ଓୟୋ ହୋଟେଲରେ ନାବାଳିକାଙ୍କୁ ଗଣବଳାତ୍କାର
ଭୁବନେଶ୍ୱର,୨।୧୧(ସତ୍ୟଜିତ୍ ରାଉତ): ଭୁବନେଶ୍ୱରରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ମୃଦୁପାନୀୟରେ ନିଶା ଦେଇ ୪ଜଣ ଯୁବକ ଏକ ଓୟୋ ହୋଟେଲରେ ଗଣବଳାତ୍କାର କରିଛନ୍ତି। ଏଥିସହ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବାର ଧମକ ଦେଇ ପୀଡ଼ିତା ଓ ତାଙ୍କ ମା’ଙ୍କଠାରୁ ୬୨ହଜାର ଟଙ୍କା ନେଇଯାଇଛନ୍ତି। ଅକ୍ଟୋବର ୧୬ରେ ଘଟିଥିବା ଏହି ସ୍ପର୍ଶକାତର ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ନୟାପଲ୍ଲୀ ଥାନା ପୋଲିସ ପୀଡ଼ିତାଙ୍କୁ ଫସାଇଥିବା ନାବାଳିକାଙ୍କ […] The post ଓୟୋ ହୋଟେଲରେ ନାବାଳିକାଙ୍କୁ ଗଣବଳାତ୍କାର appeared first on Dharitri Odia News.
ଭୁବନେଶ୍ୱର,୨।୧୧(ସତ୍ୟଜିତ୍ ରାଉତ): ଭୁବନେଶ୍ୱରରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ମୃଦୁପାନୀୟରେ ନିଶା ଦେଇ ୪ଜଣ ଯୁବକ ଏକ ଓୟୋ ହୋଟେଲରେ ଗଣବଳାତ୍କାର କରିଛନ୍ତି। ଏଥିସହ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବାର ଧମକ ଦେଇ ପୀଡ଼ିତା ଓ ତାଙ୍କ ମା’ଙ୍କଠାରୁ ୬୨ହଜାର ଟଙ୍କା ନେଇଯାଇଛନ୍ତି। ଅକ୍ଟୋବର ୧୬ରେ ଘଟିଥିବା ଏହି ସ୍ପର୍ଶକାତର ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ନୟାପଲ୍ଲୀ ଥାନା ପୋଲିସ ପୀଡ଼ିତାଙ୍କୁ ଫସାଇଥିବା ନାବାଳିକାଙ୍କ ସହ ୪ଜଣ ଅଭିଯୁକ୍ତଙ୍କୁ ଧରିଛି। ୪ ଅଭିଯୁକ୍ତ ଯୁବକ ହେଲେ ଭୁବନେଶ୍ୱର ଦାରୁଠେଙ୍ଗର ରାଜା ପଟ୍ଟନାୟକ (୧୯), ନୀଳାଦ୍ରିବିହାରର ଦୀପକ ବେହେରା (୧୯), ଶୈଳଶ୍ରୀ ବିହାରର ପ୍ରକାଶ ବେହେରା (୨୧) ଏବଂ ଓଲ୍ଡଟାଉନ ଅଞ୍ଚଳର ପପୁ ଦ୍ୱିବେଦୀ (୨୩)। ରାଜା ଓ ଦୀପକଙ୍କୁ ଗୁରୁବାର ଏବଂ ପ୍ରକାଶ ଓ ପପୁଙ୍କୁ ଶୁକ୍ରବାର ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଅଭିଯୁକ୍ତା ନାବାଳିକାଙ୍କୁ ଗୁରୁବାର ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର ପରେ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଥିବା ଡିସିପି ପିନାକ ମିଶ୍ର କହିଛନ୍ତି। ତେବେ ଶୁକ୍ରବାର ପୋଲିସ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ବୟାନ ରେକର୍ଡ କରିଛି।
ପୋଲିସ ସୂଚନାନୁସାରେ, ପୀଡ଼ିତା ନାବାଳିକାଙ୍କ ଘର ନୟାଗଡ ଜିଲା ଶରଣକୁଳ ଥାନା ଅଞ୍ଚଳରେ ହୋଇଥିବାବେଳେ ପରିବାର ଲୋକଙ୍କ ସହ ନୟାପଲ୍ଲୀ ଅଞ୍ଚଳର ଏକ ବସ୍ତିରେ ରହୁଛନ୍ତି। ତାଙ୍କୁ ଗଣବଳାତ୍କାର କରିବାକୁ ଘଟଣାର କିଛିଦିନ ପୂର୍ବରୁ ଯୋଜନା ହୋଇଥିଲା। ଅଭିଯୁକ୍ତା ନାବାଳିକା ଜଣକ ତାଙ୍କ ସହ ବନ୍ଧୁତା ସ୍ଥାପନ କରି ଫସାଇଥିଲେ। ସେ ପୀଡ଼ିତାଙ୍କୁ ଚାକିରି ଯୋଗାଇଦେବାକୁ କହି ଅଧିକ ଘନିଷ୍ଠ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ଅଭିଯକ୍ତ ରାଜାଙ୍କ ସହ ମିଶାଇଥିଲେ। ଏହାପରେ ପୀଡ଼ିତାଙ୍କୁ ରାଜା ପ୍ରେମଜାଲରେ ଫସାଇ ସମ୍ପର୍କ ନିବିଡ଼ କରିଥିଲେ। ଭୁବନେଶ୍ୱରର ବିଭିନ୍ନ ପାର୍କକୁ ନେଇ ସମୟ ବିତାଇବା ସହ ମିଠା ମିଠା କଥା କହି ସ୍ବପ୍ନ ଦେଖାଇଥିଲେ। ଅକ୍ଟୋବର ୧୬ ପୀଡ଼ିତାଙ୍କୁ ରାଜା ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରସ୍ଥିତ ବୁଦ୍ଧପାର୍କକୁ ଡାକି ନେଇଥିଲେ। ସେଠାରେ ରାଜା ତାଙ୍କୁ ମୃଦୁପାନୀୟରେ ନିଶା ଦେଇ କିଛି ଦୂରରେ ଥିବା ଏକ ଓୟୋ ହୋଟେଲକୁ ନେଇଯାଇଥିଲେ। ଉକ୍ତ ଓୟୋ ହୋଟେଲକୁ ରାଜା ତାଙ୍କର ଅନ୍ୟ ୩ ସହଯୋଗୀଙ୍କୁ ଡାକିଥିଲେ। ସେହି ରାତିରେ ଉକ୍ତ ହୋଟେଲ ରୁମ୍ରେ ରାଜା ଓ ଅନ୍ୟମାନେ ଜଣକ ପରେ ଜଣେ ତାଙ୍କୁ ବଳାତ୍କାର କରି ତାହାର ଭିଡିଓ ଉତ୍ତୋଳନ କରିଥିଲେ। ପରେ ସେମାନେ ସେଠାରେ ପୀଡ଼ିତାଙ୍କୁ ଛାଡ଼ି ଚାଲିଯାଇଥିଲେ। ରାତି ପାହିବା ପରେ ପୀଡିତାଙ୍କ ନିଦ ଭାଙ୍ଗିବା ପରେ ଘରକୁ ଫେରିଆସିଥିଲେ। ଏହାପରେ ରାଜା ଓ ଅନ୍ୟ ଅଭିଯୁକ୍ତମାନେ ପୀଡ଼ିତା ନାବାଳିକାଙ୍କ ବଳାତ୍କାର ବେଳର ଭିଡିଓ ଦେଖାଇ ଭାଇରାଲ ଧମକ ଦେଇ ତାଙ୍କଠାରୁ ୧୨ ହଜାର ଟଙ୍କା ନେଇଯାଇଥିଲେ। ପରେ ଉକ୍ତ ଭିଡିଓକୁ ପୀଡ଼ିତାଙ୍କ ମା’ଙ୍କ ପାଖକୁ ପଠାଇ ସମାନ ଧମକ ଦେଇ ୫୦ ହଜାର ଟଙ୍କା ନେଇଯାଇଥିଲେ। ପରେ ମା’ଙ୍କ ସହାୟତାରେ ପୀଡ଼ିତା ଜଣକ ଅକ୍ଟୋବର ୩୦ରେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ.୬୪୦/୨୦୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
The post ଓୟୋ ହୋଟେଲରେ ନାବାଳିକାଙ୍କୁ ଗଣବଳାତ୍କାର appeared first on Dharitri Odia News.