ପ୍ରଥମ ଥର ନିର୍ବାଚନ ଲଢିବେ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଛାଡ଼ିଥିବା ଆସନରୁ ପ୍ରାର୍ଥୀ କଲା କଂଗ୍ରେସ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର କେରଳରେ ଓ୍ଵାଏନାଡ଼ ଲୋକସଭା ସିଟ୍‌କୁ ନେଇ କଂଗ୍ରେସ ବଡ଼ ରାଜନୈତିକ ଗୋଟି ଚଳାଇଛି। ସେଠାରେ ହେବାକୁ ଥିବା ଉପ ନିର୍ବାଚନରେ ଦଳ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପ୍ରାର୍ଥୀ କରିଛି। ମଙ୍ଗଳବାର ସନ୍ଧ୍ୟାରେ ଏଆଇସିସି ପକ୍ଷରୁ ଏହାର ଘୋଷଣା କରାଯାଇଛି। ଏହି ଆସନରେ ନଭେମ୍ବର ୧୩ରେ ଉପ ନିର୍ବାଚନ ହେବାକୁ ଯାଉଛି। ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏହି ଆସନରେ ପ୍ରାର୍ଥୀ କରାଯିବା ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଏହା ପୂର୍ବରୁ ଏହି ଆସନରେ ତାଙ୍କ ଭାଇ ରାହୁଲ ଗାନ୍ଧୀ ସାଂସଦ ଥିଲେ। ଲୋକସଭା ନିର୍ବାଚନ ୨୦୨୪ରେ ରାହୁଲ ଦୁଇଟି ସିଟ୍ ଓ୍ଵାଏନାଡ଼ ଓ ରାୟବରେଲୀ ଦୁଇ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ ଏବଂ ଦୁଇ ଆସନରୁ ସେ ବିଜୟ ଲାଭ କରିଥିଲେ।  କିନ୍ତୁ ନିୟମ ଅନୁସାରେ ତାଙ୍କୁ ଗୋଟିଏ ସିଟ୍ ଛାଡ଼ିବାକୁ ପଡ଼ିଥିଲା। ତେଣୁ ସେ ଓ୍ଵାଏନାଡ଼ ସିଟ୍ ଛାଡ଼ି ରାୟବରେଲୀ ସିଟ୍‌କୁ ନିଜ ପାଖରେ ରଖିବାକୁ ନିଷ୍ପତ୍ତି ନେଇଥିଲେ।The Congress President, Shri Mallikarjun Kharge, has approved the proposal to nominate the following members as party candidates for the bye-elections to the Lok Sabha and Legislative Assembly from Kerala: pic.twitter.com/aWbQzrNq3i— INC Sandesh (@INCSandesh) October 15, 2024ଉତ୍ତର ପ୍ରଦେଶର ରାୟବରେଲ

ପ୍ରଥମ ଥର ନିର୍ବାଚନ ଲଢିବେ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଛାଡ଼ିଥିବା ଆସନରୁ ପ୍ରାର୍ଥୀ କଲା କଂଗ୍ରେସ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର କେରଳରେ ଓ୍ଵାଏନାଡ଼ ଲୋକସଭା ସିଟ୍‌କୁ ନେଇ କଂଗ୍ରେସ ବଡ଼ ରାଜନୈତିକ ଗୋଟି ଚଳାଇଛି। ସେଠାରେ ହେବାକୁ ଥିବା ଉପ ନିର୍ବାଚନରେ ଦଳ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପ୍ରାର୍ଥୀ କରିଛି। ମଙ୍ଗଳବାର ସନ୍ଧ୍ୟାରେ ଏଆଇସିସି ପକ୍ଷରୁ ଏହାର ଘୋଷଣା କରାଯାଇଛି। ଏହି ଆସନରେ ନଭେମ୍ବର ୧୩ରେ ଉପ ନିର୍ବାଚନ ହେବାକୁ ଯାଉଛି। 

ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏହି ଆସନରେ ପ୍ରାର୍ଥୀ କରାଯିବା ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଏହା ପୂର୍ବରୁ ଏହି ଆସନରେ ତାଙ୍କ ଭାଇ ରାହୁଲ ଗାନ୍ଧୀ ସାଂସଦ ଥିଲେ। ଲୋକସଭା ନିର୍ବାଚନ ୨୦୨୪ରେ ରାହୁଲ ଦୁଇଟି ସିଟ୍ ଓ୍ଵାଏନାଡ଼ ଓ ରାୟବରେଲୀ ଦୁଇ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ ଏବଂ ଦୁଇ ଆସନରୁ ସେ ବିଜୟ ଲାଭ କରିଥିଲେ।  କିନ୍ତୁ ନିୟମ ଅନୁସାରେ ତାଙ୍କୁ ଗୋଟିଏ ସିଟ୍ ଛାଡ଼ିବାକୁ ପଡ଼ିଥିଲା। ତେଣୁ ସେ ଓ୍ଵାଏନାଡ଼ ସିଟ୍ ଛାଡ଼ି ରାୟବରେଲୀ ସିଟ୍‌କୁ ନିଜ ପାଖରେ ରଖିବାକୁ ନିଷ୍ପତ୍ତି ନେଇଥିଲେ।




ଉତ୍ତର ପ୍ରଦେଶର ରାୟବରେଲୀ ଆସନ ରାହୁଲ ଗାନ୍ଧୀଙ୍କ ମାଆ ସୋନିଆ ଗାନ୍ଧୀଙ୍କ ପରମ୍ପରାଗତ ଆସନ ଥିଲା। ରାହୁଲ ଏଥିପାଇଁ ରାୟବରେଲୀ ଆସନକୁ ଚୟନ କଲେ କାରଣ ଏହି ନିର୍ବାଚନ କ୍ଷେତ୍ରରେ କଂଗ୍ରେସ ମଜବୁତ ଇତିହାସ ରହିଛି। ଦଳ ୧୯୭୭, ୧୯୯୬ ଓ ୧୯୯୮କୁ ଛାଡ଼ି ବାକି ସମସ୍ତ ଲୋକସଭା ନିର୍ବାଚନରେ ବିଜୟ ଲାଭ କରିଛି। 

ଅନ୍ୟପଟେ ୨୦୦୮ରେ ଅସ୍ଥିତ୍ଵକୁ ଆସିଥିବା କେରଳର ଓ୍ଵାଏନାଡ଼ ସିଟ୍ କଂଗ୍ରେସର ଗଢ ରହି ଆସିଛି। ୨୦୦୯ରୁ ୨୦୧୯ ଯାଏଁ ଏହି ଆସନରୁ କଂଗ୍ରେସର ଏମଆଇ ଶାନବାସ ସାଂସଦ ରହିଥିଲେ।ଏହା ପରେ ୨୦୧୯ରେ ରାହୁଲ ଗାନ୍ଧୀ ନିର୍ବାଚନ ଲଢି ଜିତିଥିଲେ। ଉଲ୍ଲେଖନୀୟ ନିର୍ବାଚନ ଆୟୋଗ ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସହିତ ମୋଟ୍ ୧୫ ରାଜ୍ୟର ୪୮ ବିଧାନସଭା ଆସନରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି।