ପାକିସ୍ତାନ ଆମେରିକାର ଗେହ୍ଲା ପୁଅ, କାହିଁକି ଆତଙ୍କୀ ଦେଶକୁ ଦେଇ ଆସୁଛି ସୁରକ୍ଷା ?

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ସୀମାରେ ଉତ୍ତେଜନା ହ୍ରାସ ପାଇଛି। ତେବେ ଏହାକୁ ନେଇ ଆାମେରିକା ପକ୍ଷରୁ କରାଯାଉଥିବା ଦାବି ଏବେ ପ୍ରଶ୍ନ ଘେରରେ ରହିଛି। ଅସ୍ତ୍ରବିରତି ଘୋଷଣା କରି ଟ୍ରମ୍ପ ପ୍ରଥମେ ଆମେରିକା ମଧ୍ୟସ୍ଥତା କରିଥିବା କହିଥିଲେ। ହେଲେ ଭାରତ ଟ୍ରମ୍ପଙ୍କ ଦାବିକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରି କହିଛି ଯେ, ଦୁଇ ଦେଶ ମଧ୍ୟରେ ସିଧାସଳଖ ଆଲୋଚନା ପରେ ହିଁ ଏହା ଉପରେ ସହମତି ପ୍ରକାଶ ପାଇଛି। ପ୍ରଶ୍ନ ଉଠୁଛି କିଛି ଦିନ ପୂର୍ବେ ଏହି ଯୁଦ୍ଧକୁ ଅନ୍ୟର ଲଢେଇ ଏବଂ ଆମେରିକାର ଏଥିରେ କୌଣସି ନେଣଦେଣ ନାହିଁ କହୁଥିବା ଟ୍ରମ୍ପ ପ୍ରଶାସନ କିଭଳି ଭାବେ ଏଥିରେ ନିଜକୁ ସାମିଲ କଲେ। ଏହା ଉପରେ ଭାରତର ଅବସରପ୍ରାପ୍ତ ଏୟାର ମାର୍ଶଲ ପାକିସ୍ତାନ ଓ ଆମେରିକାକୁ ଆକ୍ଷେପ କରିଛନ୍ତି।ଅବସରପ୍ରାପ୍ତ ଏୟାର ମାର୍ଶଲ ସଞ୍ଜୀବ କପୁର କହିଛନ୍ତି, ପାକିସ୍ତାନ ହେଉଛି ଆମେରିକାର ଗେହ୍ଲା ପୁଅ। ଆଉ ଆମେରିକା ୧୯୭୯ରୁ ହିଁ ବେପରୁଆ ଗେହ୍ଲା ପୁଅର କାମକୁ ସହି ଆସୁଛି। ସାକ୍ଷାତକାରରେ ଏୟାର ମାର୍ଶଲଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରହିଛି। ତଥାପି ଅନ୍ତର୍ଜାତୀୟ ମୁଦ୍ରା କୋଷ ପକ୍ଷରୁ ଏହାକୁ ସମର୍ଥନ ସର୍ବଦା ମିଳି ଆସୁଛି। ଏହା ଉପରେ ଏୟାର ମାର୍ଶଲ କହିଛନ୍ତି, ପାକିସ୍ତାନ ଏକ ବିଗିଡ଼ି ସାରିଥିବା ପିଲା। ଯେମିତି ଦୁଷ୍ଟ ପିଲା ବଦମାସି କରନ୍ତି ଏବଂ ମାଆ-ବାପା କୁହନ୍ତି

ପାକିସ୍ତାନ ଆମେରିକାର ଗେହ୍ଲା ପୁଅ, କାହିଁକି ଆତଙ୍କୀ ଦେଶକୁ ଦେଇ ଆସୁଛି ସୁରକ୍ଷା ?

