ନିର୍ବାଚନ ପୂର୍ବରୁ ଅଶାନ୍ତ ନୟାଗଡ଼ରେ ବୁଲିଲା ଖଣ୍ଡା, ଭୁଜାଲି
ନୟାଗଡ଼,୨୪।୫: ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡିଛି ନୟାଗଡ଼ ଜିଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ। ଭାପୁର ବ୍ଲକ ଭଗବାନପୁର ଏବଂ ଖଣ୍ଡପଡା ବ୍ଳକ ରାଣିପଡା ପଞ୍ଚାୟତ ବିରିଡ଼ି ଗାଁରେ ଏକ ପ୍ରମୁଖ ରାଜନୈତିକ ଦଳର କର୍ମୀମାନେ ଲୋକଙ୍କୁ ଟଙ୍କା ନିଅ ଭୋଟ ଦିଅ କହି ଖଣ୍ଡା, ଭୁଜାଲି ଓ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଛନ୍ତି। ଏପରିକି ଏକ ପ୍ରମୁଖ ଦଳକୁ ଭୋଟ ନ ଦେଲେ ହତ୍ୟା ଉଦ୍ୟମ ସହ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏକ ପ୍ରମୁଖ […] The post ନିର୍ବାଚନ ପୂର୍ବରୁ ଅଶାନ୍ତ ନୟାଗଡ଼ରେ ବୁଲିଲା ଖଣ୍ଡା, ଭୁଜାଲି appeared first on Dharitri Odia News.
ନୟାଗଡ଼,୨୪।୫: ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡିଛି ନୟାଗଡ଼ ଜିଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ। ଭାପୁର ବ୍ଲକ ଭଗବାନପୁର ଏବଂ ଖଣ୍ଡପଡା ବ୍ଳକ ରାଣିପଡା ପଞ୍ଚାୟତ ବିରିଡ଼ି ଗାଁରେ ଏକ ପ୍ରମୁଖ ରାଜନୈତିକ ଦଳର କର୍ମୀମାନେ ଲୋକଙ୍କୁ ଟଙ୍କା ନିଅ ଭୋଟ ଦିଅ କହି ଖଣ୍ଡା, ଭୁଜାଲି ଓ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଛନ୍ତି। ଏପରିକି ଏକ ପ୍ରମୁଖ ଦଳକୁ ଭୋଟ ନ ଦେଲେ ହତ୍ୟା ଉଦ୍ୟମ ସହ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି।
ଏକ ପ୍ରମୁଖ ଦଳର କର୍ମୀଙ୍କ ଆକ୍ରମଣରେ ଅନ୍ୟ ଏକ ଦଳର ୩ଜଣ କର୍ମୀ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ୨ଜଣ କର୍ମୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରୁଛି।
The post ନିର୍ବାଚନ ପୂର୍ବରୁ ଅଶାନ୍ତ ନୟାଗଡ଼ରେ ବୁଲିଲା ଖଣ୍ଡା, ଭୁଜାଲି appeared first on Dharitri Odia News.