୨୦୨୪ ପରୀକ୍ଷା ପାଇଁ ସମ୍ଭାବ୍ୟ କ୍ୟାଲେଣ୍ଡର ପ୍ରକାଶ କଲା ଆଇବିପିଏସ, ଜାଣନ୍ତୁ ରେଜିଷ୍ଟ୍ରେସନ ତାରିଖ

ନୂଆଦିଲ୍ଲୀ,୧୭।୧: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ୨୦୨୪ ରେ ବିଭିନ୍ନ ପରୀକ୍ଷା ପାଇଁ ଏକ କ୍ୟାଲେଣ୍ଡର ପ୍ରକାଶ କରିଛି। ବ୍ୟାଙ୍କିଙ୍ଗ ଚାକିରି ପାଇଁ ଆଶାୟୀମାନେ ଆଇବିପିଏସର ଅଫିସିଆଲ୍ ୱେବସାଇଟ୍ ibps.in ଯାଇ ସବିଶେଷ ସୂଚନା ପାଇ ପାରିବେ। ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକରେ ଅଫିସ୍ ଆସିଷ୍ଟାଣ୍ଟ ଏବଂ ଅଫିସର ସ୍କେଲ୍ ୧(ଆଇବିପିଏସ, ଆରଆରବି କ୍ଲର୍କ ଏବଂ ଆରଆରବି ପିଓ) ପାଇଁ ପ୍ରାଥମିକ ପରୀକ୍ଷା ଅଗଷ୍ଟ ୩, ୫, ୧୦, ୧୭, ଏବଂ ୧୮ରେ ହେବା ପାଇଁ […] The post ୨୦୨୪ ପରୀକ୍ଷା ପାଇଁ ସମ୍ଭାବ୍ୟ କ୍ୟାଲେଣ୍ଡର ପ୍ରକାଶ କଲା ଆଇବିପିଏସ, ଜାଣନ୍ତୁ ରେଜିଷ୍ଟ୍ରେସନ ତାରିଖ appeared first on Dharitri Odia News.

୨୦୨୪ ପରୀକ୍ଷା ପାଇଁ ସମ୍ଭାବ୍ୟ କ୍ୟାଲେଣ୍ଡର ପ୍ରକାଶ କଲା ଆଇବିପିଏସ, ଜାଣନ୍ତୁ ରେଜିଷ୍ଟ୍ରେସନ ତାରିଖ

ନୂଆଦିଲ୍ଲୀ,୧୭।୧: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ୨୦୨୪ ରେ ବିଭିନ୍ନ ପରୀକ୍ଷା ପାଇଁ ଏକ କ୍ୟାଲେଣ୍ଡର ପ୍ରକାଶ କରିଛି। ବ୍ୟାଙ୍କିଙ୍ଗ ଚାକିରି ପାଇଁ ଆଶାୟୀମାନେ ଆଇବିପିଏସର ଅଫିସିଆଲ୍ ୱେବସାଇଟ୍ ibps.in ଯାଇ ସବିଶେଷ ସୂଚନା ପାଇ ପାରିବେ।

ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକରେ ଅଫିସ୍ ଆସିଷ୍ଟାଣ୍ଟ ଏବଂ ଅଫିସର ସ୍କେଲ୍ ୧(ଆଇବିପିଏସ, ଆରଆରବି କ୍ଲର୍କ ଏବଂ ଆରଆରବି ପିଓ) ପାଇଁ ପ୍ରାଥମିକ ପରୀକ୍ଷା ଅଗଷ୍ଟ ୩, ୫, ୧୦, ୧୭, ଏବଂ ୧୮ରେ ହେବା ପାଇଁ ସ୍ଥିର ହୋଇଛି।

ଅଫିସର୍ ସ୍କେଲ୍ ୨ ଏବଂ ୩ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବର ୨୯ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ସେହି ଦିନ ଅଫିସର୍ ସ୍କେଲ୍ ୧ ପାଇଁ ମେନ୍ ପରୀକ୍ଷା ହେବା ନେଇ ଆଶା କରାଯାଉଛି। ଅଫିସ୍ ଆସିଷ୍ଟାଣ୍ଟ ପଦବୀ ପାଇଁ ଅକ୍ଟୋବର ୬ ରେ ମେନ୍ ପରୀକ୍ଷା ହେବ।

ଆଇବିପିଏସ୍ ପିଓ ପ୍ରିଲିମ ପରୀକ୍ଷା ଅକ୍ଟୋବର ୧୯ ଏବଂ ୨୦ ରେ ହେବାର ସମ୍ଭାବନା ରହିଛି, ମେନ୍ ପରୀକ୍ଷା ନଭେମ୍ବର ୩୦ ରେ ହୋଇପାରେ।

ଆଇବିପିଏସ୍ କ୍ଲର୍କ ପ୍ରିଲିମସ୍ ପରୀକ୍ଷା ଅଗଷ୍ଟ ୨୪, ୨୫, ଏବଂ ୩୧ ପାଇଁ ଧାର୍ଯ୍ୟ ହୋଇଛି, ମେନ୍ ପରୀକ୍ଷା ଅକ୍ଟୋବର ୧୩ ପାଇଁ ସ୍ଥିର ହୋଇଛି। ଏହି ସମସ୍ତ ପରୀକ୍ଷା ପାଇଁ ସବିଶେଷ ବିଜ୍ଞପ୍ତି ibps.in ରେ ଧାର୍ଯ୍ୟ ସମୟରେ ପ୍ରକାଶ ପାଇବ।

ଅନଲାଇନରେ ପଞ୍ଜୀକରଣ ପ୍ରକ୍ରିୟା କରାଯିବ ଏବଂ ଗୋଟିଏ ପଞ୍ଜୀକରଣରେ ଉଭୟ ପ୍ରିଲିମିନାରୀ ଏବଂ ମେନ୍ ପରୀକ୍ଷାକୁ ସାମିଲ ରହିବ ଯେଉଁଠାରେ ପ୍ରଯୁଜ୍ୟ ହେବ ବୋଲି ଆଇବିପିଏସ କହିଛି।

 

The post ୨୦୨୪ ପରୀକ୍ଷା ପାଇଁ ସମ୍ଭାବ୍ୟ କ୍ୟାଲେଣ୍ଡର ପ୍ରକାଶ କଲା ଆଇବିପିଏସ, ଜାଣନ୍ତୁ ରେଜିଷ୍ଟ୍ରେସନ ତାରିଖ appeared first on Dharitri Odia News.