ପରଲୋକରେ ଅବସରପ୍ରାପ୍ତ କର୍ମଚାରୀ
ଦିଗପହଣ୍ଡି,୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସିର ଅବସରପ୍ରାପ୍ତ ଟିକସ ସଂଗ୍ରାହକ ଲିଙ୍ଗରାଜ ପଟ୍ଟନାୟକ (୬୭)ଙ୍କ ଶନିବାର ପରଲୋକ ହୋଇଯାଇଛି। ଗତ କିଛି ଦିନ ଧରି ଶାରୀରିକ ଅସୁସ୍ଥତା ଯୋଗୁ ସେ ଚିକିତ୍ସାଧୀନ ଥିଲେ। ତାଙ୍କ ମରଶରୀରକୁ ଦିଗପହଣ୍ଡି ଉମାଶଙ୍କର କଲୋନୀସ୍ଥିତ ବାସଭବନକୁ ଅଣାଯିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ପହଞ୍ଚି ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ ଅର୍ପଣ କରିଥିଲେ। ପରେ ମରଶରୀରକୁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା। ତାଙ୍କ ବିୟୋଗରେ ଦିଗପହଣ୍ଡି […] The post ପରଲୋକରେ ଅବସରପ୍ରାପ୍ତ କର୍ମଚାରୀ appeared first on Dharitri Odia News.
ଦିଗପହଣ୍ଡି,୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସିର ଅବସରପ୍ରାପ୍ତ ଟିକସ ସଂଗ୍ରାହକ ଲିଙ୍ଗରାଜ ପଟ୍ଟନାୟକ (୬୭)ଙ୍କ ଶନିବାର ପରଲୋକ ହୋଇଯାଇଛି। ଗତ କିଛି ଦିନ ଧରି ଶାରୀରିକ ଅସୁସ୍ଥତା ଯୋଗୁ ସେ ଚିକିତ୍ସାଧୀନ ଥିଲେ। ତାଙ୍କ ମରଶରୀରକୁ ଦିଗପହଣ୍ଡି ଉମାଶଙ୍କର କଲୋନୀସ୍ଥିତ ବାସଭବନକୁ ଅଣାଯିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ପହଞ୍ଚି ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ ଅର୍ପଣ କରିଥିଲେ। ପରେ ମରଶରୀରକୁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା। ତାଙ୍କ ବିୟୋଗରେ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
The post ପରଲୋକରେ ଅବସରପ୍ରାପ୍ତ କର୍ମଚାରୀ appeared first on Dharitri Odia News.