ବିପର୍ଯ୍ୟୟ ସହାୟତା ଘୋଷଣା କଲା କେନ୍ଦ୍ର, ଓଡ଼ିଶାକୁ ମିଳିବ ଏତିକି କୋଟି
ନୂଆଦିଲ୍ଲୀ,୧୯।୨: ବିପର୍ଯ୍ୟୟ ପୀଡ଼ିତଙ୍କୁ ୧୫୫୫ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ୍ସରେ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ୨୦୨୪ରେ ବନ୍ୟା, ଆକସ୍ମିକ ବନ୍ୟା, ଭୂସ୍ଖଳନ ଏବଂ ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ପାଞ୍ଚଟି ରାଜ୍ୟକୁ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (NDRF) ଅଧୀନରେ ୧୫୫୪.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରିଛି। ଏକ ସରକାରୀ ବିବୃତ୍ତି […] The post ବିପର୍ଯ୍ୟୟ ସହାୟତା ଘୋଷଣା କଲା କେନ୍ଦ୍ର, ଓଡ଼ିଶାକୁ ମିଳିବ ଏତିକି କୋଟି appeared first on Dharitri Odia News.
ନୂଆଦିଲ୍ଲୀ,୧୯।୨: ବିପର୍ଯ୍ୟୟ ପୀଡ଼ିତଙ୍କୁ ୧୫୫୫ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ୍ସରେ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ୨୦୨୪ରେ ବନ୍ୟା, ଆକସ୍ମିକ ବନ୍ୟା, ଭୂସ୍ଖଳନ ଏବଂ ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ପାଞ୍ଚଟି ରାଜ୍ୟକୁ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (NDRF) ଅଧୀନରେ ୧୫୫୪.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରିଛି।
ଏକ ସରକାରୀ ବିବୃତ୍ତି ଅନୁଯାୟୀ, ମୋଟ ୧୫୫୪.୯୯ କୋଟି ଟଙ୍କାର ପରିମାଣ ମଧ୍ୟରୁ ଆନ୍ଧ୍ର ପ୍ରଦେଶ ପାଇଁ ୬୦୮.୦୮ କୋଟି, ନାଗାଲାଣ୍ଡ ପାଇଁ ୧୭୦.୯୯ କୋଟି, ଓଡ଼ିଶା ପାଇଁ ୨୫୫.୨୪ କୋଟି, ତେଲଙ୍ଗାନା ପାଇଁ ୨୩୧.୭୫ କୋଟି ଏବଂ ତ୍ରିପୁରା ପାଇଁ ୨୮୮.୯୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଉଚ୍ଚସ୍ତରୀୟ କମିଟି ପାଞ୍ଚଟି ରାଜ୍ୟକୁ NDRF ରୁ ୧୫୫୪.୯୯ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଞ୍ଜୁର କରିଛି।
୨୦୨୪ -୨୫ ଆର୍ଥିକ ବର୍ଷରେ, କେନ୍ଦ୍ର SDRFରେ ୨୭ଟି ରାଜ୍ୟକୁ ୧୮,୩୨୨.୮୦ କୋଟି ଟଙ୍କା ଏବଂ NDRFରୁ ୧୮ଟି ରାଜ୍ୟକୁ ୪,୮୦୮.୩୦ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDMF)ରୁ ୧୪ଟି ରାଜ୍ୟକୁ ୨୨୦୮.୫୫ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (NDMF) ରୁ ୮ଟି ରାଜ୍ୟକୁ ୭୧୯.୭୨ କୋଟି ଟଙ୍କା ପ୍ରଦାନ କରିଛି।
The post ବିପର୍ଯ୍ୟୟ ସହାୟତା ଘୋଷଣା କଲା କେନ୍ଦ୍ର, ଓଡ଼ିଶାକୁ ମିଳିବ ଏତିକି କୋଟି appeared first on Dharitri Odia News.