କାଲି ସକାଳ ଯାଏଁ ବର୍ଷିବ, ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା । ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି। କେଉଁଠି ହାଲୁକା ତ କେଉଁଠି ମଧ୍ୟମ ଧରଣର ବର୍ଷା। ଦେହ ଥରାଇ ଦେଉଛି ବର୍ଷା ସାଙ୍ଗକୁ ଥଣ୍ଡା ପବନ। କାଲି ସକାଳ ଯାଏଁ ବର୍ଷିବ। ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ,ଗଜପତି, କେନ୍ଦ୍ରପଡ଼ା, ଜଗତସିଂହପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, […] The post କାଲି ସକାଳ ଯାଏଁ ବର୍ଷିବ, ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ appeared first on KNews Odisha.

ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା । ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି। କେଉଁଠି ହାଲୁକା ତ କେଉଁଠି ମଧ୍ୟମ ଧରଣର ବର୍ଷା। ଦେହ ଥରାଇ ଦେଉଛି ବର୍ଷା ସାଙ୍ଗକୁ ଥଣ୍ଡା ପବନ। କାଲି ସକାଳ ଯାଏଁ ବର୍ଷିବ। ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।
କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ,ଗଜପତି, କେନ୍ଦ୍ରପଡ଼ା, ଜଗତସିଂହପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କାଲିଠାରୁ ବର୍ଷା କମିବା ସହ ରାଜ୍ୟରେ ଶୀତ ବଢ଼ିବ। କମିବ ସର୍ବନିମ୍ନ ତାପମାତ୍ରା। ଘନ କୁହୁଡ଼ି ପାଇଁ କାଲି ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ୮ ଜିଲ୍ଲା ଓ ୨୭ ତାରିଖରେ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଏବେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଦକ୍ଷିପଶ୍ଚିମ ଓ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି ସୁଦୃଶ୍ୟ ଲଘୁଚାପ। ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଟାଙ୍ଗିରେ ସର୍ବାଧିକ ୭୪.୦ ମିଲି ମିଟର ବର୍ଷା ହୋଇଛି । କଳାହାଣ୍ଡିର କୋକସରାରେ ୬୫.୦ ମିଲି ମିଟର ଓ ନବରଙ୍ଗପୁରର ଡାବୁଗାଁରେ ୬୨.୦ ମିଲି ମିଟର ବର୍ଷା ରେକର୍ଡ ହୋଇଛି ।
The post କାଲି ସକାଳ ଯାଏଁ ବର୍ଷିବ, ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ appeared first on KNews Odisha.