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ସୀମାରେ ଉତ୍ତେଜନା ହ୍ରାସ ପାଇଛି। ତେବେ ଏହାକୁ ନେଇ ଆାମେରିକା ପକ୍ଷରୁ କରାଯାଉଥିବା ଦାବି ଏବେ ପ୍ରଶ୍ନ ଘେରରେ ରହିଛି। ଅସ୍ତ୍ରବିରତି ଘୋଷଣା କରି ଟ୍ରମ୍ପ ପ୍ରଥମେ ଆମେରିକା ମଧ୍ୟସ୍ଥତା କରିଥିବା କହିଥିଲେ। ହେଲେ ଭାରତ ଟ୍ରମ୍ପଙ୍କ ଦାବିକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରି କହିଛି ଯେ, ଦୁଇ ଦେଶ ମଧ୍ୟରେ ସିଧାସଳଖ ଆଲୋଚନା ପରେ ହିଁ ଏହା ଉପରେ ସହମତି ପ୍ରକାଶ ପାଇଛି। ପ୍ରଶ୍ନ ଉଠୁଛି କିଛି ଦିନ ପୂର୍ବେ ଏହି ଯୁଦ୍ଧକୁ ଅନ୍ୟର ଲଢେଇ ଏବଂ ଆମେରିକାର ଏଥିରେ କୌଣସି ନେଣଦେଣ ନାହିଁ କହୁଥିବା ଟ୍ରମ୍ପ ପ୍ରଶାସନ କିଭଳି ଭାବେ ଏଥିରେ ନିଜକୁ ସାମିଲ କଲେ। ଏହା ଉପରେ ଭାରତର ଅବସରପ୍ରାପ୍ତ ଏୟାର ମାର୍ଶଲ ପାକିସ୍ତାନ ଓ ଆମେରିକାକୁ ଆକ୍ଷେପ କରିଛନ୍ତି।

ଅବସରପ୍ରାପ୍ତ ଏୟାର ମାର୍ଶଲ ସଞ୍ଜୀବ କପୁର କହିଛନ୍ତି, ପାକିସ୍ତାନ ହେଉଛି ଆମେରିକାର ଗେହ୍ଲା ପୁଅ। ଆଉ ଆମେରିକା ୧୯୭୯ରୁ ହିଁ ବେପରୁଆ ଗେହ୍ଲା ପୁଅର କାମକୁ ସହି ଆସୁଛି। ସାକ୍ଷାତକାରରେ ଏୟାର ମାର୍ଶଲଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରହିଛି। ତଥାପି ଅନ୍ତର୍ଜାତୀୟ ମୁଦ୍ରା କୋଷ ପକ୍ଷରୁ ଏହାକୁ ସମର୍ଥନ ସର୍ବଦା ମିଳି ଆସୁଛି। ଏହା ଉପରେ ଏୟାର ମାର୍ଶଲ କହିଛନ୍ତି, ପାକିସ୍ତାନ ଏକ ବିଗିଡ଼ି ସାରିଥିବା ପିଲା। ଯେମିତି ଦୁଷ୍ଟ ପିଲା ବଦମାସି କରନ୍ତି ଏବଂ ମାଆ-ବାପା କୁହନ୍ତି ପିଲା ଏମିତି ଆଗକୁ କରିବ ନାହିଁ, କୋକା କୋଲା ପିଇଦିଅ, ଚକଲେଟ୍ ଖାଇ ଦିଅ। ଠିକ୍ ଏମିତି ବ୍ୟବହାର ଆମେରିକା ନିଜ ପୁଅ ଭଳି ପାକିସ୍ତାନ ସହ କରୁଛି। ଏଫ ୧୬ ନେଇଯାଅ, ଆଗକୁ ଏମିତି କର ନାହିଁ।  

Also read: ‘ପାକିସ୍ତାନ ପ୍ରଥମେ ପିଓକେ ଖାଲି କରୁ, ପରେ ଦ୍ବିପାକ୍ଷିକ ଆଲୋଚନା, କାଶ୍ମୀର ମୁଦ୍ଦାରେ ତୃତୀୟ ପକ୍ଷର ଆବଶ୍ୟକତା ନାହିଁ’

