ଆସୁଛି ରାମନବମୀ: ଛତ୍ରପୁର ଚଳଚଞ୍ଚଳ

ଛତ୍ରପୁର,୨୪।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଷ୍ଟେଶନ ରୋଡ଼ ନିକଟସ୍ଥ ରାମ ମନ୍ଦିରରେ ରାମନବମୀ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ବଜରଙ୍ଗ ଦଳ ଏବଂ ରାମନବମୀ ଶୋଭାଯାତ୍ରା ସମିତିର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଏହି ଶୋଭାଯାତ୍ରାକୁ କିପରି ଏକ ଭବ୍ୟ ଏବଂ ଶାନ୍ତିପୂର୍ଣ୍ଣ ରୂପେ ଆୟୋଜନ ହେବ ସେ ବିଷୟରେ ଆଲୋଚନା କରିଥିଲେ। ବୈଠକରେ ଶୋଭାଯାତ୍ରା ଆୟୋଜନ ସମ୍ବନ୍ଧୀୟ ବିଭିନ୍ନ ପାଳିତ କାର୍ଯ୍ୟକ୍ରମ, ଏହି ଉତ୍ସବର ଗୁରୁତ୍ୱ […] The post ଆସୁଛି ରାମନବମୀ: ଛତ୍ରପୁର ଚଳଚଞ୍ଚଳ appeared first on Dharitri Odia News.

ଆସୁଛି ରାମନବମୀ:  ଛତ୍ରପୁର ଚଳଚଞ୍ଚଳ

ଛତ୍ରପୁର,୨୪।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଷ୍ଟେଶନ ରୋଡ଼ ନିକଟସ୍ଥ ରାମ ମନ୍ଦିରରେ ରାମନବମୀ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ବଜରଙ୍ଗ ଦଳ ଏବଂ ରାମନବମୀ ଶୋଭାଯାତ୍ରା ସମିତିର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଏହି ଶୋଭାଯାତ୍ରାକୁ କିପରି ଏକ ଭବ୍ୟ ଏବଂ ଶାନ୍ତିପୂର୍ଣ୍ଣ ରୂପେ ଆୟୋଜନ ହେବ ସେ ବିଷୟରେ ଆଲୋଚନା କରିଥିଲେ। ବୈଠକରେ ଶୋଭାଯାତ୍ରା ଆୟୋଜନ ସମ୍ବନ୍ଧୀୟ ବିଭିନ୍ନ ପାଳିତ କାର୍ଯ୍ୟକ୍ରମ, ଏହି ଉତ୍ସବର ଗୁରୁତ୍ୱ ଏବଂ ଛତ୍ରପୁର ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାସହିତ ଏଥି
ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ନେବା ଏବଂ ନଗରବାସୀଙ୍କ ସହଯୋଗ କିପରି ନେବାଯାଇପାରେ ତାହାର ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା।

The post ଆସୁଛି ରାମନବମୀ: ଛତ୍ରପୁର ଚଳଚଞ୍ଚଳ appeared first on Dharitri Odia News.