କାଲିମେଳା ବ୍ଲକର ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ, ଅଭିଯୋଗ ଆଣିଲେ ୨୩ ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବିଡ଼ିଓ ପ୍ରଦୀପ କୁମାର କରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ ।ଏନେଇ ଗତକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏଥିରେ ୨୩ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷା ସହ ବିଜେଡିର ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ,କାଲିମେଳା ପୂବତନ ବ୍ଲକ ଅଧ୍ୟକ୍ଷ ମାଲା ମାଡି, ଚିତ୍ରକୋଣ୍ଡା ବିଧାୟକ,ସହ ହଜାର ହଜାର ଲୋକେ ବନ୍ଦ ଡାକରାରେ ସାମିଲ ହୋଇଥିଲେ । ସୂଚନା ଅନୁସାରେ ଗତ ମାସ ୯ ତାରିଖ […] The post କାଲିମେଳା ବ୍ଲକର ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ, ଅଭିଯୋଗ ଆଣିଲେ ୨୩ ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି appeared first on KNews Odisha.

କାଲିମେଳା ବ୍ଲକର ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ, ଅଭିଯୋଗ ଆଣିଲେ ୨୩ ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି
KALIMELA W

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବିଡ଼ିଓ ପ୍ରଦୀପ କୁମାର କରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ ।ଏନେଇ ଗତକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏଥିରେ ୨୩ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷା ସହ ବିଜେଡିର ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ,କାଲିମେଳା ପୂବତନ ବ୍ଲକ ଅଧ୍ୟକ୍ଷ ମାଲା ମାଡି, ଚିତ୍ରକୋଣ୍ଡା ବିଧାୟକ,ସହ ହଜାର ହଜାର ଲୋକେ ବନ୍ଦ ଡାକରାରେ ସାମିଲ ହୋଇଥିଲେ ।

ସୂଚନା ଅନୁସାରେ ଗତ ମାସ ୯ ତାରିଖ ଦିନ କାଲିମେଳା ବ୍ଲକ ଅଧ୍ୟକ୍ଷା ସହ ୨୩ ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କୁ କାଲିମେଳା ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ବଦଳି ପାଇଁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।  ନିର୍ବାଚିତ ପ୍ରତିନିଧି ମାନେ ସମିତି ବୈଠକକୁ ଏକ ମାସ ପୂର୍ବେ ବର୍ଜ୍ଜନ କରିଥିବା ବେଳେ ବିଡ଼ିଓଙ୍କ କାର୍ଯ୍ୟକୁ ନେଇ ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇ ଏକ ବିଶାଳ ରାଲି କରି ପ୍ରତିବାଦ ଜଣେଇଥିଲେ ।

ଏହାସହ ବ୍ଲକ୍ ର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ବ୍ଲକ୍ ପ୍ରତିନିଧିଙ୍କ ସହ ଆଲୋଚନା କରୁନଥିବା ସେମାନେ ଅଭିଯୋଗ କରିଥିଲେ । ପ୍ରାୟ ୧୧ ମାସ ହେଲା ପଞ୍ଚାୟତ ସମିତି ବୈଠକ ଡାକିନାହାନ୍ତି । ଏହା ସହ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଥାନୀୟ ଜଣେ ଲୋକ ପ୍ରତିନିଧିଙ୍କ ସହ ମିଶି ନିର୍ମାଣ କାଯ୍ୟକୁ ଭାଗ ବଣ୍ଟା କରି ନିଜ ଲୋକଙ୍କୁ ପ୍ରଦାନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଆଜି ଯାଏ ଏହାର ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି । ସ୍ୱପଟେ ଏହି ଘଟଣାକୁ ନେଇ ବିଡ଼ିଓ ପ୍ରଦୀପ କୁମାର କରଙ୍କ କିଛି ପ୍ରତିକ୍ରିୟା ମିଳିନାହିଁ ।

 

ଆହୁରି ପଢ଼ନ୍ତୁ : ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

The post କାଲିମେଳା ବ୍ଲକର ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ, ଅଭିଯୋଗ ଆଣିଲେ ୨୩ ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି appeared first on KNews Odisha.