ରାଜ୍ୟ ସଭାରେ ବିଗିଡ଼ିବ ଇଣ୍ଡିଆ ମେଣ୍ଟ, ଏତିକି ସିଟ୍‌ ନେଇଯିବ ଏନ୍‌ଡିଏ

ନୂଆଦିଲ୍ଲୀ,୧୩ା୬: ଲୋକ ସଭା ନିର୍ବାଚନ ସମାପ୍ତ ହୋଇଛି। ବର୍ତ୍ତମାନ ହେଉଛି ରାଜ୍ୟ ସଭା ଉପ-ନିର୍ବାଚନର ପର୍ଯ୍ୟାୟ। ୧୦ଟି ଖାଲି ସିଟ୍‌ ପାଇଁ ରାଜ୍ୟ ସଭା ସଚିବାଳୟ ଦ୍ୱାରା ଉପ-ନିର୍ବାଚନ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ଯେ, ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନରେ ସଦସ୍ୟଙ୍କ ବିଜୟ ପରେ ଉପର ଗୃହରେ ୧୦ଟି ଆସନ ଖାଲି ପଡ଼ିଛି। ରାଜ୍ୟ ସଭା ଉପ-ନିର୍ବାଚନ ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଗୃହରେ ଅଧିକ ଶକ୍ତିଶାଳୀ […] The post ରାଜ୍ୟ ସଭାରେ ବିଗିଡ଼ିବ ଇଣ୍ଡିଆ ମେଣ୍ଟ, ଏତିକି ସିଟ୍‌ ନେଇଯିବ ଏନ୍‌ଡିଏ appeared first on Dharitri Odia News.

ରାଜ୍ୟ ସଭାରେ ବିଗିଡ଼ିବ ଇଣ୍ଡିଆ ମେଣ୍ଟ, ଏତିକି ସିଟ୍‌ ନେଇଯିବ ଏନ୍‌ଡିଏ

ନୂଆଦିଲ୍ଲୀ,୧୩ା୬: ଲୋକ ସଭା ନିର୍ବାଚନ ସମାପ୍ତ ହୋଇଛି। ବର୍ତ୍ତମାନ ହେଉଛି ରାଜ୍ୟ ସଭା ଉପ-ନିର୍ବାଚନର ପର୍ଯ୍ୟାୟ। ୧୦ଟି ଖାଲି ସିଟ୍‌ ପାଇଁ ରାଜ୍ୟ ସଭା ସଚିବାଳୟ ଦ୍ୱାରା ଉପ-ନିର୍ବାଚନ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ଯେ, ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନରେ ସଦସ୍ୟଙ୍କ ବିଜୟ ପରେ ଉପର ଗୃହରେ ୧୦ଟି ଆସନ ଖାଲି ପଡ଼ିଛି। ରାଜ୍ୟ ସଭା ଉପ-ନିର୍ବାଚନ ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଗୃହରେ ଅଧିକ ଶକ୍ତିଶାଳୀ ହେବାକୁ ଥିବାବେଳେ କଂଗ୍ରେସର ଶକ୍ତି ହ୍ରାସ ହେବାକୁ ଯାଉଛି।

ରାଜ୍ୟ ସଭା ଉପ-ନିର୍ବାଚନରେ ସମସ୍ତ ଆସନ ଭାଜପା-ଏନଡିଏ ମେଣ୍ଟକୁ ଯିବାକୁ ଯାଉଛି। ଏହାର କାରଣ ହେଉଛି ଯେଉଁ ରାଜ୍ୟରେ ଉପ-ନିର୍ବାଚନ ହେବାକୁ ଯାଉଛି, ସେଠାରେ ବର୍ତ୍ତମାନ ଭାଜପା-ଏନ୍‌ଡିଏ ସରକାର ରହିଛି। ଏହି କାରଣରୁ କଂଗ୍ରେସ ଦୁଇଟି ରାଜ୍ୟ ସଭା ଆସନ ହରାଇବ। ଲୋକ ସଭା ନିର୍ବାଚନରେ କଂଗ୍ରେସର ଦୁଇ ରାଜ୍ୟ ସଭା ଏମ୍‌ପି କେ.ସି ବେଣୁଗୋପାଳ ଏବଂ ଦୀପେନ୍ଦ୍ର ହୁଡା ବିଜୟୀ ହୋଇଛନ୍ତି। ବେଣୁଗୋପାଳ ରାଜସ୍ଥାନର ଜଣେ ରାଜ୍ୟ ସଭା ଏମ୍‌ପି ହୋଇଥିବାବେଳେ ହୁଡା ହରିୟାଣାର ଉପର ଗୃହର ସଦସ୍ୟ ଅଟନ୍ତି। ବର୍ତ୍ତମାନ ହରିୟାଣା ଏବଂ ରାଜସ୍ଥାନରେ ଭାଜପାର ସଂଖ୍ୟା ଗରିଷ୍ଠତା ରହିଛି। ତେଣୁ ଇଣ୍ଡିଆ ମେଣ୍ଟ ଉକ୍ତ ସିଟ୍‌ରେ ନିରାଶ ହେବ।

The post ରାଜ୍ୟ ସଭାରେ ବିଗିଡ଼ିବ ଇଣ୍ଡିଆ ମେଣ୍ଟ, ଏତିକି ସିଟ୍‌ ନେଇଯିବ ଏନ୍‌ଡିଏ appeared first on Dharitri Odia News.