ଗିରଫ ହେବେ ରାମ ଗୋପାଳ ବର୍ମା ! ନିର୍ଦ୍ଦେଶକଙ୍କ ଘରେ ପହଞ୍ଚିଲା ପୋଲିସ
ମୁମ୍ଵାଇ ୨୬।୧୧; ଆନ୍ଧ୍ରପ୍ରଦେଶ ପୋଲିସର ଏକ ଟିମ୍ ହାଇଦ୍ରାବାଦର ଥିବା ରାମ ଗୋପାଳ ଭର୍ମାଙ୍କ ଘରେ ପହଞ୍ଚିଥିଲେ। କାରଣ ସେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ କଥା କହିଥିଲେ। ଏହି ମାମଲାରେ ପଚରାଉଚରା ପାଇଁ ରାମ ଗୋପାଳଙ୍କୁ ପୋଲିସ ନିକଟରେ ହାଜର ହେବାର ଥିଲା କିନ୍ତୁ ସେ ଯାଇ ନଥିଲେ।ପୋଲିସ ରାମଗୋପାଳଙ୍କ ଘରେ ପହଞ୍ଚିଥିଲେ। ହେଲେ ନିର୍ଦ୍ଦେଶକଙ୍କ ସହିତ ଭେଟ ପାଇ ନଥିଲା। ଏହାପରେ ପୋଲିସ ରାମଙ୍କ ଘରର ଯାଞ୍ଚ ଆରମ୍ଭ କରିଥିଲା। କୁହାଯାଉଛି କି ନିର୍ଦ୍ଦେଶକଙ୍କୁ ଏହି ଘଟଣାରେ ପୋଲିସ କୌଣସି ବି ମୁହୂର୍ତ୍ତରେ ଗିରଫ କରିପାରେ। କାରଣ ତାଙ୍କୁ ପୋଲିସ ଷ୍ଟେସନରେ ପହଞ୍ଚିବାକୁ ଦୁଇଦୁଇଥର ନୋଟିସ ହୋଇଥିବା ସତ୍ତ୍ବେ ସେ ପହଞ୍ଚି ନଥିଲେ। ଫିଲ୍ମ 'ଭାୟୋହମ୍' ସମୟରେ ରାମ ଗୋପାଳ ଭର୍ମା ଆନ୍ଧ୍ରପ୍ରଦେଶର ସିଏମ, ଡେପୁଟି ସିଏମ ଏବଂ ମନ୍ତ୍ରୀ ଲୋକେଶଙ୍କ ବିରୋଧରେ ଅପମାନଜନକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିବାକୁ ଦାବି କରିଛି।ନଭେମ୍ବର ୧୧ରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ରାମଲିଙ୍ଗମଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ ଯାଞ୍ଚ ଆରମ୍ଭ କରିଥିଲା। ଗତ ସପ୍ତାହରେ ରାମ ଗୋପାଳ ବର୍ମା ପୋଲିସ ସାମ୍ନାରେ ହାଜର ହେବାପାଇଁ ୪ଦିନର ସମୟ ମାଗିଥିଲେ। କିନ୍ତୁ ୪ଦିନ ବିତି ଯାଇଥିଲେ ବି ତାଙ
ମୁମ୍ଵାଇ ୨୬।୧୧; ଆନ୍ଧ୍ରପ୍ରଦେଶ ପୋଲିସର ଏକ ଟିମ୍ ହାଇଦ୍ରାବାଦର ଥିବା ରାମ ଗୋପାଳ ଭର୍ମାଙ୍କ ଘରେ ପହଞ୍ଚିଥିଲେ। କାରଣ ସେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ କଥା କହିଥିଲେ। ଏହି ମାମଲାରେ ପଚରାଉଚରା ପାଇଁ ରାମ ଗୋପାଳଙ୍କୁ ପୋଲିସ ନିକଟରେ ହାଜର ହେବାର ଥିଲା କିନ୍ତୁ ସେ ଯାଇ ନଥିଲେ।
ପୋଲିସ ରାମଗୋପାଳଙ୍କ ଘରେ ପହଞ୍ଚିଥିଲେ। ହେଲେ ନିର୍ଦ୍ଦେଶକଙ୍କ ସହିତ ଭେଟ ପାଇ ନଥିଲା। ଏହାପରେ ପୋଲିସ ରାମଙ୍କ ଘରର ଯାଞ୍ଚ ଆରମ୍ଭ କରିଥିଲା। କୁହାଯାଉଛି କି ନିର୍ଦ୍ଦେଶକଙ୍କୁ ଏହି ଘଟଣାରେ ପୋଲିସ କୌଣସି ବି ମୁହୂର୍ତ୍ତରେ ଗିରଫ କରିପାରେ। କାରଣ ତାଙ୍କୁ ପୋଲିସ ଷ୍ଟେସନରେ ପହଞ୍ଚିବାକୁ ଦୁଇଦୁଇଥର ନୋଟିସ ହୋଇଥିବା ସତ୍ତ୍ବେ ସେ ପହଞ୍ଚି ନଥିଲେ। ଫିଲ୍ମ 'ଭାୟୋହମ୍' ସମୟରେ ରାମ ଗୋପାଳ ଭର୍ମା ଆନ୍ଧ୍ରପ୍ରଦେଶର ସିଏମ, ଡେପୁଟି ସିଏମ ଏବଂ ମନ୍ତ୍ରୀ ଲୋକେଶଙ୍କ ବିରୋଧରେ ଅପମାନଜନକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିବାକୁ ଦାବି କରିଛି।
ନଭେମ୍ବର ୧୧ରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ରାମଲିଙ୍ଗମଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ ଯାଞ୍ଚ ଆରମ୍ଭ କରିଥିଲା। ଗତ ସପ୍ତାହରେ ରାମ ଗୋପାଳ ବର୍ମା ପୋଲିସ ସାମ୍ନାରେ ହାଜର ହେବାପାଇଁ ୪ଦିନର ସମୟ ମାଗିଥିଲେ। କିନ୍ତୁ ୪ଦିନ ବିତି ଯାଇଥିଲେ ବି ତାଙ୍କର କୌଣସି ଅତ୍ତାପତ୍ତା ନଥିଲା।