ଆଉ ଥରେ ଚକମା ଦେଲା ଜିନ୍ନତ, ଟ୍ରାଙ୍କୁଲାଇଜ ପୂର୍ବରୁ ଖସି ପଳାଇଲା

ଭୁବନେଶ୍ବର: ବନ ବିଭାଗ ଟିମ୍‌କୁ ପୁଣି ଚକମା ଦେଲା ବାଘୁଣୀ ଜିନ୍ନତ । ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରୁଥିବାବେଳେ ବନ ବିଭାଗର ସ୍ବତନ୍ତ୍ର ଟିମ୍‌କୁ ଚକମା ଦେଇ ଖସି ପଳାଇଛି ଜିନ୍ନତ । ଜିନ୍ନତକୁ ଜଙ୍ଗଲ ବାହାରକୁ ଆଣି ଟ୍ରାଙ୍କୁଲାଇଜ୍ ଯୋଜନା କରାଯାଉଥିଲେ ଏହା ସଫଳ ହୋଇନାହିଁ। ଯାହା ପୁଣି ବନ ବିଭାଗର ଚିନ୍ତା ବଢ଼ାଇଛି। ଟାଙ୍କୁଲାଇଜ୍ ପରେ ପୁଣି ଶିମିଳିପାଳ ଏନକ୍ଲୋଜରକୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି। ପୂର୍ବରୁ ଶନିବାର ସକାଳେ ପିସିସିଏଫ ପ୍ରେମ କୁମାର ଝା ଓ ବାରିପଦା ମଣ୍ଡଳ ଆରସିସିଏଫ ଡ. ପ୍ରକାଶ ଚାନ୍ଦ ଗୋଗିନାନୀ ସୂଚନା ଦେଇ ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚେଷ୍ଟା ଚାଲିଥିବା ନେଇ ସୂଚନା ଦେଇଥିଲେ । ସୂଚନାଥାଉକି, ବାଘୁଣୀ ଜିନ୍ନତକୁ ନେଇ ଏବେ ଓଡ଼ିଶା ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ରାଜ୍ୟରେ ଚର୍ଚ୍ଚା ଲାଗିରହିଥିବା ବେଳେ ଶିମିଳିପାଳରୁ ପ୍ରଥମେ ଝାଡ଼ଖଣ୍ଡ ଓ ସେଠାରୁ ପଶ୍ଚିମବଙ୍ଗ ପଳାଇଛି ବାଘୁଣୀ ଜିନ୍ନତ୍ । ଏବେ ଜିନ୍ନତ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା କଂସାବତୀ ଜଳ ଭଣ୍ଡାର ନିକଟରେ ରହିଥିବାର ଜଣାପଡ଼ିଛି । ଏଣୁ ପଶ୍ଚିମବଙ୍ଗ ସରକାର ତଥା ବନ ବିଭାଗ  ବାରୁଣିଆ, ଗୋପାଳପୁର, ଗୋସାଇଁ ଡ଼ିହି ଆଦି ଗ୍ରାମରେ ହାଇଆଲର୍ଟ ଜାରି କରିବା ସହ   ବାଘୁଣୀ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।ବାରମ୍ବାର ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ କରାଯାଇ ଘଞ୍ଚ ଜଙ୍ଗଲରୁ ଜିନ୍ନତକୁ ବାହାରକୁ ଆଣିବା ପାଇଁ ଚେ

ଆଉ ଥରେ ଚକମା ଦେଲା ଜିନ୍ନତ, ଟ୍ରାଙ୍କୁଲାଇଜ ପୂର୍ବରୁ ଖସି ପଳାଇଲା

ଭୁବନେଶ୍ବର: ବନ ବିଭାଗ ଟିମ୍‌କୁ ପୁଣି ଚକମା ଦେଲା ବାଘୁଣୀ ଜିନ୍ନତ । ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରୁଥିବାବେଳେ ବନ ବିଭାଗର ସ୍ବତନ୍ତ୍ର ଟିମ୍‌କୁ ଚକମା ଦେଇ ଖସି ପଳାଇଛି ଜିନ୍ନତ । ଜିନ୍ନତକୁ ଜଙ୍ଗଲ ବାହାରକୁ ଆଣି ଟ୍ରାଙ୍କୁଲାଇଜ୍ ଯୋଜନା କରାଯାଉଥିଲେ ଏହା ସଫଳ ହୋଇନାହିଁ। ଯାହା ପୁଣି ବନ ବିଭାଗର ଚିନ୍ତା ବଢ଼ାଇଛି। ଟାଙ୍କୁଲାଇଜ୍ ପରେ ପୁଣି ଶିମିଳିପାଳ ଏନକ୍ଲୋଜରକୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି। ପୂର୍ବରୁ ଶନିବାର ସକାଳେ ପିସିସିଏଫ ପ୍ରେମ କୁମାର ଝା ଓ ବାରିପଦା ମଣ୍ଡଳ ଆରସିସିଏଫ ଡ. ପ୍ରକାଶ ଚାନ୍ଦ ଗୋଗିନାନୀ ସୂଚନା ଦେଇ ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚେଷ୍ଟା ଚାଲିଥିବା ନେଇ ସୂଚନା ଦେଇଥିଲେ । 

ସୂଚନାଥାଉକି, ବାଘୁଣୀ ଜିନ୍ନତକୁ ନେଇ ଏବେ ଓଡ଼ିଶା ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ରାଜ୍ୟରେ ଚର୍ଚ୍ଚା ଲାଗିରହିଥିବା ବେଳେ ଶିମିଳିପାଳରୁ ପ୍ରଥମେ ଝାଡ଼ଖଣ୍ଡ ଓ ସେଠାରୁ ପଶ୍ଚିମବଙ୍ଗ ପଳାଇଛି ବାଘୁଣୀ ଜିନ୍ନତ୍ । ଏବେ ଜିନ୍ନତ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା କଂସାବତୀ ଜଳ ଭଣ୍ଡାର ନିକଟରେ ରହିଥିବାର ଜଣାପଡ଼ିଛି । ଏଣୁ ପଶ୍ଚିମବଙ୍ଗ ସରକାର ତଥା ବନ ବିଭାଗ  ବାରୁଣିଆ, ଗୋପାଳପୁର, ଗୋସାଇଁ ଡ଼ିହି ଆଦି ଗ୍ରାମରେ ହାଇଆଲର୍ଟ ଜାରି କରିବା ସହ   ବାଘୁଣୀ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ବାରମ୍ବାର ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ କରାଯାଇ ଘଞ୍ଚ ଜଙ୍ଗଲରୁ ଜିନ୍ନତକୁ ବାହାରକୁ ଆଣିବା ପାଇଁ ଚେଷ୍ଟା ଚଳାଇଛି  ବନ ବିଭାଗ ଟିମ୍ । ଏମିତିକି ତାକୁ  ଛେଳି, ମଇଁଷିର ଲୋଭ ଦେଖାଇ ଥିଲେ ମଧ୍ୟ  ଜିନ୍ନତ ଭୟରେ ବାହାରକୁ ଆସୁନାହିଁ.। ଫଳରେ ଘଣ୍ଟାଘଣ୍ଟା ଧରି ଜଗି ରହି ବନ ବିଭାଗ ଟିମ ଶେଷରେ ନିରାଶ ହେଉଛି। ସେପଟେ ପୂର୍ବତନ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ଏତେ ବାଟ ବୁଲି ସାରିଥିବା ବାଘୁଣୀ ଜିନ୍ନତ ପୁଣି ଶିମିଳିପାଳରେ ଆସି ଯେ ରହିବ ସେକଥା ଆଶା କରିବା ମୁସ୍କିଲ୍ ।