ମଣ୍ଡପରେ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼
ପାଟଣା,୧୧ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟର ବିଭନ୍ନ ପୀଠ ଗୃହରେ ଗୁରୁବାର ମା’ଙ୍କ ଅଷ୍ଟମୀ ପୂଜା ଚାଲିଥିବା ବେଳେ ପାଟଣା ଦୁର୍ଗାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ନୀତିକାନ୍ତିରେ ଶୁକ୍ରବାର ଅଷ୍ଟମୀ ପୂଜା ଚାଲିଛି। ପୂଜକ ଭାବେ ବୃନ୍ଦାବନ ଷଡ଼ଙ୍ଗୀ , ପୁସ୍ତକ ଆଚାର୍ଯ୍ୟ ଶୁକଦେବ ମିଶ୍ର, ଆଚାର୍ଯ୍ୟ ରବିନାରାୟଣ ଦାଶ , ନନ୍ଦ କିଶୋର ଦାଶ ପ୍ରମୁଖ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ପ୍ରଦୀପ କୁମାର ଦାଶ ଦେବନୀତି ସମ୍ପାଦନ କରିଥିଲେ। ଆୟୋଜକ […] The post ମଣ୍ଡପରେ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ appeared first on Dharitri Odia News.
ପାଟଣା,୧୧ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟର ବିଭନ୍ନ ପୀଠ ଗୃହରେ ଗୁରୁବାର ମା’ଙ୍କ ଅଷ୍ଟମୀ ପୂଜା ଚାଲିଥିବା ବେଳେ ପାଟଣା ଦୁର୍ଗାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ନୀତିକାନ୍ତିରେ ଶୁକ୍ରବାର ଅଷ୍ଟମୀ ପୂଜା ଚାଲିଛି। ପୂଜକ ଭାବେ ବୃନ୍ଦାବନ ଷଡ଼ଙ୍ଗୀ , ପୁସ୍ତକ ଆଚାର୍ଯ୍ୟ ଶୁକଦେବ ମିଶ୍ର, ଆଚାର୍ଯ୍ୟ ରବିନାରାୟଣ ଦାଶ , ନନ୍ଦ କିଶୋର ଦାଶ ପ୍ରମୁଖ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ପ୍ରଦୀପ କୁମାର ଦାଶ ଦେବନୀତି ସମ୍ପାଦନ କରିଥିଲେ। ଆୟୋଜକ ଦୁର୍ଗାପୂଜା କମିଟି ପକ୍ଷରୁ ମାଧବାନନ୍ଦ ପୃଷ୍ଟି, ଯୁଗଳ କିଶୋର ଦାଶ, ରଣଜିତ୍ ଚକ୍ର, କମଳାକାନ୍ତ ପତି, ଅଜୟକୁମାର ବେହେରା, ବିଭୂତି ଭୂଷଣ ବେହେରା, ସହଦେବ ବେହେରା, ଶିବ ନାରାୟଣ ମିଶ୍ର, ପ୍ରଦୀପ ମିଶ୍ର,ଅଜୟ ଦାସ, ସୁଦାମ ଦାଶ, ରମାକାନ୍ତ ଶତପଥୀ, ସୁବୁଦ୍ଧି ବେଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିଶୃଙ୍ଖଳାର ସମସ୍ତ ବ୍ରତଧାରୀ ଓ ଭକ୍ତମାନେ ଦେବୀ ଦର୍ଶନ କରୁଛନ୍ତି। ମହାଷ୍ଟମୀ ପାଇଁ ସମସ୍ତ ନୀତିକାନ୍ତିରେ ପୂଜାର୍ଚ୍ଚନା ଚାଲିଛି।
The post ମଣ୍ଡପରେ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ appeared first on Dharitri Odia News.