କୋର୍ କମିଟି ଘୋଷଣା କଲା ବିଜେପି, ତାଲିକାର ଦ୍ୱିତୀୟରେ ବୈଜୟନ୍ତ

ଆଗାମୀ ସାଧାରଣ ନିର୍ବାଚନ ପାଇଁ କମିଟି ଘୋଷଣା କରିଛି ବିଜେପି । ଯେଉଁଥିରେ ରହିଛି ଷ୍ଟେଟ୍‌ କୋର୍ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି । 

କୋର୍ କମିଟି ଘୋଷଣା କଲା ବିଜେପି, ତାଲିକାର ଦ୍ୱିତୀୟରେ ବୈଜୟନ୍ତ

୨୪ ନିର୍ବାଚନ ପୂର୍ବରୁ ଓଡ଼ିଶା ପାଇଁ ବିଭିନ୍ନ କମିଟି ଘୋଷଣା କରିଛି ବିଜେପି। ତା’ ମଧ୍ୟରେ ରହିଛି କୋର୍ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଏବଂ ଅର୍ଥ କମିଟି। ବିଜେପି କୋର୍ କମିଟିରେ ରହିଛନ୍ତି ୧୫ ସଦସ୍ୟଙ୍କ ସହ ୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ।

ସେହିପରି ନିର୍ବାଚନ କମିଟିରେ ରହିଛନ୍ତି ୧୫ ସଦସ୍ୟ ଏବଂ ଜଣେ ଏକ୍ସ ଅଫିସିଓ ସଦସ୍ୟ। ବିଜେପି ଶୃଙ୍ଖଳା କମିଟିରେ ମୋଟ ୫ ସଦସ୍ୟ ଥିବାବେଳେ ଅର୍ଥ କମିଟିରେ ମୋଟ ୧୦ ଜଣ ସଦସ୍ୟଙ୍କୁ ରଖାଯାଇଛି।

କୋର୍ କମିଟିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୟନାରାୟଣ ମିଶ୍ର, ଜୁଏଲ ଓରାମଙ୍କୁ ସାମିଲ କରାଯାଇଛି। ସେହିପରି ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କେ.ଭି.ସିଂଦେଓ ସଦସ୍ୟ, ସମୀର ମହାନ୍ତି, ସୁରମା ପାଢ଼ୀ, ସମ୍ବିତ ପାତ୍ର, ମାନସ ମହାନ୍ତିଙ୍କୁ କୋର କମିଟି ସଦସ୍ୟ ରଖାଯାଇଥିବାବେଳେ ସୁନୀଲ ବଂଶଲ, ବିଜୟପାଲ୍ ସିଂ ତୋମାର, ଲତା ଉସେଣ୍ଡି ପ୍ରମୁଖ ହୋଇଛନ୍ତି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ।

ରାଜ୍ୟ ନିର୍ବାଚନ କମିଟିରେ ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ରହିଥିବାବେଳେ ଶୃଙ୍ଖଳା କମିଟିରେ ରହିଛନ୍ତି ପ୍ରତାପ ଷଡ଼ଙ୍ଗୀ, ପର୍ଶୁରାମ ମାଝୀଙ୍କ ସହ ୫ ଜଣ ସଦସ୍ୟ। ସେହିପରି ଫାଇନାନ୍ସ କମିଟିରେ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ରହିଛି।

BJP State Core CommitteeBJP State Core Committee

ସେହିପରି ବିଜେପି ଶୃଙ୍ଖଳା କମିଟିରେ ମୋଟ ୫ ସଦସ୍ୟ ସାମିଲ ଅଛନ୍ତି । ପ୍ରତାପ ଷଡ଼ଙ୍ଗୀ, ପର୍ଶୁରାମ ମାଝୀ, ନମିତାରାଣୀ ସାହୁ କମିଟି ସଦସ୍ୟ ରହିଥିବା ବେଳେ ସୁଦୀପ୍ତ ରାୟ, ସୁଦର୍ଶନ ନାୟକ ମଧ୍ୟ ଶୃଙ୍ଖଳା କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।