୧୫ ଅଗଷ୍ଟରୁ ନୂଆ ଫାସ୍‌ ଟ୍ୟାଗ୍ ନିୟମ, ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ନୂଆଦିଲ୍ଲୀ ୧୮/୦୬: ଟୋଲ୍ ଟ୍ୟାକ୍ସ ନିୟମରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ଯାହା ସାଧାରଣ ଲୋକଙ୍କୁ ଦେବ ବହୁ ମାତ୍ରାରେ ଆଶ୍ୱସ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ୩୦୦୦ ଟଙ୍କାରେ ଏକ FASTag ପାସ୍ ତିଆରି କରାଯିବ ଯାହା ଆପଣଙ୍କ ଯାତ୍ରାକୁ ମାଗଣା କରିବ । କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ହେବ।Important Announcement ????????In a transformative step towards hassle-free highway travel, we are introducing a FASTag-based Annual Pass priced at ₹3,000, effective from 15th August 2025. Valid for one year from the date of activation or up to 200 trips—whichever comes…— Nitin Gadkari (@nitin_gadkari) June 18, 2025କେନ୍ଦ୍ରମନ୍ତ୍ରୀ ଗଡକରୀ ଟ୍ୱିଟରରେ ଲେଖିଛନ୍ତି, "ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ୧୫ ଅଗଷ୍ଟ ୨୦୨୫ ଠାରୁ ୩,୦୦୦ ଟଙ୍କା ମୂଲ୍ୟର ଏକ FASTag ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରାଯାଉଛି । ଏହି ପାସ୍ ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ ପାଇଁ କିମ୍ବା ୨୦୦ ଯାତ୍ରା ପର୍ଯ୍ୟନ୍ତ, ଯାହା ପୂର୍ବରୁ ହେବ, ବୈଧ ରହିବ । ଏହି ପାସ୍ ବିଶେଷ ଭାବରେ କେବଳ ନନ୍ କମର୍ସିଆଲ ଭେଇକିଲ୍ ବା ବ୍ୟକ୍ତିଗତ ଯାନ (କାର, ଜିପ୍, ଭ୍

୧୫ ଅଗଷ୍ଟରୁ ନୂଆ ଫାସ୍‌ ଟ୍ୟାଗ୍ ନିୟମ, ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ନୂଆଦିଲ୍ଲୀ ୧୮/୦୬: ଟୋଲ୍ ଟ୍ୟାକ୍ସ ନିୟମରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ଯାହା ସାଧାରଣ ଲୋକଙ୍କୁ ଦେବ ବହୁ ମାତ୍ରାରେ ଆଶ୍ୱସ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ୩୦୦୦ ଟଙ୍କାରେ ଏକ FASTag ପାସ୍ ତିଆରି କରାଯିବ ଯାହା ଆପଣଙ୍କ ଯାତ୍ରାକୁ ମାଗଣା କରିବ । କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ହେବ।


କେନ୍ଦ୍ରମନ୍ତ୍ରୀ ଗଡକରୀ ଟ୍ୱିଟରରେ ଲେଖିଛନ୍ତି, "ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ୧୫ ଅଗଷ୍ଟ ୨୦୨୫ ଠାରୁ ୩,୦୦୦ ଟଙ୍କା ମୂଲ୍ୟର ଏକ FASTag ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରାଯାଉଛି । ଏହି ପାସ୍ ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ ପାଇଁ କିମ୍ବା ୨୦୦ ଯାତ୍ରା ପର୍ଯ୍ୟନ୍ତ, ଯାହା ପୂର୍ବରୁ ହେବ, ବୈଧ ରହିବ । 

ଏହି ପାସ୍ ବିଶେଷ ଭାବରେ କେବଳ ନନ୍ କମର୍ସିଆଲ ଭେଇକିଲ୍ ବା ବ୍ୟକ୍ତିଗତ ଯାନ (କାର, ଜିପ୍, ଭ୍ୟାନ ଇତ୍ୟାଦି) ପାଇଁ ଡିଜାଇନ୍ କରାଯାଇଛି । ଏହା ସାରା ଦେଶରେ ଜାତୀୟ ରାଜପଥରେ ସୁଗମ ଯାତ୍ରାକୁ ସକ୍ଷମ କରିବ। ସେ ପୋଷ୍ଟରେ ଲେଖିଛନ୍ତି, ବାର୍ଷିକ ପାସ୍ ସକ୍ରିୟକରଣ / ନବୀକରଣ ପାଇଁ ହାଇୱେ ଟ୍ରାଭେଲ୍ ଆପ୍ ଏବଂ NHAI / MoRTH ୱେବସାଇଟରେ ଖୁବ୍ ଶୀଘ୍ର ଏକ ପୃଥକ ଲିଙ୍କ୍ ଉପଲବ୍ଧ କରାଯିବ । ଯାହା ପ୍ରକ୍ରିୟାକୁ ସରଳ ଏବଂ ସହଜ କରିବ। 

ଗଡକରୀ ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି ଯେ FASTag ପାସ୍ ଅପେକ୍ଷା ସମୟକୁ ହ୍ରାସ କରିବ। ସେ କହିଛନ୍ତି, ଅପେକ୍ଷା ସମୟ ହ୍ରାସ କରିବା ସହ ଭିଡ଼ ହ୍ରାସ କରିବ । ଟୋଲ୍ ପ୍ଲାଜାରେ ବିବାଦ ଦୂର କରିବାର ସହାୟକ ହେବ । ବାର୍ଷିକ ପାସ୍ ନୀତି ଲକ୍ଷ ଲକ୍ଷ ବ୍ୟକ୍ତିଗତ ଯାନବାହାନ ଚାଳକଙ୍କ ପାଇଁ ଏକ ଦ୍ରୁତ, ସୁଗମ ଓ ଉତ୍ତମ ଯାତ୍ରା ଅଭିଜ୍ଞତା ପାଇଁ ପ୍ରତିବଦ୍ଧ ।