୍ତି ଯେ ଖାର୍ଗେଙ୍କ ମନ୍ତବ୍ୟରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କଂଗ୍ରେସ କେତେ ଘୃଣା ଓ ଭୟ କରୁଛି, ସେମାନେ ତାଙ୍କ ବିଷୟରେ ନିରନ୍ତର ଚିନ୍ତା କରୁଛନ୍ତି।
ସେପ୍ଟେମ୍ବର ୨୯ରେ , ଜାମ୍ମୁ କାଶ୍ମୀରର ଜରସୋଟାରେ ଏକ ନିର୍ବାଚନ ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହା ପରେ ସେ ସମାବେଶକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ମୋଦିଙ୍କୁ କ୍ଷମତାରୁ ହଟାଇବା ପର୍ଯ୍ୟନ୍ତ ମୁଁ ଜୀବିତ ରହିବି। ଏହି ବିବୃତ୍ତି ଉପରେ ଏବେ ଏକ ରାଜନୈତିକ ଉତ୍ତେଜନା ଦେଖାଦେଇଛି।
ଅମିତ ଶାହା କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ତାଙ୍କ ଭାଷଣରେ ଅପମାନଜନକ ଭାଷା ବ୍ୟବହାର କରି ବା ଅଭଦ୍ରାମିରେ ନିଜକୁ, ତାଙ୍କ ନେତା ଏବଂ ଦଳକୁ ପଛରେ ପକାଇ ଦେଇଛନ୍ତି। ଶାହ କହିଛନ୍ତି ଯେ ସେ ଅନାବଶ୍ୟକ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଟାଣି ନେଇ ନିଜର ତିକ୍ତତା ଦେଖାଇଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାରୁ ହଟାଇବା ପରେ ହିଁ ସେ ମରିବେ ବୋଲି କହିଥିଲେ।
ସେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ, ପ୍ରଧାନମନ୍ତ୍ରୀ ମୋଦି, ମୁଁ ଏବଂ ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଯେ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ। ସେମାନେ ବହୁ ବର୍ଷ ବଞ୍ଚନ୍ତୁ ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ନିର୍ମାଣ ଦେଖିବାକୁ ବଞ୍ଚନ୍ତୁ।
The post ଖାର୍ଗେଙ୍କ ଉପରେ ରାଗିଲେ ଶାହା! କହିଲେ ଏମିତି କଥା appeared first on Dharitri Odia News.