ଘରେ ପଶି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟିନେଲେ ସୁନା ଅଳଙ୍କାର ଓ ଟଙ୍କା
ଚୌଦ୍ୱାର : ଲୁଟ କରିବାକୁ ଯାଇ ମହିଳାଙ୍କୁ ହତ୍ୟା । ପ୍ରଥମେ କପଡ଼ାରେ ମୁହଁକୁ ଚାପି ଅଣନିଶ୍ବାସୀ କରି ହତ୍ୟା କରିବା ପରେ ଲୁଟିଲେ ଦୁର୍ବୃତ୍ତ। କଟକ ଜିଲ୍ଲା ଚୌଦ୍ୱାରର ଆଗ୍ରାହାଟ ବ୍ରାହ୍ମଣ ସାହିରେ ଏଭଳି ଅଘଟଣ ଘଟିଛି। ବ୍ରାହ୍ମଣ ସାହିର ସସ୍ମିତା ସାହୁ ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ୨ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ । ପ୍ରବଳ ଖରା ଯୋଗୁଁ ଚାରିଆଡ ଶୁନଶାନ ଥିବା ବେଳେ ଦୁର୍ବୃତ୍ତମାନେ ସସ୍ମିତାଙ୍କ ମୁହଁକୁ କପଡ଼ାରେ ବାନ୍ଧି ଲୁଟପାଟ […] The post ଘରେ ପଶି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟିନେଲେ ସୁନା ଅଳଙ୍କାର ଓ ଟଙ୍କା appeared first on KNews Odisha.

ଚୌଦ୍ୱାର : ଲୁଟ କରିବାକୁ ଯାଇ ମହିଳାଙ୍କୁ ହତ୍ୟା । ପ୍ରଥମେ କପଡ଼ାରେ ମୁହଁକୁ ଚାପି ଅଣନିଶ୍ବାସୀ କରି ହତ୍ୟା କରିବା ପରେ ଲୁଟିଲେ ଦୁର୍ବୃତ୍ତ। କଟକ ଜିଲ୍ଲା ଚୌଦ୍ୱାରର ଆଗ୍ରାହାଟ ବ୍ରାହ୍ମଣ ସାହିରେ ଏଭଳି ଅଘଟଣ ଘଟିଛି। ବ୍ରାହ୍ମଣ ସାହିର ସସ୍ମିତା ସାହୁ ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ୨ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ । ପ୍ରବଳ ଖରା ଯୋଗୁଁ ଚାରିଆଡ ଶୁନଶାନ ଥିବା ବେଳେ ଦୁର୍ବୃତ୍ତମାନେ ସସ୍ମିତାଙ୍କ ମୁହଁକୁ କପଡ଼ାରେ ବାନ୍ଧି ଲୁଟପାଟ କରିଥିଲେ। ପରେ ପଡ଼ୋଶୀମାନେ ଘର ଖୋଲା ଥିବା ଦେଖି ତାଙ୍କୁ ଗୁରୁତର ଅବସ୍ଥାରେ ଦେଖିଥିଲେ। ପ୍ରଥମେ ଏନେଇ ଚୌଦ୍ବାର ଥାନାକୁ ଜଣାଇବା ସହ ସୁଜାତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ମହିଳାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି।
The post ଘରେ ପଶି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟିନେଲେ ସୁନା ଅଳଙ୍କାର ଓ ଟଙ୍କା appeared first on KNews Odisha.