ବାସ୍ତୁ ଅନୁଯାୟୀ କେଉଁ ଦିଗରେ କେଉଁ ଗଛ ଲଗାଇବା ଶୁଭ, ଜାଣନ୍ତୁ…

ଘରକୁ ଆକର୍ଷଣୀୟ ଲୁକ୍‌ ଦେବା ସହିତ ସୁସ୍ଥ ବାତାବରଣ ପାଇଁ ଆମେ ଘର ଭିତରେ ହେଉ ଅବା ବାହାରେ ବିଭିନ୍ନ ପ୍ରକାରର ଗଛ ଲଗାଇଥାଉ। ଆଉ ଏହି ଗଛକୁ ଯଦି ବାସ୍ତୁ ଅନୁଯାୟୀ ଠିକ୍‌ ଦିଗରେ ଲଗାଯାଏ ତା’ହେଲେ କି ସୁଫଳ ମିଳିଥାଏ ଜାଣନ୍ତୁ ସେ ସମ୍ପର୍କରେ… * ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେହେତୁ ଉତ୍ତର ଦିଗର ସ୍ବାମୀ ହେଉଛନ୍ତି କୁବେର, ତେଣୁ ଏହି ଦିଗରେ ତୁଳସୀ ଗଛ, କଦଳୀ ଗଛ, ଗେଣ୍ଡୁ ଗଛ ଆଦି ଲଗାଇବା ଶୁଭ […] The post ବାସ୍ତୁ ଅନୁଯାୟୀ କେଉଁ ଦିଗରେ କେଉଁ ଗଛ ଲଗାଇବା ଶୁଭ, ଜାଣନ୍ତୁ… appeared first on Dharitri Odia News.

ବାସ୍ତୁ ଅନୁଯାୟୀ କେଉଁ ଦିଗରେ କେଉଁ ଗଛ ଲଗାଇବା ଶୁଭ, ଜାଣନ୍ତୁ…

ଘରକୁ ଆକର୍ଷଣୀୟ ଲୁକ୍‌ ଦେବା ସହିତ ସୁସ୍ଥ ବାତାବରଣ ପାଇଁ ଆମେ ଘର ଭିତରେ ହେଉ ଅବା ବାହାରେ ବିଭିନ୍ନ ପ୍ରକାରର ଗଛ ଲଗାଇଥାଉ। ଆଉ ଏହି ଗଛକୁ ଯଦି ବାସ୍ତୁ ଅନୁଯାୟୀ ଠିକ୍‌ ଦିଗରେ ଲଗାଯାଏ ତା’ହେଲେ କି ସୁଫଳ ମିଳିଥାଏ
ଜାଣନ୍ତୁ ସେ ସମ୍ପର୍କରେ…

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେହେତୁ ଉତ୍ତର ଦିଗର ସ୍ବାମୀ ହେଉଛନ୍ତି କୁବେର, ତେଣୁ ଏହି ଦିଗରେ ତୁଳସୀ ଗଛ, କଦଳୀ ଗଛ, ଗେଣ୍ଡୁ ଗଛ ଆଦି ଲଗାଇବା ଶୁଭ ହୋଇଥାଏ। ଏହା ପରିବାର ଲୋକଙ୍କୁ ଚର୍ମରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି।

* ପୂର୍ବ ଦିଗରେ ସୂର୍ଯ୍ୟଦେବଙ୍କର ପ୍ରଭୂତ୍ୱ ରହୁଥିବାରୁ, ଏହି ଦିଗରେ ସବୁଜ ଘାସର ଗାଲିଚା କରିବା ଶୁଭଫଳ ଦେଇଥାଏ। ଏପରି କଲେ ପରିବାର ଲୋକଙ୍କୁ ସୂର୍ଯ୍ୟଦେବଙ୍କର କୃପା ଲାଭ ହେବା ସହ ସମାଜରେ ସେମାନଙ୍କର ଆତ୍ମସମ୍ମାନ, ଯଶ ଆଦି ବଢିଥାଏ। ତା’ସହିତ ସେମାନଙ୍କୁ ନୀରୋଗ ଜୀବନ ମଧ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

* ଘରର ଦକ୍ଷିଣ ଦିଗରେ ନାଲି ରଙ୍ଗର ଫୁଲ ଫୁଟୁଥିବା ଗଛ ଆଦିକୁ ଲଗାଇବା ଶୁଭ ହୋଇଥାଏ। ଏହାଦ୍ୱାରା ଘରକୁ କୌଣସି ପ୍ରକାରର ବାଧାବିଘ୍ନ ସହଜରେ ଆସି ନ ଥାଏ ବୋଲି ବିଶ୍ୱାସ ରହିଛି। ତା’ସହିତ ପରିବାର ଲୋକଙ୍କୁ ରକ୍ତ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରୁ ଏହା ରକ୍ଷା କରିବାରେ ସାହାଯ୍ୟ କରିଥାଏ।

* ସେହିପରି ଘରର ପଶ୍ଚିମ ଦିଗରେ ଚମେଲି, ବେଲ, ଆଲୋଭେରା, ଭୁର୍ସୁଙ୍ଗ ଗଛ ଆଦି ଲଗାଇଲେ ପରିବାରର ଲୋକଙ୍କୁ ମାନସିକ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

The post ବାସ୍ତୁ ଅନୁଯାୟୀ କେଉଁ ଦିଗରେ କେଉଁ ଗଛ ଲଗାଇବା ଶୁଭ, ଜାଣନ୍ତୁ… appeared first on Dharitri Odia News.