କାନାଡ଼ାକୁ ହରାଇ ତୃତୀୟ ସ୍ଥାନରେ ଉରୁଗୁଏ

ଚାର୍ଲୋଟ,୧୪ା୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ କାନାଡାକୁ ୪-୩ ଶୁଟ୍‌ଆଉଟରେ ହରାଇ ଦେଇଛି ଉରୁଗୁଏ। ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ ୨-୨ରେ ଅମୀମାସିଂତ ରହିବାରୁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆଯାଇଥିଲା। ମ୍ୟାଚରେ ରୋଡ୍ରିଗୋ ବେନାଟାନ୍‌କର ୮ମ ମିନିଟରେ ଗୋଲ ସ୍କୋର କରି ଉରୁଗୁଏକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ପରେ କାନାଡା ପକ୍ଷରୁ ଇସ୍‌ମାଇଲ କୋନ୍‌ (୨୨ତମ ମିନିଟ୍‌) ଓ ଜୋନାଥନ ଡେଭିଡ (୮୦ତମ ମିନିଟ) ଗୋଟିଏ […] The post କାନାଡ଼ାକୁ ହରାଇ ତୃତୀୟ ସ୍ଥାନରେ ଉରୁଗୁଏ appeared first on Dharitri Odia News.

କାନାଡ଼ାକୁ ହରାଇ ତୃତୀୟ ସ୍ଥାନରେ ଉରୁଗୁଏ

ଚାର୍ଲୋଟ,୧୪ା୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ କାନାଡାକୁ ୪-୩ ଶୁଟ୍‌ଆଉଟରେ ହରାଇ ଦେଇଛି ଉରୁଗୁଏ। ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ ୨-୨ରେ ଅମୀମାସିଂତ ରହିବାରୁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆଯାଇଥିଲା।

ମ୍ୟାଚରେ ରୋଡ୍ରିଗୋ ବେନାଟାନ୍‌କର ୮ମ ମିନିଟରେ ଗୋଲ ସ୍କୋର କରି ଉରୁଗୁଏକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ପରେ କାନାଡା ପକ୍ଷରୁ ଇସ୍‌ମାଇଲ କୋନ୍‌ (୨୨ତମ ମିନିଟ୍‌) ଓ ଜୋନାଥନ ଡେଭିଡ (୮୦ତମ ମିନିଟ) ଗୋଟିଏ ଲେଖାଏ ଗୋଲ୍‌ ସ୍କୋର କରି ତାଙ୍କ ଦଳକୁ ୨-୧ଗୋଲରେ ଅଗ୍ରଣୀ କରାଇଥିଲେ।

ହେଲେ ଉରୁଗୁଏର ୩୭ ବର୍ଷୀୟ ଷ୍ଟାର ଖେଳାଳି ତାଙ୍କର କମାଲ ଦେଖାଇଥିଲେ। ତାଙ୍କ (୯୦+୨ ମିନିଟ) ଷ୍ଟପେଜ ଟାଇମ୍‌ ଗୋଲ ବଳରେ ଉରୁଗୁଏ ନିର୍ଦ୍ଧାରିତ ସମୟ ଖେଳକୁ ୨-୨ରେ ଅମୀମାଂସିତ ରଖିପାରିଥିଲା।

ଶୁଟଆଉଟରେ ଉରୁଗୁଏ ତରଫରୁ ଫେଡ୍ରିକୋ ଭାଲଭର୍ଡେ, ରୋଡ୍ରିଗୋ ବେଣ୍ଟନକର, ଜର୍ଜିଆନ ଡି’ ଆରାସ୍କେଟା ଏବଂ ସୁଆରେଜ ବିପକ୍ଷ ଦଳର ଗୋଲକିପର ଡେନି ସେଣ୍ଟ କ୍ଲେୟାରଙ୍କୁ ପରାସ୍ତ କରି ଗୋଟିଏ ଲେଖାଏ ଗୋଲ୍‌ ଦେବାରେ ସମର୍ଥ ହୋଇଥିଲେ। ଅନ୍ୟପକ୍ଷରେ କାନାଡା ପକ୍ଷରୁ ଜୋନାଥନ ଡେଭିଡ ମୋଇସେ ବମ୍ବିଟୋ ଓ ମାଥ୍ୟୁ ଚୋଇନିର୍‌ ପ୍ରମୁଖ ଗୋଲ ସ୍କୋର କରିବାରେ ସମର୍ଥ ହୋଇଥିଲେ।

The post କାନାଡ଼ାକୁ ହରାଇ ତୃତୀୟ ସ୍ଥାନରେ ଉରୁଗୁଏ appeared first on Dharitri Odia News.