ଖରାକୁ ଖାତିର ନ କରି ବାଇକ୍ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ
କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ। ବିଜେଡି ଏମ୍ପି ପ୍ରାର୍ଥୀ ଲମ୍ବୋଦର ନିଆଲ ଏବଂ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀ ଲଳିତା ନାଏକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମଙ୍ଗଳବାର ବାଇକ୍ ରେଲିରେ ବାହାରି ନିର୍ବାଚନ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି। ରେଲିରେ ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ […] The post ଖରାକୁ ଖାତିର ନ କରି ବାଇକ୍ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ appeared first on Dharitri Odia News.
କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ। ବିଜେଡି ଏମ୍ପି ପ୍ରାର୍ଥୀ ଲମ୍ବୋଦର ନିଆଲ ଏବଂ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀ ଲଳିତା ନାଏକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମଙ୍ଗଳବାର ବାଇକ୍ ରେଲିରେ ବାହାରି ନିର୍ବାଚନ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି।
ରେଲିରେ ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଜୋନ ନଂ-୨ ଜିଲା ପରିଷଦ ସଦସ୍ୟ ନରୋତ୍ତମ ଭାଟି, ବ୍ଲକ ସଭାପତି କୁମୁଦ ବଗର୍ତ୍ତୀ, ଟାଉନ ସଭାପତି ରମେଶ ପଟ୍ଟନାୟକ, ସରପଞ୍ଚ ଗୀତାଞ୍ଜଳି ଖର୍ସେଲ, ନାଏକ ସରପଞ୍ଚ, ସମିତି ସଭ୍ୟ ରୋମାଞ୍ଚଳ ରଣା, ପଞ୍ଚାୟତ ସଭାପତି, ୱାର୍ଡ ମେମ୍ବର ଏବଂ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ପ୍ରଚାରରେ ଯୋଗ ଦେଇଥିଲେ। ତାତିକୁ ଖାତିର ନ କରି ଉଭୟେ ପ୍ରାର୍ଥୀ ଘରକୁ ଘର ଯାଇ ଭୋଟ ଭିକ୍ଷା କରିଥିଲେ। ଏପରିକି ବିଭିନ୍ନ ଗ୍ରାମରେ ଉଭୟ ପ୍ରାର୍ଥୀଙ୍କୁ କଳସ ସ୍ଥାପନ କରି ପୁଷ୍ପମାଳା ଦେଇ ସ୍ବାଗତ କରାଯାଉଥିବା ଦେଖିବାକୁ ମିଳିଥିଲା।
The post ଖରାକୁ ଖାତିର ନ କରି ବାଇକ୍ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ appeared first on Dharitri Odia News.