ଦିଗପହଣ୍ଡିରେ ଝାଡ଼ାବାନ୍ତିର ପ୍ରକୋପ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ଝାଡ଼ାବାନ୍ତିର ପ୍ରକୋପ ଦେଖା ଦେଇଛି। ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର କେ.କୁନି ଦୋରା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥଲେ ଆଜି ମୃତ ହୋଇଥିବା ଜଣାପଡିଛି। ଏହା ସହିତ ଦିଗପହଣ୍ଡିରେ ଝାଡ଼ାବାନ୍ତିରେ ମୃତକଙ୍କ ସଂଖ୍ୟା ୪କୁ ବୃଦ୍ଧି ଘଟିଛି। ସୂଚନା ଅନୁଯାୟୀ, ପ୍ରଥମେ ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତର ତାଳପୁର ଗ୍ରାମର ଗଙ୍ଗା ନାୟକଙ୍କ ଝାଡାବାନ୍ତିରେ ମୃତ୍ୟୁ ହୋଇଥିଲା। ପରେ ଦିଗପହଣ୍ଡି ବ୍ଲକ ଉସ୍ତପଲ୍ଲୀ ଗ୍ରାମରେ ପ୍ରକାଶ ରଇତ ଓ ଦାସ ଶବରଙ୍କ ମୃତ୍ୟୁ ଘଟିଥିଲା। ଆଜି ପୁଣି ଆଉ ଜଣେ ସାନଖେମୁଣ୍ଡି ବ୍ଳକ୍ କଂସାମାରି ଗ୍ରାମର କେ.କୁନି ଦୋରା ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ଝାଡ଼ାବାନ୍ତିର ପ୍ରକୋପ ଦେଖା ଦେଇଛି। ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର କେ.କୁନି ଦୋରା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥଲେ ଆଜି ମୃତ ହୋଇଥିବା ଜଣାପଡିଛି। ଏହା ସହିତ ଦିଗପହଣ୍ଡିରେ ଝାଡ଼ାବାନ୍ତିରେ ମୃତକଙ୍କ ସଂଖ୍ୟା ୪କୁ ବୃଦ୍ଧି ଘଟିଛି।
ସୂଚନା ଅନୁଯାୟୀ, ପ୍ରଥମେ ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତର ତାଳପୁର ଗ୍ରାମର ଗଙ୍ଗା ନାୟକଙ୍କ ଝାଡାବାନ୍ତିରେ ମୃତ୍ୟୁ ହୋଇଥିଲା। ପରେ ଦିଗପହଣ୍ଡି ବ୍ଲକ ଉସ୍ତପଲ୍ଲୀ ଗ୍ରାମରେ ପ୍ରକାଶ ରଇତ ଓ ଦାସ ଶବରଙ୍କ ମୃତ୍ୟୁ ଘଟିଥିଲା। ଆଜି ପୁଣି ଆଉ ଜଣେ ସାନଖେମୁଣ୍ଡି ବ୍ଳକ୍ କଂସାମାରି ଗ୍ରାମର କେ.କୁନି ଦୋରା ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।