ଲୋହାନିଙ୍କୁ ଦାୟିତ୍ୱ
ଅଶ୍ୱିନୀ ଲୋହାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଓ ପୁସ୍ତକାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତି କେବଳ କ୍ୟାରିୟରର ଏକ ମୋଡ଼ ନୁହେଁ, ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଅଭିଜ୍ଞତା ସାଉଁଟିବା ପରେ ଏବେ ସେ ପୂର୍ବ ଦାୟିତ୍ୱକୁ ଫେରିଛନ୍ତି। କାରଣ ଲୋହାନି ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଜାତୀୟ ରେଳ ସଂଗ୍ରହାଳୟକୁ ପ୍ରଥମେ ଆକର୍ଷଣୀୟ କରିଥିଲେ। ତା’ପରେ ଏୟାର ଇଣ୍ଡିଆର ନେତୃତ୍ୱ ନେବାକୁ ଯାଇଥିଲେ ଓ ସେଠାରେ ଅତି କମ୍ ବଜେଟରେ ସେ ଭଲ […] The post ଲୋହାନିଙ୍କୁ ଦାୟିତ୍ୱ appeared first on Dharitri Odia News.
ଅଶ୍ୱିନୀ ଲୋହାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଓ ପୁସ୍ତକାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତି କେବଳ କ୍ୟାରିୟରର ଏକ ମୋଡ଼ ନୁହେଁ, ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଅଭିଜ୍ଞତା ସାଉଁଟିବା ପରେ ଏବେ ସେ ପୂର୍ବ ଦାୟିତ୍ୱକୁ ଫେରିଛନ୍ତି। କାରଣ ଲୋହାନି ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଜାତୀୟ ରେଳ ସଂଗ୍ରହାଳୟକୁ ପ୍ରଥମେ ଆକର୍ଷଣୀୟ କରିଥିଲେ। ତା’ପରେ ଏୟାର ଇଣ୍ଡିଆର ନେତୃତ୍ୱ ନେବାକୁ ଯାଇଥିଲେ ଓ ସେଠାରେ ଅତି କମ୍ ବଜେଟରେ ସେ ଭଲ କରିବେ ବୋଲି ଆଶା କରାଯାଉଥିଲା। ସେ ମଧ୍ୟ ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ଥିଲେ ଓ ଏକାଧିକ କାମ ବାଧା, ନୈରାଶ୍ୟତା ମଧ୍ୟରେ ତଥା ସୀମିତ ସଂସାଧନରେ ନୂତନତ୍ୱ ଧାରାରେ କରିବାକୁ ପଡ଼ିଥିଲା। ଲୋହାନି ପୂର୍ବରୁ ଯେଉଁ ପଥରେ ଥିଲେ ଏବେ ସେଠାକୁ ଫେରିଛନ୍ତି। ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଲିଗାସିକୁ ଗୋଟିଏ ଛାତତଳେ ସୁରକ୍ଷିତ ରଖିବାକୁ ହେଲେ ଜଣେ କର୍ତ୍ତବ୍ୟପରାୟଣ, ଦକ୍ଷ ତଥା ଶାନ୍ତ ଅଧିକାରୀଙ୍କ ଦ୍ୱାରା ତାହା ହୋଇପାରିବ। ଲୋହାନିଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିବ। ଲୋହାନିଙ୍କୁ ଏବେ ୩ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ଅତୀତର ଦୃଷ୍ଟାନ୍ତକୁ ଦେଖିଲେ କିଛି ବି ଘଟିପାରେ, କାର୍ଯ୍ୟକାଳ ପରେ ସେ ପଦବୀରେ ଦୀର୍ଘଦିନ ରହିପାରନ୍ତି। ଦେଖିବାକୁ ଗଲେ ଏହା ଏକ ବିଜ୍ଞ ନିଯୁକ୍ତି। ବିନା ବିବାଦରେ ସଂଗ୍ରହାଳୟ ଗଢ଼ାଯାଇଥିଲେ ମଧ୍ୟ ନେହେରୁଙ୍କ ସ୍ମୃତି ବିରୋଧରେ ଏହା କ୍ଷମତାର ଖେଳ ବୋଲି ଗୁଞ୍ଜରଣ ଉଠିଥିଲା। ଏବେ ମ୍ୟୁଜିୟମ୍କୁ ମିଳିଥିବା ନିର୍ଦ୍ଦେଶକ କୌଣସି ରାଜନୈତିକ ଦଳ ସହ ସଂଶ୍ଳିଷ୍ଟ ନାହାନ୍ତି। ଲୋହାନିଙ୍କର ଅତୀତର ସଂସ୍ଥାଗତ ଅନୁଭବ ଓ କାର୍ଯ୍ୟ ଦକ୍ଷତା ସହ ପରିଚାଳନାଗତ କୌଶଳ ରହିଛି। ଯଦି ସେ ଏୟାର ଇଣ୍ଡିଆକୁ ପତନରୁ ରକ୍ଷା କରିପାରିଲେ, ରେଲ୍ ବିଭାଗରେ ଖୁସି ଆଣି ପାରିଲେ, ଏହା ନିଶ୍ଚିତ ଯେ, ସେ ଏବେ ମଧ୍ୟ ସବୁଠୁ ଜଟିଳ କାମ କରିପାରିବେ।
ଆଭ୍ୟନ୍ତରୀଣ ଅଧୋଗତି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଲାଞ୍ଚ ମାମଲାରେ ଧରାପଡ଼ିବା ସମସ୍ତଙ୍କୁ ଚକିତ କରିଛି। ଇଡିରେ କାର୍ଯ୍ୟରତ କର୍ମଚାରୀମାନେ ଆଭ୍ୟନ୍ତରୀଣ ଅଧୋଗତି ସମ୍ପର୍କରେ ଆଲୋଚନା କରୁଥିବାବେଳେ ଏହାର ବାସ୍ତବତା ଉପରେ ଧ୍ୟାନ ଦେବା ଦରକାର। ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ(ପିଏମ୍ଏଲ୍ଏ)ଅନୁଯାୟୀ ଇଡି ଆର୍ଥିକ ହେରଫେର ମାମଲାର ତଦନ୍ତ କରିଥାଏ ଏବଂ ନିକଟରେ କିଛି ବର୍ଷ ହେବ ଏହା ଦୃଷ୍ଟି ଆକର୍ଷଣ କରିଆସିଛି। କିନ୍ତୁ ଏବେ ସେହି ଆକର୍ଷଣ କମିବା ଆରମ୍ଭ ହୋଇଛି। ଏହା ସଂସାଧନ ଅଭାବରୁ କିମ୍ବା ଅଧିକ କାର୍ଯ୍ୟଭାର ଯୋଗୁ ଘଟୁନାହିଁ, ବରଂ ଏହାକୁ ସଞ୍ଚାଳନ କରୁଥିବା ବ୍ୟକ୍ତିଙ୍କ ପରିଚାଳନାଗତ ଜ୍ଞାନ ଅଭାବରୁ ହେଉଛି। ପାରମ୍ପରିକ ଭାବେ ଇଡିର ଶୀର୍ଷ ପଦବୀରେ ଆପରାଧିକ ଆଇନ, ଅଧିକ ତଦନ୍ତ ଏବଂ ମାମଲାର ନ୍ୟାୟିକ ବିଚାରଗତ ସମୀକ୍ଷାର ଜ୍ଞାନ ଥିବା ଜଣେ ଅଭିଜ୍ଞ ଆଇପିଏସ୍ ଅଧିକାରୀ ନିଯୁକ୍ତ ହୋଇଥାନ୍ତି। କିନ୍ତୁ ୨୦୧୬ ପରେ ବହୁ ସମୟରେ ଆପରାଧିକ ଆଇନ୍ ସମ୍ପର୍କରେ କମ୍ ଜ୍ଞାନ ଥିବା ରାଜସ୍ବ ଏବଂ ବିତ୍ତୀୟ ଅଧିକାରୀମାନଙ୍କୁ ଇଡିର ଶୀର୍ଷ ପଦବୀରେ ନିଯୁକ୍ତି ଆରମ୍ଭ କରାଗଲା। ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ କହନ୍ତି ଯେ, କ୍ଷମତା ଏଠି ସମସ୍ୟା ନୁହେଁ, ବରଂ ପ୍ରଶିକ୍ଷଣର ଅଭାବ ରହିଛି। ପିଏମ୍ଏଲ୍ଏର ଆପରାଧିକ ପ୍ରାବଧାନଗୁଡ଼ିକ କେବଳ ନ୍ୟାୟିକ ସାଧନ ନୁହନ୍ତି, ବରଂ ସେସବୁ ହେଉଛନ୍ତି ଲିଗାଲ ବା ନ୍ୟାୟିକ ଲାଣ୍ଡମାଇନ। ସେଗୁଡ଼ିକୁ ଠିକ୍ ଭାବେ ନ ନେଲେ ତାହା ବିସ୍ଫୋରଣ ହେବା ସହ ବ୍ୟବସ୍ଥାକୁ ଛାରଖାର କରିଦେବ। ମୂଳ କ୍ୟାଡର ଯାହା ଥାଉନା କାହିଁକି ସବୁ ଇଡି ନିଯୁକ୍ତି ପାଇଁ କଡ଼ା ପ୍ରଶିକ୍ଷଣ ବାଧ୍ୟତାମୂଳକ ହେବା ଦରକାର।
