ସମ୍ବଲପୁରୀ ହାସ୍ୟ ବ୍ୟଙ୍ଗ କବିତା ରେ ଦର୍ଶକ ବିଭୋର ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ର ତୃତୀୟ ସନ୍ଧ୍ୟା

ସମ୍ବଲପୁର:ସମ୍ବଲପୁର ଜେଲ ଛଳ ନିକଟସ୍ଥ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ରେ ମଙ୍ଗଳବାର ସନ୍ଧ୍ୟାରେ ସମ୍ବଲପୁରୀ ହାସ୍ୟ ବ୍ୟଙ୍ଗ କବିତା ରେ ଦର୍ଶକ ବିଭୋର ହୋଇଥିଲେ। ମୁନିରାମ କୂମ୍ଭାର, ଦେବେନ୍ଦ୍ର ସାହୁ, ମନୋରଞ୍ଜନ ଲୁହା,ଚିତ୍ତ ପଣ୍ଡା ଏବଂ ନକୁଳ ମେହେର ସମ୍ବଲପୁରୀ ପାଠ କରିଥିଲେ। କାର୍ଯ୍ୟକ୍ରମକୁ ଗୁଣ ରଞ୍ଜନ ସାଲିମା ସଂଯୋଜନା କରିଥିଲେ। ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ର ତୃତୀୟ ସନ୍ଧ୍ୟାରେ ରେ ଦୀର୍ଘ […] The post ସମ୍ବଲପୁରୀ ହାସ୍ୟ ବ୍ୟଙ୍ଗ କବିତା ରେ ଦର୍ଶକ ବିଭୋର ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ର ତୃତୀୟ ସନ୍ଧ୍ୟା appeared first on Odisha.News.

ସମ୍ବଲପୁରୀ ହାସ୍ୟ ବ୍ୟଙ୍ଗ କବିତା ରେ ଦର୍ଶକ ବିଭୋର ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ର ତୃତୀୟ ସନ୍ଧ୍ୟା

ସମ୍ବଲପୁର:ସମ୍ବଲପୁର ଜେଲ ଛଳ ନିକଟସ୍ଥ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ରେ ମଙ୍ଗଳବାର ସନ୍ଧ୍ୟାରେ ସମ୍ବଲପୁରୀ ହାସ୍ୟ ବ୍ୟଙ୍ଗ କବିତା ରେ ଦର୍ଶକ ବିଭୋର ହୋଇଥିଲେ। ମୁନିରାମ କୂମ୍ଭାର, ଦେବେନ୍ଦ୍ର ସାହୁ, ମନୋରଞ୍ଜନ ଲୁହା,ଚିତ୍ତ ପଣ୍ଡା ଏବଂ ନକୁଳ ମେହେର ସମ୍ବଲପୁରୀ ପାଠ କରିଥିଲେ। କାର୍ଯ୍ୟକ୍ରମକୁ ଗୁଣ ରଞ୍ଜନ ସାଲିମା ସଂଯୋଜନା କରିଥିଲେ।
ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ର ତୃତୀୟ ସନ୍ଧ୍ୟାରେ ରେ ଦୀର୍ଘ ୭ ବର୍ଷ ହେବ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରୀ ଦିନ ଆୟୋଜନ କରୁଥିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ସୋନପୁର ଶାଖା, ବୋୖଦ୍ଧ ଶାଖା ଏବଂ ବାଉଶୁଣୀ ସାଂସ୍କୃତିକ କଲା ପରିଷଦକୁ ସମ୍ବର୍ଧିତ କରାଯାଇଥିଲା । ‌ସେହିପରି ସନ୍ଧ୍ୟାରେ ସମ୍ବଲପୁର କଲା କେନ୍ଦ୍ର, ବିଦ୍ୟା ଶ୍ରୀ କଲାପରିଷଦ ଏବଂ ଉତ୍ତମ ଗୃପ ପକ୍ଷରୁ
ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ସାଂସ୍କୃତିକ ସଂଯୋଜକ ଦଶରଥ ମେହେର ସଂଯୋଜନା କରିଥିଲେ । ସେହିପରି ଅପରାହ୍ନରେ ସମ୍ବଲପୁରୀ କୁଇଜ ପ୍ରତିଯୋଗିତାରେ ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। କାଯ୍ୟକ୍ରମ କୁ ତର୍ପଣ ପ୍ରଧାନ ଏବଂ ସତ୍ୟନାରାୟଣ ସାହୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ମଞ୍ଚର ସମସ୍ତ ସଭ୍ୟ ସଦସ୍ୟା ସହଯୋଗ କରିଥିଲେ । ବୁଧବାର ବାର ସନ୍ଧ୍ୟାରେ କୁମ୍ଭାରୀ ଭଗବାନ ପାର୍ଟି ଦ୍ବାରା ବୀର ସୁରେନ୍ଦ୍ର ସାଏ ସମ୍ବଲପୁରୀ ନାଟକ ଆୟୋଜନ କରାଯିବ ।

The post ସମ୍ବଲପୁରୀ ହାସ୍ୟ ବ୍ୟଙ୍ଗ କବିତା ରେ ଦର୍ଶକ ବିଭୋର ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ର ତୃତୀୟ ସନ୍ଧ୍ୟା appeared first on Odisha.News.