ବାବର ଆଜାମ୍ ଛାଡିଲେ ପଦ, କ୍ୟାପଟେନସିପ୍ ରେସ୍ରେ ଏହି ୩ ପ୍ଲେୟର
ନୂଆଦିଲ୍ଲୀ ୦୩।୧୦: ପାକିସ୍ତାନ କ୍ରିକେଟ୍ ଟିମ୍ର ଅଧିନାୟକ ବାବର ଆଜାମ । ODI ଏବଂ ଟି-୨୦ ଟିମର ଅଧିନାୟକତ୍ୱ ପଦରୁ ଦେଇଛନ୍ତି ଇସ୍ତଫା । ଏବେ ନୂଆ ଅଧିନାୟକ ବାଛିବା ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ହୋଇଛି ଚ୍ୟାଲେଞ୍ଜ । ବାବରଙ୍କ ଇସ୍ତଫା ପରେ PCB ସେମାନଙ୍କ ଉପରେ ଧ୍ୟାନ ଦେଉଛି ଯେଉଁମାନଙ୍କର ଅଧିନାୟକତ୍ୱର ଅଭିଜ୍ଞତା ରହିଛି । ଲିଷ୍ଟରେ ରହିଛନ୍ତି ମହମ୍ମଦ ରିଜୱାନ୍, ଶାଦବ ଖାନ୍ ଏବଂ ଶାହିନ୍ ଶାହା ଆଫ୍ରିଦି ଅଛନ୍ତି।ମହମ୍ମଦ ରିଜୱାନ । ପାକିସ୍ତାନ ସୁପର ଲିଗରେ ମୁଲତାନ ସୁଲତାନ ଟିମର ଅଧିନାୟକତ୍ୱ କରିବାର ଅଭିଜ୍ଞତା ରହିଛି । କିନ୍ତୁ ତାଙ୍କୁ ଅନ୍ତର୍ଜାତୀୟ ହ୍ବାଇଟବଲ କ୍ରିକେଟରେ ଅଧିକ ସୁଯୋଗ ମିଳିନଥିଲା । କିନ୍ତୁ ଏହା ଦେଖିବାକୁ ବାକି ରହିଲା PCB ତାଙ୍କୁ ବାବର ଆଜାମଙ୍କ ରିପ୍ଲେସମେଣ୍ଟ ଭାବେ ବିବେଚନା କରୁଛି କି ନାହିଁ । ରିଜୱାନଙ୍କ ଦକ୍ଷତାକୁ ବିଚାର କରି ତାଙ୍କ ନାଁକୁ ନେଇ ହୋଇପାରେ ବିଚାର । ୨୨ ବର୍ଷିୟ ଶାଦବ ଖାନ । କମ୍ ବୟସରେ ପାକିସ୍ତାନର ଅଧିନାୟକତ୍ୱ ପଦ ଗ୍ରହଣ କରି ଦେଶର ସର୍ବକନିଷ୍ଠ ଅଧିନାୟକ ହୋଇଥିଲେ। ସେ PSLରେ ଇସଲାମାବାଦ ୟୁନାଇଟେଡ୍ର ଅଧିନାୟକ ଅଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଟିମ୍ ମଧ୍ୟ ଟାଇଟଲ୍ ହାତେଇଛି । ନିକଟରେ ସେ ନିଜ ଟିମକୁ ଘରୋଇ ODI ଟୁର୍ନାମେଣ୍ଟ, ଚାମ୍ପିଅନ୍ସ ODI କପ୍ରେ ମଧ୍ୟ ବିଜୟୀ କରାଇଥିଲେ।ଶାହିନ୍ ଶାହା ଆଫ୍ରିଦି । ୫ଟି ଟି-୨୦ ମ୍ୟାଚରେ ପାକିସ୍ତାନର ଅ