ପ୍ରତିବଦ୍ଧତା ଲୋଡ଼ା
ଗୁଜରାଟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ତାଙ୍କ ବୈଠକ ଏକ ଘଣ୍ଟାରୁ ଅଧିକ ସମୟ ହେବ ନାହିଁ। ଯଦି ଜଣେ ଗାନ୍ଧୀନଗର ବାହାରେ ଥିଲେ ଭର୍ଚ୍ଚୁଆଲରେ ଯୋଗଦେବେ। ଗୁଜରାଟ ଆଡ୍ମିନିଷ୍ଟ୍ରେଟିଭ ରିଫର୍ମସ୍ କମିଶନ(ଜିଏଆର୍ସି) ସୁପାରିସ କ୍ରମେ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ନୂଆ ଗାଇଡ୍ଲାଇନ ବା ମାର୍ଗଦର୍ଶିକାଗୁଡ଼ିକ ମଧ୍ୟରୁ ଏହା ଗୋଟିଏ। ଗାଇଡ୍ଲାଇନ ସ୍ପଷ୍ଟ ଭାବେ ଦର୍ଶାଇଛି ଯେ, ତିନିଦିନ ପୂର୍ବରୁ ବୈଠକ ସମୟ ସ୍ଥିର କରାଯିବ, ଏହା ଏଜେଣ୍ଡା ଆଗରୁ ଦିଆଯିବ ଏବଂ ଠିକ୍ ସମୟରେ ଆରମ୍ଭ କରାଯାଇ ଏକ ଘଣ୍ଟା ମଧ୍ୟରେ ଶେଷ କରାଯିବ। ଯଦି ଉପସ୍ଥିତ ହେବା ଜରୁରୀ ନ ଥିବ ତେବେ ଜିଲା ସ୍ତରୀୟ ଅଧିକାରୀମାନେ ଭର୍ଚ୍ଚୁଆଲି ଯୋଗଦେଇପାରିବେ। ଏହାର ଲକ୍ଷ୍ୟ ମହତ୍, କିନ୍ତୁ ଏଭଳି ସୁଧାରର ସଫଳତା ଏହାର କାର୍ଯ୍ୟକାରିତା ଉପରେ ନିର୍ଭର କରେ। ଗାଇଡ୍ଲାଇନକୁ କାର୍ଯ୍ୟକାରୀ କରିବାକୁ ଏକ ଦୃଢ଼ ପ୍ରକ୍ରିୟା ନ ରହିଲେ ପୁନର୍ବାର ପୂର୍ବାବସ୍ଥାକୁ ଫେରି ଆସିବା। କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ ଦିଆଯିବା ପ୍ରଶଂସନୀୟ। କିନ୍ତୁ ଆଲୋଚନାର ମାନ ଯେଭଳି ପ୍ରଭାବିତ ନ ହେବ ତାହା ଉପରେ ନିଶ୍ଚିତ କରାଯିବା ଦରକାର। ବୈଠକର ସମୟ ଏକ ଘଣ୍ଟାରୁ କମ୍ କରାଯିବା ଯୋଗୁ କେତେକ ଜଟିଳ ସମସ୍ୟା ଉପରେ ଗଭୀର ବିତର୍କ ସମ୍ଭବ ହୋଇ ନ ପାରେ। ଶେଷରେ ଏହି ସୁଧାରର କାର୍ଯ୍ୟଦକ୍ଷତା ପ୍ରକୃତରେ ପରିବର୍ତ୍ତନ ଚାହଁୁଥିବା ସମସ୍ତ ଅଂଶୀଦାରଙ୍କ ପ୍ରତିବଦ୍ଧତା ଉପରେ ନିର୍ଭର କରେ। ଯଦି ଏହାକୁ ଲାଗୁ କରାଯାଏ ତେବେ ଏହା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ଦୃଷ୍ଟାନ୍ତ ହେବ ଏବଂ ସେମାନେ ଏହାକୁ ଅନୁସରଣ କରିପାରିବେ। ଯଦି ନ ହୁଏ, ତେବେ ଏହା ବାସ୍ତବରେ ପ୍ରଭାବ ପକାଇବାକୁ ବିଫଳ ହେବ।
Email: dilipcherian@gmail.com
The post ଲୋହାନିଙ୍କୁ ଦାୟିତ୍ୱ appeared first on Dharitri Odia News.