ମରଣାନ୍ତକ ଆକ୍ରମଣରେ ୩ ଆହତ
ଗୋପାଳପୁର,୨ା୯(ନବୀନ ରାଜ ଆଚାରୀ):ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର-ରାଳବ ରାସ୍ତାର ତ୍ରିପାଠୀ ନଗରରେ ରବିବାର ରାତିରେ ଗୋଟିଏ ପରିବାରର ୩ ଜଣଙ୍କୁ ପଡୋଶୀ ପରିବାରର ଲୋକେ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଆହତମାନେ ହେଲେ ସୁନିଲ ପାଣିଗ୍ରାହୀ, ତାଙ୍କ ସ୍ତ୍ରୀ ତନୁଶ୍ରୀ ଦାସ ଓ ପୁଅ ବୈଭବ ପାଣିଗ୍ରାହୀ। ଖବରରୁ ଜଣାପଡିଛି, ଏହି ଥାନା ଅଧୀନ ହଳଦିଆପଦର ତ୍ରିପାଠୀ ନଗରର ସୁନିଲ ରବିବାର ରାତି ୯ଟାରେ ଦୋକାନରୁ ଘରକୁ ଫେରିଥିଲେ। ସେ ଘର ସମ୍ମୁଖରେ […] The post ମରଣାନ୍ତକ ଆକ୍ରମଣରେ ୩ ଆହତ appeared first on Dharitri Odia News.
ଗୋପାଳପୁର,୨ା୯(ନବୀନ ରାଜ ଆଚାରୀ):ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର-ରାଳବ ରାସ୍ତାର ତ୍ରିପାଠୀ ନଗରରେ ରବିବାର ରାତିରେ ଗୋଟିଏ ପରିବାରର ୩ ଜଣଙ୍କୁ ପଡୋଶୀ ପରିବାରର ଲୋକେ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଆହତମାନେ ହେଲେ ସୁନିଲ ପାଣିଗ୍ରାହୀ, ତାଙ୍କ ସ୍ତ୍ରୀ ତନୁଶ୍ରୀ ଦାସ ଓ ପୁଅ ବୈଭବ ପାଣିଗ୍ରାହୀ।
ଖବରରୁ ଜଣାପଡିଛି, ଏହି ଥାନା ଅଧୀନ ହଳଦିଆପଦର ତ୍ରିପାଠୀ ନଗରର ସୁନିଲ ରବିବାର ରାତି ୯ଟାରେ ଦୋକାନରୁ ଘରକୁ ଫେରିଥିଲେ। ସେ ଘର ସମ୍ମୁଖରେ ପହଞ୍ଚତ୍ଥିବା ବେଳେ ତାଙ୍କ ପଡୋଶୀରେ ରହୁଥିବା ଅସିତ ଓ ତାଙ୍କ ଭାଇ ଅଙ୍କିତ ସୁନିଲଙ୍କୁ ଗାଳିଗୁଲଜ କରି କୋଡ଼ି, କ୍ରିକେଟ ବ୍ୟାଟ୍ ଓ ପାଇପରେ ଆକ୍ରମଣ କରିଥିଲେ। ଏହା ଦେଖି ଘରେ ଥିବା ସୁନିଲଙ୍କ ସ୍ତ୍ରୀ ଓ ପୁଅ ପହଞ୍ଚତ୍ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଉଭୟେ ଆକ୍ରମଣ କରିଥିଲେ। ଏନେଇ ସୁନିଲ ପୁତୁରା କୁମୁଦ ରଞ୍ଜନ ବର୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣ ପରେ ପରିବାର ପକ୍ଷରୁ ଆହାତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆ ଯାଇଛି। ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି। ପୋଲିସ ଏକ ମାମଲା ରୁଜୁ କରି ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି।
The post ମରଣାନ୍ତକ ଆକ୍ରମଣରେ ୩ ଆହତ appeared first on Dharitri Odia News.