ରୋଜଗାର ମେଳା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ ନିମନ୍ତେ ପ୍ରସ୍ତୁତି ବୈଠକ

ସମ୍ବଲପୁର:ଏକ ରୋଜଗାର ମେଳା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଏସଏସଏ ସମ୍ମିଳନୀ କକ୍ଷ ଠାରେ ସମ୍ବଲପୁର ଜିଲ୍ଲାପାଳ, ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର,(ଆଇ.ଏ.ଏସ.) ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର, ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ଉପ ନିର୍ଦ୍ଦେଶକ, କୌଶଳ ଉନ୍ନୟନ ଏବଂ ନିଯୁକ୍ତି ଅଧିକାରୀ ଶ୍ରୀ ଶଙ୍କର ଚରଣ ମୁର୍ମୁ ଙ୍କ ସମେତ […] The post ରୋଜଗାର ମେଳା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ ନିମନ୍ତେ ପ୍ରସ୍ତୁତି ବୈଠକ appeared first on Odisha.News.

ରୋଜଗାର ମେଳା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ ନିମନ୍ତେ ପ୍ରସ୍ତୁତି ବୈଠକ

ସମ୍ବଲପୁର:ଏକ ରୋଜଗାର ମେଳା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଏସଏସଏ ସମ୍ମିଳନୀ କକ୍ଷ ଠାରେ ସମ୍ବଲପୁର ଜିଲ୍ଲାପାଳ, ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର,(ଆଇ.ଏ.ଏସ.) ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର, ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ଉପ ନିର୍ଦ୍ଦେଶକ, କୌଶଳ ଉନ୍ନୟନ ଏବଂ ନିଯୁକ୍ତି ଅଧିକାରୀ ଶ୍ରୀ ଶଙ୍କର ଚରଣ ମୁର୍ମୁ ଙ୍କ ସମେତ ପ୍ରମୁଖ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।ଏହି ବୈଠକ ରେ ଷ୍ଟଲ୍ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅଗ୍ନିଶମ ସେବା, ଅନବରତ ବିଦ୍ୟୁତ୍ ପ୍ରଦାନ, ଆଶ୍ରୟସ୍ତଳି ଆଦି ବିଷୟରେ ଆଲୋଚନା କରଯାଇଥିଲା। ସୂଚନା ଅନୁଯାୟୀ ଆସନ୍ତା ୨୫ ମାର୍ଚ୍ଚ ୨୦୨୫ ତାରିଖରେ ସମ୍ବଲପୁରରେ ଏକ ବଡ଼ ରୋଜଗାର ମେଳା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଏହି ମେଳାର ସଫଳ ରୂପାୟନ କରିବା ପାଇଁ ସ୍ଥାନୀୟ ଉଦ୍ୟୋଗ ଏବଂ ଫ୍ୟାକ୍ଟରୀ ଗୁଡ଼ିକୁ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଇଛି, ଯାହା ଯୁବକ ଯୁବତୀ ମାନଙ୍କ ପାଇଁ ଅନେକ ନୂତନ ନିଯୁକ୍ତି ପ୍ରଦାନ କରିବାର ସୁଯୋଗ ସୃଷ୍ଟି କରିବ।ମେଳାର ସଠିକ ପରିଚାଳନା ଏବଂ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଶୃଙ୍ଖଳାବଦ୍ଧ ଭାବରେ ନିୟନ୍ତ୍ରଣ କରିବା ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ମାନଙ୍କୁ କହିଥିଲେ। ଏହି ବୃହତ ମେଳାର ସଫଳ ଆୟୋଜନ ପାଇଁ, ଏକ କୋର୍ କମିଟି ର ଗଠନ କରାଯାଇଛି, ଯାହାର ଅଧ୍ୟକ୍ଷ ଜିଲ୍ଲା ପରିଷଦ୍‌ର ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରହିବେ, ଏବଂ ସମସ୍ତ ପ୍ରମୁଖ ଅଧିକାରୀ ଏଥିରେ ସଦସ୍ୟ ରହିବେ।

The post ରୋଜଗାର ମେଳା ଏବଂ ପରାମର୍ଶ ଶିବିର ଅନୁଷ୍ଠିତ ନିମନ୍ତେ ପ୍ରସ୍ତୁତି ବୈଠକ appeared first on Odisha.News.