ପାକ୍‌ ସେନାର ଗୁଳିମାଡ଼ରେ ଜମ୍ମୁ-କାଶ୍ମୀରର ୧୦ ସାଧାରଣ ନାଗରିକ ମୃତ, ୫୦ ଆହତ

ଜମ୍ମୁ: ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା(ଏଲଓସି) ନିକଟସ୍ଥ ୧୨ରୁ ଊର୍ଦ୍ଧ୍ବ ଗ୍ରାମ ଉପରେ ପାକିସ୍ତାନୀ ସେନା ରାତିସାରା ଗୁଳିବର୍ଷା କରିଛି। ଏଥିରେ ଜଣେ ମହିଳା ଏବଂ ଦୁଇ ଶିଶୁ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ରେ ପୁଞ୍ଚ୍‌ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପାକିସ୍ତାନୀ ସେନା ପୁଞ୍ଚ୍, ରଜୌରୀ ଏବଂ ଉରିରେ ଗୁଳିମାଡ଼ କରିଛନ୍ତି। ଗୁଳିମାଡ଼ରେ ଏକାଧିକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅନେକ ଯାନବାହନ ଜଳି ଯାଇଛି। […]

ପାକ୍‌ ସେନାର ଗୁଳିମାଡ଼ରେ ଜମ୍ମୁ-କାଶ୍ମୀରର ୧୦ ସାଧାରଣ ନାଗରିକ ମୃତ, ୫୦ ଆହତ

ଜମ୍ମୁ: ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା(ଏଲଓସି) ନିକଟସ୍ଥ ୧୨ରୁ ଊର୍ଦ୍ଧ୍ବ ଗ୍ରାମ ଉପରେ ପାକିସ୍ତାନୀ ସେନା ରାତିସାରା ଗୁଳିବର୍ଷା କରିଛି। ଏଥିରେ ଜଣେ ମହିଳା ଏବଂ ଦୁଇ ଶିଶୁ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ରେ ପୁଞ୍ଚ୍‌ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପାକିସ୍ତାନୀ ସେନା ପୁଞ୍ଚ୍, ରଜୌରୀ ଏବଂ ଉରିରେ ଗୁଳିମାଡ଼ କରିଛନ୍ତି। ଗୁଳିମାଡ଼ରେ ଏକାଧିକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅନେକ ଯାନବାହନ ଜଳି ଯାଇଛି। ଉତ୍ତର କାଶ୍ମୀରର ତଙ୍ଗଧାରରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନା କାଶ୍ମୀରର ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛି। ତୋପ ଗୁଳିରେ ଜଣେ କାଶ୍ମୀର ନାଗରିକଙ୍କ ସମ୍ପୂର୍ଣ୍ଣ ଘର ପୋଡ଼ି ପାଉଁଶ ହୋଇଯାଇଛି।

ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ, ପାକିସ୍ତାନ ଏବଂ ପାକ୍‌ ଅଧିକୃତ କାଶ୍ମୀରରେ ଥିବା ୯ ଆତଙ୍କୀ ଶିବିର ଉପରେ ଭାରତ ମିସାଇଲ୍‌ ଆକ୍ରମଣ କରିବା ପରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତୀୟ ସେନା ମଧ୍ୟ ଏହାର ଜବାବ ଦେଇଛି।

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ଥିବା ପୋଷ୍ଟରୁ ଜମ୍ମୁ-କାଶ୍ମୀରର ଅନେକ ଅଞ୍ଚଳରେ ଭାରି ମାତ୍ରାରେ ଗୁଳିବର୍ଷା କରିଛି। ତଙ୍ଗଧାରରେ ନିୟନ୍ତ୍ରଣ ରେଖା ନିକଟରେ ଅଚାନକ ଗୁଳିଚାଳନା ହୋଇଥିଲା। ପୁଞ୍ଚ୍‌ରେ ପାକିସ୍ତାନର ବେଧଡ଼କ ଗୁଳିମାଡ଼ ଯୋଗୁଁଁ ୧୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏଥିସହ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।