ନୂଆଦିଲ୍ଲୀ ୦୩।୧୦: ପାକିସ୍ତାନ କ୍ରିକେଟ୍ ଟିମ୍ର ଅଧିନାୟକ ବାବର ଆଜାମ । ODI ଏବଂ ଟି-୨୦ ଟିମର ଅଧିନାୟକତ୍ୱ ପଦରୁ ଦେଇଛନ୍ତି ଇସ୍ତଫା । ଏବେ ନୂଆ ଅଧିନାୟକ ବାଛିବା ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ହୋଇଛି ଚ୍ୟାଲେଞ୍ଜ । ବାବରଙ୍କ ଇସ୍ତଫା ପରେ PCB ସେମାନଙ୍କ ଉପରେ ଧ୍ୟାନ ଦେଉଛି ଯେଉଁମାନଙ୍କର ଅଧିନାୟକତ୍ୱର ଅଭିଜ୍ଞତା ରହିଛି । ଲିଷ୍ଟରେ ରହିଛନ୍ତି ମହମ୍ମଦ ରିଜୱାନ୍, ଶାଦବ ଖାନ୍ ଏବଂ ଶାହିନ୍ ଶାହା ଆଫ୍ରିଦି ଅଛନ୍ତି।
ମହମ୍ମଦ ରିଜୱାନ । ପାକିସ୍ତାନ ସୁପର ଲିଗରେ ମୁଲତାନ ସୁଲତାନ ଟିମର ଅଧିନାୟକତ୍ୱ କରିବାର ଅଭିଜ୍ଞତା ରହିଛି । କିନ୍ତୁ ତାଙ୍କୁ ଅନ୍ତର୍ଜାତୀୟ ହ୍ବାଇଟବଲ କ୍ରିକେଟରେ ଅଧିକ ସୁଯୋଗ ମିଳିନଥିଲା । କିନ୍ତୁ ଏହା ଦେଖିବାକୁ ବାକି ରହିଲା PCB ତାଙ୍କୁ ବାବର ଆଜାମଙ୍କ ରିପ୍ଲେସମେଣ୍ଟ ଭାବେ ବିବେଚନା କରୁଛି କି ନାହିଁ । ରିଜୱାନଙ୍କ ଦକ୍ଷତାକୁ ବିଚାର କରି ତାଙ୍କ ନାଁକୁ ନେଇ ହୋଇପାରେ ବିଚାର ।
୨୨ ବର୍ଷିୟ ଶାଦବ ଖାନ । କମ୍ ବୟସରେ ପାକିସ୍ତାନର ଅଧିନାୟକତ୍ୱ ପଦ ଗ୍ରହଣ କରି ଦେଶର ସର୍ବକନିଷ୍ଠ ଅଧିନାୟକ ହୋଇଥିଲେ। ସେ PSLରେ ଇସଲାମାବାଦ ୟୁନାଇଟେଡ୍ର ଅଧିନାୟକ ଅଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଟିମ୍ ମଧ୍ୟ ଟାଇଟଲ୍ ହାତେଇଛି । ନିକଟରେ ସେ ନିଜ ଟିମକୁ ଘରୋଇ ODI ଟୁର୍ନାମେଣ୍ଟ, ଚାମ୍ପିଅନ୍ସ ODI କପ୍ରେ ମଧ୍ୟ ବିଜୟୀ କରାଇଥିଲେ।
ଶାହିନ୍ ଶାହା ଆଫ୍ରିଦି । ୫ଟି ଟି-୨୦ ମ୍ୟାଚରେ ପାକିସ୍ତାନର ଅଧିନାୟକତ୍ୱ ପଦ ସମ୍ଭାଳିଛନ୍ତି । ଯେଉଁଥିରୁ ସେ ମାତ୍ର ୧ ଗୋଟିଏ ମ୍ୟାଚ୍ ଜିତିଛନ୍ତି ଏବଂ ୪ଟି ହାରିଛନ୍ତି । ଯଦିଓ ଏହି ଆକଳନ ଭଲ ନୁହେଁ, କିନ୍ତୁ ଏହା ସତ ଯେ ତାଙ୍କୁ ଅଧିନାୟକତ୍ୱ ପାଇଁ ମିଳିନ ଅଧିକ ସୁଯୋଗ । ଶାହିନ୍ ମଧ୍ୟ PSLରେ ଦୁଇଟି ଟାଇଟଲ୍ ଜିତିଛନ୍ତି ଏବଂ ନିକଟରେ ତାଙ୍କୁ ହଠାତ୍ ଟି-୨୦ ଅଧିନାୟକତ୍ୱ ପଦରୁ ହଟାଇ ଦିଆଯାଇଛି । ବାବରଙ୍କ ଇସ୍ତଫା ପରେ PCB ଶାହିନ୍ଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚିନ୍ତା କରିପାରେ ।