ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଇସ୍ରାଏଲ ରାଷ୍ଟ୍ରପତି

ଜେରୁଜେଲମ,୨୨।୫: ଅକ୍ଟୋବର ୭ରେ ହମାସ ଆକ୍ରମଣକୁ ନିନ୍ଦା କରିଥିବାରୁ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ ହେର୍ଜୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଭାରତ ହେଉଛି ବିଶ୍ୱର ବୃହତ୍ତମ ଦେଶ ଏବଂ ଇସ୍ରାଏଲ ସବୁଠାରୁ ଛୋଟ ଦେଶ ମଧ୍ୟରୁ ଅନ୍ୟତମ। ତଥାପି ଦୃଢ ଗଣତାନ୍ତ୍ରିକ ଆଦର୍ଶ ଉପରେ ଆଧାର କରି ଆମେ ଦୁହେଁ ପୁରା ଆଧୁନିକ ରାଷ୍ଟ୍ର ଅଟୁ। ଆମେ ନିଜ ମଧ୍ୟରେ ବହୁତ କିଛି ଜିନିଷ ଶେୟାର କରୁ। ଦିଲ୍ଲୀରେ ଇସ୍ରାଏଲ ଜାତୀୟ ଦିବସ […] The post ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଇସ୍ରାଏଲ ରାଷ୍ଟ୍ରପତି appeared first on Dharitri Odia News.

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଇସ୍ରାଏଲ ରାଷ୍ଟ୍ରପତି

ଜେରୁଜେଲମ,୨୨।୫: ଅକ୍ଟୋବର ୭ରେ ହମାସ ଆକ୍ରମଣକୁ ନିନ୍ଦା କରିଥିବାରୁ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ ହେର୍ଜୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଭାରତ ହେଉଛି ବିଶ୍ୱର ବୃହତ୍ତମ ଦେଶ ଏବଂ ଇସ୍ରାଏଲ ସବୁଠାରୁ ଛୋଟ ଦେଶ ମଧ୍ୟରୁ ଅନ୍ୟତମ। ତଥାପି ଦୃଢ ଗଣତାନ୍ତ୍ରିକ ଆଦର୍ଶ ଉପରେ ଆଧାର କରି ଆମେ ଦୁହେଁ ପୁରା ଆଧୁନିକ ରାଷ୍ଟ୍ର ଅଟୁ। ଆମେ ନିଜ ମଧ୍ୟରେ ବହୁତ କିଛି ଜିନିଷ ଶେୟାର କରୁ।
ଦିଲ୍ଲୀରେ ଇସ୍ରାଏଲ ଜାତୀୟ ଦିବସ ପାଳନ କରାଯାଇଥିଲା। ଏହାକୁ ଇସ୍ରାଏଲ ରାଷ୍ଟ୍ରପତି ହେର୍ଜୋଗ ସମ୍ବୋଧିତ କରିଥିଲେ। ଭାରତ ଏବଂ ଇସ୍ରାଏଲର ସହଭାଗୀତା ଶକ୍ତିଶାଳୀ ବାଣିଜ୍ୟ ଏବଂ ବାଣିଜି୍ୟକ ସମ୍ପର୍କ ଠାରୁ ଆରମ୍ଭ କରି ଅର୍ଥପୂର୍ଣ୍ଣ ସାଂସ୍କୃତିକ, ଶିକ୍ଷାଗତ, ବୈଷୟିକ ଏବଂ ବୈଜ୍ଞାନିକ ଆଦାନ ପ୍ରଦାନ ପର୍ଯ୍ୟନ୍ତ ରହିଛି ବୋଲି ସେ କହିଛନ୍ତି। ଅବଶ୍ୟ ସଙ୍କଟ ସମୟରେ ଆମର ସହଭାଗୀ ସମ୍ପର୍କ ଅତିରିକ୍ତ ଅର୍ଥ ଗ୍ରହଣ କରିଥାଏ, କିନ୍ତୁ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ହେତୁ ହୋଇଥିବା ନରସଂହାରକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଥିଲେ। ସେ ଇତିହାସର ଡାହାଣ ପାର୍ଶ୍ୱରେ ଠିଆ ହୋଇଥିଲେ। ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି।
ହେର୍ଜୋଗ ଆହୁରି କହିଛନ୍ତି, ଗଣତନ୍ତ୍ର ଏବଂ ଅର୍ଥବ୍ୟବସ୍ଥା ବଢ଼ିବା ସହିତ ବିଶ୍ୱ ନେତୃତ୍ୱରେ ଆପଣଙ୍କ(ମୋଦିଙ୍କ) ଭୂମିକା ବଢିବ।

The post ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଇସ୍ରାଏଲ ରାଷ୍ଟ୍ରପତି appeared first on Dharitri Odia News.