ବିଜେପି ଛାଡ଼ିଲେ ରଘୁ ମହାନ୍ତି, ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର
ଭୁବନେଶ୍ବର ୬।୪: ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ପୂର୍ବତନ ମନ୍ତ୍ରୀ ତଥା ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ସେ ଏବଂ ତାଙ୍କ ପରିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି ।ରଘୁନାଥ ମହାନ୍ତି ବାଲେଶ୍ବର ବସ୍ତା ବିଧାନସଭା କ୍ଷେତ୍ରରୁ ୫ ଥର ପ୍ରତିନିଧିତ୍ବ କରିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ଓ ମନ୍ତ୍ରୀ ମଧ୍ୟ ଥିଲେ । ରଘୁନାଥ ମହାନ୍ତି ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ । ଗିରଫ କରାଯିବା ପରେ ରଘୁଙ୍କୁ ବିଜେଡିରୁ ନିଲମ୍ବିତ କରିଥିଲା ଦଳ । ୨୦୧୯ରେ ରଘୁ ମହାନ୍ତି, ତାଙ୍କ ପୁଅ ଓ ବୋହୂ ବିଜେପିରେ ଯୋଗ ଦେଇଥିଲେ । ବିଜେଡିରୁ ଇସ୍ତଫା ଦେବାର ଦୁଇ ଦିନ ପରେ ପୂର୍ବତନ ମନ୍ତ୍ରୀ ତଥା ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି ବିଜେପିରେ ସାମିଲ ହୋଇଥିଲେ। ଏବେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ତେବେ ସେ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ କେଉଁ ଦଳକୁ ଯିବେ ସ୍ପଷ୍ଟ କରିନାହାନ୍ତି । You Can Read :କାଳବୈଶାଖୀ ବର୍ଷା ଆଣିବ ଆଶ୍ବସ୍ତି, ୫ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସତର୍କତା
ଭୁବନେଶ୍ବର ୬।୪: ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ପୂର୍ବତନ ମନ୍ତ୍ରୀ ତଥା ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ସେ ଏବଂ ତାଙ୍କ ପରିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି ।
ରଘୁନାଥ ମହାନ୍ତି ବାଲେଶ୍ବର ବସ୍ତା ବିଧାନସଭା କ୍ଷେତ୍ରରୁ ୫ ଥର ପ୍ରତିନିଧିତ୍ବ କରିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ଓ ମନ୍ତ୍ରୀ ମଧ୍ୟ ଥିଲେ । ରଘୁନାଥ ମହାନ୍ତି ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ । ଗିରଫ କରାଯିବା ପରେ ରଘୁଙ୍କୁ ବିଜେଡିରୁ ନିଲମ୍ବିତ କରିଥିଲା ଦଳ । ୨୦୧୯ରେ ରଘୁ ମହାନ୍ତି, ତାଙ୍କ ପୁଅ ଓ ବୋହୂ ବିଜେପିରେ ଯୋଗ ଦେଇଥିଲେ । ବିଜେଡିରୁ ଇସ୍ତଫା ଦେବାର ଦୁଇ ଦିନ ପରେ ପୂର୍ବତନ ମନ୍ତ୍ରୀ ତଥା ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି ବିଜେପିରେ ସାମିଲ ହୋଇଥିଲେ। ଏବେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ତେବେ ସେ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ କେଉଁ ଦଳକୁ ଯିବେ ସ୍ପଷ୍ଟ କରିନାହାନ୍ତି ।

You Can Read :
କାଳବୈଶାଖୀ ବର୍ଷା ଆଣିବ ଆଶ୍ବସ୍ତି, ୫ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସତର୍କତା