ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

କୁଜଙ୍ଗ,୨।୧୦(ମନୋଜ ପ୍ରଧାନ):ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତ ସରପଞ୍ଚ ଓ ୱାର୍ଡ ସଭ୍ୟାସଭ୍ୟ ପଦ ନିମନ୍ତେ ଅକ୍ଟୋବର ୪ରେ ନିର୍ବାଚନ ହେବ। ଏଠାରେ ସରପଞ୍ଚ ପଦବୀ ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଶାସକ ଭାଜପା ସମର୍ଥିତ ପ୍ରାର୍ଥତ୍ନୀ ଭାବେ ବାସନ୍ତୀ ଖଟୁଆ ରଣାଙ୍ଗନକୁ ଅବତୀର୍ଣ୍ଣା ହୋଇଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥତ୍ନୀ ଭାବେ ଶାନ୍ତିଲତା ବେହେରା ଓ ସ୍ବାଭିମାନ ମଞ୍ଚ ପକ୍ଷରୁ ପିଙ୍କି ଦାସ ଲଢ଼ୁଛନ୍ତି । ଏହି ନିର୍ବାଚନରେ ତ୍ରିମୁଖୀ […] The post ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା appeared first on Dharitri Odia News.

ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

କୁଜଙ୍ଗ,୨।୧୦(ମନୋଜ ପ୍ରଧାନ):ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତ ସରପଞ୍ଚ ଓ ୱାର୍ଡ ସଭ୍ୟାସଭ୍ୟ ପଦ ନିମନ୍ତେ ଅକ୍ଟୋବର ୪ରେ ନିର୍ବାଚନ ହେବ। ଏଠାରେ ସରପଞ୍ଚ ପଦବୀ ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଶାସକ ଭାଜପା ସମର୍ଥିତ ପ୍ରାର୍ଥତ୍ନୀ ଭାବେ ବାସନ୍ତୀ ଖଟୁଆ ରଣାଙ୍ଗନକୁ ଅବତୀର୍ଣ୍ଣା ହୋଇଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥତ୍ନୀ ଭାବେ ଶାନ୍ତିଲତା ବେହେରା ଓ ସ୍ବାଭିମାନ ମଞ୍ଚ ପକ୍ଷରୁ ପିଙ୍କି ଦାସ ଲଢ଼ୁଛନ୍ତି ।
ଏହି ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ନେଇ ଆଲୋଚନା ହେଉଛି। ରାଜନୈତିକ ଦଳ ସେମାନଙ୍କ ସମର୍ଥିତ ପ୍ରାର୍ଥତ୍ନୀଙ୍କୁ ଜିତାଇବା ପାଇଁ ଜୋର୍‌ଦାର ପ୍ରଚାର କରିଛନ୍ତି। ବିଶେଷକରି ଭାଜପା, ବିଜେଡି ଓ ଶିଳ୍ପ ବିରୋଧୀ ମେଣ୍ଟ ସହ ମିଶି କଂଗ୍ରେସ ସ୍ବାଭିମାନ ମଞ୍ଚ ନାମରେ କଡ଼ା ଟକ୍କର ଦେଉଛନ୍ତି। ବାସନ୍ତୀଙ୍କ ନିମନ୍ତେ ଭାଜପା ନେତା ସତ୍ୟସାରଥି ମହାନ୍ତି ଜୋରଦାର ପ୍ରଚାର କରୁଥିବାବେଳେ ଶାନ୍ତିଲତାଙ୍କୁ ଜିତାଇବା ପାଇଁ ବାଲିକୁଦା-ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା ଉଦ୍ୟମ କରୁଛନ୍ତି। ସ୍ବାଭିମାନ ମଞ୍ଚ ପ୍ରାର୍ଥତ୍ନୀ ପିଙ୍କିଙ୍କ ପାଇଁ ଶିଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁ ଓ ଅନ୍ୟମାନେ ଜୋର୍‌ଦାର ପ୍ରଚାର କରୁଛନ୍ତି। ବୁଧବାର ନିର୍ବାଚନ ପ୍ରଚାର ଶେଷ ଦିବସ ଥିବାରୁ ସମସ୍ତ ପ୍ରାର୍ଥତ୍ନୀ ସଭା ଓ ଶୋଭାଯାତ୍ରା ମାଧ୍ୟମରେ ସେମାନଙ୍କ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇଛନ୍ତି।
