ସଲମାନଙ୍କୁ ରିପ୍ଲେସ୍ କଲେ ଅନିଲ
‘ବିଗ ବସ ମରାଠି’ ପରେ ‘ବିଗ ବସ ଓଟିଟି’ ର ସିଜନ ୩ ପାଇଁ ନୂଆ ହୋଷ୍ଟ ମିଳିଯାଇଛି। ଏଥର ସଲମାନ ଖାନ ନୁହଁନ୍ତି ବରଂ ଅନିଲ କପୁର ‘ବିଗ ବସ ଓଟିଟି’ ର ନୂଆ ସିଜନ ଆୟୋଜନ କରିବାକୁ ଯାଉଛନ୍ତି। ତାଙ୍କର ବ୍ୟସ୍ତବହୁଳ ଚଳଚ୍ଚିତ୍ର କାର୍ଯ୍ୟସୂଚୀ ହେତୁ ସଲମାନ ‘ବିଗ ବସ ଓଟିଟି’ରେ ହୋଷ୍ଟ କରିବାକୁ ମନା କରିଦେଇନ୍ତି। କେବଳ ଟିଭିରେ ବିଗ ବସ ଆୟୋଜନ କରିବାକୁ ଆଗ୍ରହୀ ଅଛନ୍ତି। ଖୁବ ଶୀଘ୍ର ଅନିଲ ‘ବିଗ […] The post ସଲମାନଙ୍କୁ ରିପ୍ଲେସ୍ କଲେ ଅନିଲ appeared first on Dharitri Odia News.
‘ବିଗ ବସ ମରାଠି’ ପରେ ‘ବିଗ ବସ ଓଟିଟି’ ର ସିଜନ ୩ ପାଇଁ ନୂଆ ହୋଷ୍ଟ ମିଳିଯାଇଛି। ଏଥର ସଲମାନ ଖାନ ନୁହଁନ୍ତି ବରଂ ଅନିଲ କପୁର ‘ବିଗ ବସ ଓଟିଟି’ ର ନୂଆ ସିଜନ ଆୟୋଜନ କରିବାକୁ ଯାଉଛନ୍ତି। ତାଙ୍କର ବ୍ୟସ୍ତବହୁଳ ଚଳଚ୍ଚିତ୍ର କାର୍ଯ୍ୟସୂଚୀ ହେତୁ ସଲମାନ ‘ବିଗ ବସ ଓଟିଟି’ରେ ହୋଷ୍ଟ କରିବାକୁ ମନା କରିଦେଇନ୍ତି। କେବଳ ଟିଭିରେ ବିଗ ବସ ଆୟୋଜନ କରିବାକୁ ଆଗ୍ରହୀ ଅଛନ୍ତି। ଖୁବ ଶୀଘ୍ର ଅନିଲ ‘ବିଗ ବସ ଓଟିଟି’ ସିଜନ ୩ର ପ୍ରୋମୋ ସୁଟିଂ କରିବାକୁ ଯାଉଛନ୍ତି।
ଅନିଲ କପୁର ଏହା ପୂର୍ବରୁ କଲର୍ସ ଟିଭି ପାଇଁ ସିରିଜ୍ ‘୨୪ ’କରିଥିଲେ। ଏହି ସିରିଜରେ ସେ ଜୟ ସିଂ ରାଥୋଡଙ୍କ ଚରିତ୍ରରେ ଅଭିନୟ କରିଥିଲେ। ସେ ସଲମାନ ଖାନଙ୍କ ବିଗ ବସରେ ଅନେକ ଥର ଅତିଥି ଭାବରେ ଅଂଶଗ୍ରହଣ କରିଥିଲେ। କିନ୍ତୁ ହୋଷ୍ଟ ଭାବରେ ଏହା ଅନିଲ କପୁରଙ୍କ ପ୍ରଥମ ରିଆଲିଟି ଶୋ’ ହେବ।
The post ସଲମାନଙ୍କୁ ରିପ୍ଲେସ୍ କଲେ ଅନିଲ appeared first on Dharitri Odia News.