୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଫାଇନାଲ ଟିକେଟ ପାଇଁ ଆଜି ମୁହଁାମୁହିଁ ହେବେ ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୬।୨: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌୨୦୨୪ ବର୍ତ୍ତମାନ ଏହାର ଶେଷ ଏବଂ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଫେବୃଆରୀ ୬ ମଙ୍ଗଳବାର ଏହି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମୁକାବିଲା ବେନୋନିର ୱିଲୋମୁର୍‌ ପାର୍କରେ ହେବ। ଆଜିର ମ୍ୟାଚ ପରେତାହା ସ୍ପଷ୍ଟ ହୋଇଯିବ ଯେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ କେଉଁ ଦଳ ପହଞ୍ଚିବ। ସେମିଫାଇନାଲ ମ୍ୟାଚ ପାଇଁ ଉଭୟ ଭାରତ […] The post ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଫାଇନାଲ ଟିକେଟ ପାଇଁ ଆଜି ମୁହଁାମୁହିଁ ହେବେ ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା appeared first on Dharitri Odia News.

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଫାଇନାଲ ଟିକେଟ ପାଇଁ ଆଜି ମୁହଁାମୁହିଁ ହେବେ ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୬।୨: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌୨୦୨୪ ବର୍ତ୍ତମାନ ଏହାର ଶେଷ ଏବଂ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଫେବୃଆରୀ ୬ ମଙ୍ଗଳବାର ଏହି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମୁକାବିଲା ବେନୋନିର ୱିଲୋମୁର୍‌ ପାର୍କରେ ହେବ। ଆଜିର ମ୍ୟାଚ ପରେତାହା ସ୍ପଷ୍ଟ ହୋଇଯିବ ଯେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ କେଉଁ ଦଳ ପହଞ୍ଚିବ। ସେମିଫାଇନାଲ ମ୍ୟାଚ ପାଇଁ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ଏଭଳି ପରିସ୍ଥିତିରେ ଉଭୟ ଦଳ ଏହି ମ୍ୟାଚରେ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦାନ କରିବେ ବୋଲି ଆଶା କରାଯାଉଛି।ସେମିଫାଇନାଲ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୧.୩୦ରେ ଆରମ୍ଭ ହେବ। ଷ୍ଟାର୍‌ ସ୍ପୋର୍ଟସ ୧ ଏବଂ ଷ୍ଟାର୍‌ ସ୍ପୋର୍ଟସ ସିଲେକ୍ଟରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ ଦେଖିପାରିବେ । ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିସ୍ନି ପ୍ଲସ ହଟଷ୍ଟାରରେ ମଧ୍ୟ କରାଯିବ ଯେଉଁଠାରେ ଆପଣ ମ୍ୟାଚକୁ ସମ୍ପୂର୍ଣ୍ଣ ମାଗଣା ଉପଭୋଗ କରିପାରିବେ।

The post ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଫାଇନାଲ ଟିକେଟ ପାଇଁ ଆଜି ମୁହଁାମୁହିଁ ହେବେ ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା appeared first on Dharitri Odia News.