ଏୟାର ମାର୍ଶଲ ସଞ୍ଜୀବ କୁମାର କହିଛନ୍ତି, ପାକିସ୍ତାନ ପାଖରେ ଯେଉଁ ଅସ୍ତ୍ରଶସ୍ତ୍ର ରହିଛି, ତାହା ସବୁ ଆମେରିକା କିମ୍ବା ତୁର୍କୀୟ ଏବଂ ପାଶ୍ଚାତ୍ୟ ଦେଶରୁ ଆସିଛି। ଆମେରିକା କଦାପି ଏହା କହିବ ନାହିଁ ଯେ, ତାର ଏୟାରକ୍ରାଫ୍ଟ, ତାର ଏୟାର ଡିଫେନ୍ସ ସିଷ୍ଟମ, ତାର ରାଡାର ଓ ଡ୍ରୋନ୍ସ ସବୁକୁ ଭାରତୀୟ ଓ ରୁଷ ଏୟାରଡିଫେନ୍ସ ସିଷ୍ଟମ ମାତ୍ ଦେଇ ଦେଇଛି। ଆମେରିକା କେବେ କହିବ ନାହିଁ ଯେ, ଭାରତ କେତେ ଉନ୍ନତି କରି ସାରିଛି। କେବଳ ଏତିକି ନୁହେଁ ଆମେରିକା କଦାପି ଭାରତର ଉନ୍ନତି ଦେଖିବାକୁ ଚାହେଁ ନାହିଁ ବୋଲି ସଞ୍ଜୀବ କୁମାର କହିଛନ୍ତି। 

କ'ଣ ପାଇଁ ପାକିସ୍ତାନକୁ ସମର୍ଥନ ଦେଇ ଆସିଛି ଆମେରିକା ? 

ଉଲ୍ଲେଖନୀୟ ଆମେରିକା ପାକିସ୍ତାନକୁ ଅଣ ନାଟୋ ପ୍ରମୁଖ ସହଯୋଗୀର ମାନ୍ୟତା ଦେଇଛି। ଏହି ମାନ୍ୟତା ଆଧାରରେ ପାକିସ୍ତାନକୁ ଆମେରିକାର ସାମରିକ ପ୍ରାଥମିକତାରେ ସ୍ଵତନ୍ତ୍ର ସ୍ଥାନ ଦେଇଛି। ଆମେରିକା ସରକାର କିଛି ଖାସ୍ ଦେଶକୁ ଏହି ମାନ୍ୟତା ଦେଇଛି। ଏହି ମାନ୍ୟତା ଆଧାରରେ ଆମେରିକା ସୈନ୍ୟ ସହଯୋଗ ବ୍ୟତୀତ ଆର୍ଥିକ ସହାୟତା ମଧ୍ୟ ଦେଇଥାଏ। ଆମେରିକା ଶୀତଳ ଯୁଦ୍ଧ ସମୟରୁ ପାକିସ୍ତାନକୁ ସମର୍ଥନ ଦେଇ ଆସୁଛି। ୧୯୮୦ ଦଶକରେ ସୋଭିଏତ ଆଫଗାନିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ଆମେରିକାର ମୁଖ୍ୟ ସହଯୋଗୀ ଥିଲା। ଆମେରିକା ପାକିସ୍ତାନ ଜରିଆରେ ମୁଜାହିଦ୍ଦୀନକୁ ଅସ୍ତ୍ରଶସ୍ତ୍ର ଓ ଫଣ୍ଡିଂ ଦେଇଥିଲା।

Also read: ୨୪ ଘଣ୍ଟା ଭିତରେ ଭାରତ ଛାଡ଼, ପାକିସ୍ତାନ ହାଇ କମିଶନର ଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ

୨୦୧୧ରେ ଓସାମା ବିନ ଲାଡେନ ପାକିସ୍ତାନରେ ମିଳିବା ପରେ ବି ଆମେରିକା ପାକିସ୍ତାନକୁ ଆର୍ଥିକ ଓ ସୈନ୍ୟ ସହାୟତା ଦେବା ଜାରି ରଖିଥିଲା। ଏହାର ବଡ଼ କାରଣ ଆମେରିକା ଦକ୍ଷିଣ ଏସିଆରେ ନିଜର ଗୁଇନ୍ଦା ଓ ସୈନ୍ୟ ଉପସ୍ଥିତି ପାଇଁ ପାକିସ୍ତାନ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ। ଅନ୍ୟପଟେ ଆମେରିକା ପ୍ରଶାନ୍ତ ଓ ଭାରତ ମହାସାଗରରେ ଚୀନ ବିରୋଧରେ ସନ୍ତୁଳନ ବଜାୟ ରଖିବା ପାଇଁ ପାକିସ୍ତାନର ବ୍ୟବହାର କରିବାକୁ ଚାହେଁ। ଆମେରିକାକୁ ଡର ଯେ, ପାକିସ୍ତାନ ସଂପୂର୍ଣ୍ଣ ଭାବେ ଚୀନର ହାତ ମୁଠାକୁ ଚାଲି ନ ଯାଉ।