ନିର୍ବାଚନରେ ଏହି ପଞ୍ଚାୟତରୁ ବିଜେଡି ବିଧାୟକ ଶାରଦା ପ୍ରସନ୍ନ ଜେନା ୨,୭୦୦ରୁ ଊଦ୍ଧର୍‌ବ ଭୋଟ ପାଇ ଆଗରେ ଥିଲେ। ଭାଜପା ପ୍ରାର୍ଥୀ ସତ୍ୟସାରଥି ୨,୨୦୦ରୁ ଊଦ୍ଧର୍‌ବ ଭୋଟପାଇ ଦ୍ୱିତୀୟ ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ନଳିନୀ ସ୍ବାଇଁ ୧,୭୦୦ରୁ ଊର୍ଦ୍ଧ୍ୱ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ମାତ୍ର ପଞ୍ଚାୟତ ନିର୍ବାଚନରେ ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି। ଢିଙ୍କିଆ ପଞ୍ଚାୟତର ବାସିନ୍ଦା ଶିଳ୍ପ ବିରୋଧୀ ଭାବେ ଚର୍ଚ୍ଚାରେ ଥିବାବେଳେ, କଳବଳେ ପଞ୍ଚାୟତ ଦଖଲ ପାଇଁ ଶିଳ୍ପ ବିରୋଧୀ ସ୍ବାଭିମାନ ମଞ୍ଚ ଚେଷ୍ଟା ଚଳାଇଛି। ଅପରପକ୍ଷେ ଏହି ନିର୍ବାଚନ ଭାଜପା ନେତା ସତ୍ୟସାରଥି ଓ ବିଜେଡି ବିଧାୟକ ଶାରଦାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।
ଶାରଦା ଜଣେ ତୃଣମୂଳସ୍ତରର ସଙ୍ଗଠକ ହୋଇଥିବାବେଳେ ବିଧାୟକ ହେବା ପରେ ପ୍ରଥମ କରି ପଞ୍ଚାୟତ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛନ୍ତି। ମାତ୍ର ପଞ୍ଚାୟତ ସ୍ତରରେ ବିଜେଡି କର୍ମୀଙ୍କ ମଧ୍ୟରେ ତାଳ ମେଳ ନ ଥିବା ଆଲୋଚନା ହେଉଛି । ବିଜେଡିର ଭୋଟ ହାର ଅଧିକ ଥିଲେ ବି ଅସନ୍ତୁଷ୍ଟଙ୍କୁ ନେଇ ଦଳ ଚିନ୍ତାରେ ପଡ଼ିଛି। ଅନ୍ୟପଟେ ଭାଜପା ନେତା ସତ୍ୟସାରଥୀ ଦଳୀୟ ସମଥିର୍ତ୍ତ ପ୍ରାର୍ଥତ୍ନୀଙ୍କୁ ବିଜୟୀ କରାଇ ସଙ୍ଗଠନକୁ ସୁଦୃଢ଼ କରିବାକୁ ଭୋଟରଙ୍କୁ ନିବେଦନ କରୁଛନ୍ତି । ସେ କିପରି ଅସନ୍ତୁଷ୍ଟ ବିଜେଡି ଓ କଂଗ୍ରେସ ଭୋଟ୍‌ ହାତେଇ ଦଳକୁ ଜିତାଇବେ ସେନେଇ ଲାଗି ପଡ଼ିଛନ୍ତି। ସେହିପରି ସ୍ବାଭିମାନ ମଞ୍ଚ ନେତା ଦେବେନ୍ଦ୍ର ଶିଳ୍ପ ବିରୋଧୀ ଓ ଭିଟା ମାଟିର ସୁରକ୍ଷା ସ୍ଲୋଗାନ ଦେଇ ପିଙ୍କିଙ୍କୁ ବିଜୟୀ କରିବାକୁ ରଣନୀତି ପ୍ରସ୍ତୁତି ଲାଗିଛନ୍ତି। ସେ ଅସନ୍ତୁଷ୍ଟ ବିଜେଡି ଭୋଟ୍‌କୁ ନିଜ ସପକ୍ଷରେ ନେବାକୁ ଲାଗି ପଡ଼ିଛନ୍ତି।

The post ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା appeared first on Dharitri Odia News.