ଅନ୍ଲାଇନ ଗେମ୍ରୁ ଜୀବନ ହାରିଲେ ଛାତ୍ରୀ
ରାୟଗଡ଼ା,୧୩।୩: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅନ୍ଲାଇନ ଗେମ୍ରେ ଟଙ୍କା ହରାଇ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ମୁତାବକ, ଛାତ୍ରୀ ଜଣକ ଘରେ ଓହଲି ପଡ଼ିଥିଲେ। ଏନେଇ ପରିବାର ଲୋକେ ରାମନାଗୁଡ଼ା ଥାନା ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରି […] The post ଅନ୍ଲାଇନ ଗେମ୍ରୁ ଜୀବନ ହାରିଲେ ଛାତ୍ରୀ appeared first on Dharitri Odia News.
ରାୟଗଡ଼ା,୧୩।୩: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅନ୍ଲାଇନ ଗେମ୍ରେ ଟଙ୍କା ହରାଇ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ମୁତାବକ, ଛାତ୍ରୀ ଜଣକ ଘରେ ଓହଲି ପଡ଼ିଥିଲେ। ଏନେଇ ପରିବାର ଲୋକେ ରାମନାଗୁଡ଼ା ଥାନା ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପରିବାର ଲୋକେ ଅନ୍ଲାଇନ ଗେମରେ ଟଙ୍କା ହରାଇ ଝିଅ ଜୀବନ ହାରିଥିବା ଥାନରେ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
The post ଅନ୍ଲାଇନ ଗେମ୍ରୁ ଜୀବନ ହାରିଲେ ଛାତ୍ରୀ appeared first on Dharitri Odia News.